Advertisment

ଟିମ୍ ଇଣ୍ଡିଆକୁ ମିଳିଲା ଦୁଇଦିନର ଛୁଟି

ମାଞ୍ଚେଷ୍ଟର: ଓଲ୍ଡ ଟ୍ରାଫର୍ଡରେ ପାକିସ୍ତାନକୁ ଆଇସିସି ବିଶ୍ୱକପ୍ ମ୍ୟାଚରେ ଦମଦାର ଢ଼ଙ୍ଗରେ ହରାଇବା ପରେ ଭାରତୀୟ ଟିମର ଖେଳାଳିମାନଙ୍କୁ ଦୁଇଦିନ ପାଇଁ ବ୍ରେକ୍ ମିଳିଛି। ଏହି ଦୁଇ ଦିନର ବିରତି ପରେ ଭାରତ ଶନିବାର ସାଉଥାମ୍ପଟନରେ ଆଫଗାନିସ୍ତାନ ବିପକ୍ଷ ହେବାକୁଥିବା ମ୍ୟାଚ୍ ପାଇଁ ପ୍ରସ୍ତୁତି କରିବେ। ଏ ନେଇ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଟିମ୍ ଦୁଇ ଦିନର ଛୁଟି ମିଳିଛି। ଭାରତ ଗତ ୧୨ ଦିନରେ ତିନୋଟି ମ୍ୟାଚ୍ ଖେଳିଛି। ଭାରତ ତା’ର […]

ଟିମ୍ ଇଣ୍ଡିଆକୁ ମିଳିଲା ଦୁଇଦିନର ଛୁଟି

ict

Advertisment

ମାଞ୍ଚେଷ୍ଟର: ଓଲ୍ଡ ଟ୍ରାଫର୍ଡରେ ପାକିସ୍ତାନକୁ ଆଇସିସି ବିଶ୍ୱକପ୍ ମ୍ୟାଚରେ ଦମଦାର ଢ଼ଙ୍ଗରେ ହରାଇବା ପରେ ଭାରତୀୟ ଟିମର ଖେଳାଳିମାନଙ୍କୁ ଦୁଇଦିନ ପାଇଁ ବ୍ରେକ୍ ମିଳିଛି। ଏହି ଦୁଇ ଦିନର ବିରତି ପରେ ଭାରତ ଶନିବାର ସାଉଥାମ୍ପଟନରେ ଆଫଗାନିସ୍ତାନ ବିପକ୍ଷ ହେବାକୁଥିବା ମ୍ୟାଚ୍ ପାଇଁ ପ୍ରସ୍ତୁତି କରିବେ।

Advertisment

ଏ ନେଇ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଟିମ୍ ଦୁଇ ଦିନର ଛୁଟି ମିଳିଛି। ଭାରତ ଗତ ୧୨ ଦିନରେ ତିନୋଟି ମ୍ୟାଚ୍ ଖେଳିଛି। ଭାରତ ତା’ର ପ୍ରଥମ ମ୍ୟାଚ୍ ଜୁନ୍ ୫ ତାରିଖରେ ଖେଳିଥିଲା। ତେବେ ଏହା ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ହେବାକୁଥିବା ମ୍ୟାଚ୍ ବର୍ଷା ଧୋଇ ଦେଇଥିଲା।

ଭାରତ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚରୁ ତିନି ବିଜୟ ଏବଂ ବାତିଲ ମ୍ୟାଚରୁ ୧ ପଏଣ୍ଟ ନେଇ ମୋଟ ୭ ପଏଣ୍ଟ ସହ ୧୦ଟିମର ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଭାରତୀୟ ଟିମ୍ ରବିବାର ପାକିସ୍ତାନକୁ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ୮୯ ରନରେ ପରାସ୍ତ କରିଥିଲା।

ବିଶ୍ୱକପ୍ ଇତିହାସରେ ପାକିସ୍ତାନ ବିପକ୍ଷରେ ଭାରତର ଏହା କ୍ରମାଗତ ସପ୍ତମ ବିଜୟ ଥିଲା । ଟସ୍ ହାରିବା ପରେ ଭାରତ ରୋହିତ ଶର୍ମା (୧୪୦) ଦମଦାର ଶଥକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୩୬ ରନ୍ କରିଥିଲା। ଜବାବରେ ପାକିସ୍ତାନ ୪୦ ଓଭରରେ ୬ ୱିକେଟ୍ ହରାଇ ୨୧୨ ରନ୍ କରିବାକୁ ସକ୍ଷମ ହୋଇଥିଲା।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ