Advertisment

India vs New Zealand: ଆସନ୍ତାକାଲି T-20 ବିଶ୍ବକପ୍ ଟ୍ରଫି ଟକ୍କର୍,  ଫାଇନାଲରେ ଇଣ୍ଡିଆ-ନ୍ୟୁଜିଲାଣ୍ଡ ହେବେ ମୁହାଁମୁହିଁ

ଫାଇନାଲରେ ମୁହାଁମୁହିଁ ହେବେ ଇଣ୍ଡିଆ-ନ୍ୟୁଜିଲାଣ୍ଡ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ତୃତୀୟ ଥର ଟ୍ରଫି ହାତେଇବାକୁ ନ୍ୟୁଜିଲାଣ୍ଡ ସହ ଇଣ୍ଡିଆ କରିବ ଲଢେଇ।

T20 WORLD CUP

T20 WORLD CUP Photograph: (OTV)

Advertisment

ଆସନ୍ତାକାଲି T-20 ବିଶ୍ବକପ୍ ଟ୍ରଫି ଟକ୍କର୍ । ଫାଇନାଲରେ ମୁହାଁମୁହିଁ ହେବେ ଇଣ୍ଡିଆ-ନ୍ୟୁଜିଲାଣ୍ଡ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ତୃତୀୟ ଥର ଟ୍ରଫି ହାତେଇବାକୁ ନ୍ୟୁଜିଲାଣ୍ଡ ସହ ଇଣ୍ଡିଆ କରିବ ଲଢେଇ। ଭାରତ ସର୍ବାଧିକ ଚତୁର୍ଥ ଥର ଫାଇନାଲ୍ ରେ ପ୍ରବେଶ କରି ଶୀର୍ଷରେ ପହଞ୍ଚିଯାଇଛି।

Advertisment

ଭାରତ ୨୦୨୪ରେ ବିଜେତା ହୋଇଥିବାବେଳେ ୨ ବର୍ଷ ପରେ ପୁଣି ଟ୍ରଫି ଟକ୍କର ଦୌଡ଼ରେ ରହିଛି। ସେପଟେ ପ୍ରଥମ କରି T-20 ବିଶ୍ବକପ୍ ଜିତିବା ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ ।  ଟି-୨୦ ବିଶ୍ୱକପ୍ ଇତିହାସରେ ଏହି ଦୁଇ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଥିଲେ ମଧ୍ୟ, ପୂର୍ବରୁ ଅନ୍ୟାନ୍ୟ ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଏମାନଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିଛି।

କଣ ରହିଛି ରେକର୍ଡ

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଏବଂ ନ୍ୟୁଜିଲାଣ୍ଡ ମୋଟ ୩ ଥର ICC ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି। ରେକର୍ଡ ଉପରେ ନଜର ପକାଇଲେ, ତେବେ କିୱି ଦଳର ପଲ୍ଲା ଟିକେ ଭାରି ରହିଛି। ୨୦୦୦ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ପରାଜିତ ହୋଇଥିବାବେଳେ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପରେ ମଧ୍ୟ  ଭାରତକୁ ନିରାଶ ହେବାକୁ ପଡ଼ିଥିଲା । କିନ୍ତୁ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ପରାଜୟର ପ୍ରତିଶୋଧ ନେଇ ଟାଇଟଲ୍ ହାତେଇଥିଲା ଇଣ୍ଡିଆ । 

Advertisment

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମହାମୁକାବିଲା
ତୃତୀୟ ଥର ଟ୍ରଫି ହାତେଇବା ଲକ୍ଷ୍ୟରେ ଭାରତ
ଭାରତ ସର୍ବାଧିକ ଚତୁର୍ଥ ଥର ଫାଇନାଲ୍ ରେ ପ୍ରବେଶ କରିଛି
T-20 ବିଶ୍ବକପରେ ନ୍ୟୁଜିଲାଣ୍ଡଠୁ କେବେ ଜିତିନି ଭାରତ 
ICC ଟୁର୍ଣ୍ଣାମେଣ୍ଟର ଫାଇନାଲରେ ନ୍ୟୁଜିଲାଣ୍ଡ ପଲ୍ଲା ଭାରୀ

ICC T20 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ