Advertisment

Feast on Odia Food: ଖେଳାଳିଙ୍କ ମେନ୍ୟୁରେ ଦେଶୀ ଚିକେନକୁ ମାଟିହାଣ୍ଡି ମଟନ...ମିଠାରେ ରସାବଳୀକୁ ନେଇ ସ୍ପେଶାଲ ଆଇଟମ୍

ଦେଶୀ ଚିକେନକୁ, ଚକୁଳି ଓ ମାଟିହାଣ୍ଡି ମଟନ । ରସାବଳୀ ଖାଇ ବାରବାଟୀ ଯିବେ ଖେଳାଳି । ବାରବାଟୀ ମହାଲଢ଼େଇକୁ ମାତ୍ର ଗୋଟିଏ ଦିନ ବାକି। ଇଣ୍ଡିଆ ଓ ସାଉଥଆଫ୍ରିକା ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଓଡ଼ିଶାରେ ୨ ଦଳର ଖେଳାଳି।

Mayfair-Preparation

Mayfair-Preparation Photograph: (OTV)

Advertisment

ଦେଶୀ ଚିକେନକୁ, ଚକୁଳି ଓ ମାଟିହାଣ୍ଡି ମଟନ । ରସାବଳୀ ଖାଇ ବାରବାଟୀ ଯିବେ ଖେଳାଳି । ବାରବାଟୀ ମହାଲଢ଼େଇକୁ ମାତ୍ର ଗୋଟିଏ ଦିନ ବାକି। ଇଣ୍ଡିଆ ଓ ସାଉଥଆଫ୍ରିକା ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଓଡ଼ିଶାରେ ୨ ଦଳର ଖେଳାଳି। ପ୍ରତିବର୍ଷ ଭଳି ଏଥର ବି ଭୁବନେଶ୍ବରର ହୋଟେଲ୍ ମେ ଫେୟାରରେ ଉଭୟ ଟିମ୍ ଖେଳାଳି ରହଣି କରିବେ ଆଉ ଓଡ଼ିଆ ଖାଦ୍ୟ ଖାଇବେ। ଯେଉଁଥିପାଇଁ ମେଫେୟାରରେ ପ୍ରସ୍ତୁତି ହୋଇଛି ଜୋରଦାର। ଉଭୟ ଦଳର ଖେଳାଳିଙ୍କ ପାଇଁ ବିଭିନ୍ନ ଖାଦ୍ୟର ଆୟୋଜନ କରାଯାଇଛି। ଏଥିରେ ସାମିଲ ରହିଛି ଓଡ଼ିଆ ପିଠା, ମିଠା ଓ ତରକାରୀର ସମ୍ଭାର।

Advertisment

ଖେଳାଳିଙ୍କ ମେନ୍ୟୁରେ ଅଛି ଦେଶୀ ଚିକେନ୍, ମାଟିହାଣ୍ଡି ମଟନ ସାଙ୍ଗକୁ ଚକୁଳି, କଙ୍ଗଡ଼ା, ଚୁଙ୍ଗୁଡ଼ି ଝୋଳ, ଗ୍ରୀଲ ଚାପ୍, ଚେକେନ୍ ବିରୟାନୀ ଓ ଅନ୍ୟାନ ଓଡ଼ିଆ ତରକାରୀ ରହିଛି। ଏହା ସହ ପ୍ଲେୟାରଙ୍କ ପାଇଁ ମିଲେଟ୍ ତିଆରି ବିଭିନ୍ନ ଖାଦ୍ୟ, ଯେପରି ରାଗି ରୁଟି, କୁକିଜ ଆଦିର ମଧ୍ୟ ବ୍ୟବସ୍ଥା କରାଯାଇଛି।

ମିଠାରେ ରସାବଳୀକୁ ନେଇ ଏକ ସ୍ବତନ୍ତ୍ର ଆଇଟମ୍ ପ୍ରସ୍ତୁତ କରିବାର ଯୋଜନା ରହିଛି। ତେବେ ଉଭୟ ଦେଶର ଖେଳାଳୀଙ୍କ ଡାଇଟ୍ ପ୍ଲାନ ମେ ଫେୟାରର ସେଫ୍ ଟିମ ପାଖକୁ ଆସି ସାରିଛି। ଏପରିକି ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ସୂଯ୍ୟ କୁମାର ଯାଦବଙ୍କ ଭଳି କିଛି ଖେଳାଳିଙ୍କ ନିଜସ୍ଵ ସେଫ୍ ହୋଟେଲକୁ ଆସିସାରିଲେଣି ।

ଗଲା ୨୦ ବର୍ଷ ଧରି ଓଡ଼ିଶା ଆସିଲେ ମେଫେୟାରରେ ହିଁ ରୁହନ୍ତି ଟିମ୍ ଇଣ୍ଡିଆ ଖେଳାଳି।ରହିବାଠୁ ଖାଇବା, ଅଭ୍ୟାସଠୁ ମ୍ୟାଚ୍ ଯାଏଁ ସବୁ କିଛି ପାଇଁ ମେଫେୟାରରେ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଆଉ କର୍ମଚାରୀଙ୍କ ମନରେ ମଧ୍ୟରେ ଉତ୍କଣ୍ଠା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ