INDIA-VS-PAK Photograph: (OTV)
୫ ମାସ ପରେ ଆମ୍ନାସାମ୍ନି
T-20 ବିଶ୍ବକପ୍ ଲଢ଼େଇରେ ମୁହାଁମୁହିଁ
ଭାରତ-ପାକିସ୍ତାନ ମହାମୁକାବିଲା
ବୟକଟ ଧମକ ପରେ ବଡ଼ ବ୍ୟାଟଲ
ବଢୁଛି କ୍ରିକେଟ ଫିଭର, କ୍ରେଜି ଫ୍ୟାନ୍
କ୍ରିକେଟ ମୈଦାନରେ ଭାରତ-ପାକିସ୍ତାନ ମହାସଂଗ୍ରାମକୁ ଆଉ କିଛି ଘଣ୍ଟାର ଅପେକ୍ଷା ଥିବା ବେଳେ ବଢ଼ିଲାଣି କ୍ରିକେଟପ୍ରେମୀଙ୍କ ହାର୍ଟ ବିଟ୍। କଲମ୍ବୋ ହେଉ କି ମେଲବୋର୍ଣ୍ଣ ଅବା ନରେନ୍ଦ୍ର ମୋଦି ଷ୍ଟାଡିୟମ୍। ଯେତେବେଳେ ଦୁଇ ଚିର ପ୍ରତିଦ୍ବନ୍ଦ୍ବି ପଡ଼ିଆକୁ ଓହ୍ଲାନ୍ତି ସେଇଠି ଅଟକିଯାଏ ବିଶ୍ୱ କ୍ରିକେଟର ନଜର। ଆସନ୍ତାକାଲିର ମ୍ୟାଚକୁ ନେଇ କଲମ୍ବୋକୁ ଛୁଟିଲେଣି ଫ୍ୟାନ୍। ସୂର୍ଯ୍ୟ ଝଡ଼, ଇଶାନ ଧମାକା ପୁଣି ହାର୍ଦ୍ଦିକଙ୍କ ଧୂଲେଇ। ପାକିସ୍ତାନ ଉପରେ ଭାରି ପଡ଼ିବେ ଭାରତୀୟ ଧୂରନ୍ଧର।
ଜବରଦସ୍ତ ଫର୍ମରେ ଥିବା ଇଶାନଙ୍କୁ ଅଟକାଇବା ମୁସ୍କିଲ ହୋଇପାରେ। ସୂର୍ଯ୍ୟ ଝଡ଼ ବହିଲେ ଆକ୍ତାମାକ୍ତା ହେବେ ପାକିସ୍ତାନୀ ବୋଲର। ଆଉ ହାର୍ଦ୍ଦିକ ଛକା ଚୌକା ବର୍ଷା କଲେ ବଡ଼ ସ୍କୋର ହେବା ନିଶ୍ଚିତ। ଅସୁସ୍ଥ ଅଭିଷେକ ସ୍କ୍ବାଡକୁ ଫେରିଲେ ଆହୁରି ଶକ୍ତିଶାଳୀ ହେବ ଭାରତର ବ୍ୟାଟିଂ। ଆସନ୍ତାକାଲିର ଟିମ୍ ଇଣ୍ଡିଆ ବ୍ୟାଟିଂ ବନାମ ପାକିସ୍ତାନ ବୋଲିଂ ଭିତରେ ଫାଇଟ୍ ହେବ ବୋଲି ଆଶା କରାଯାଉଛି।
ଦମ୍ ଖଟାଇବେ ଉଭୟ ଟିମ୍
ଚଳିତ ବିଶ୍ବକପରେ ଉଭୟ ଦଳ ଏଯାଏଁ ଅପରାଜେୟ ଅଛନ୍ତି। ଭାରତ ୟୁଏଏସକୁ ୨୯ ରନ ଓ ନାମିବ୍ୟାକୁ ୯୩ ରନରେ ହରାଇଛି। ସେହିପରି ନେଦରଲ୍ୟାଣ୍ଡସଠାରୁ ୩ ୱିକେଟ ଓ ୟୁଏଏସ୍ ବିପକ୍ଷପରେ ୨୯ ରନରେ ବିଜୟୀ ହୋଇଛି ପାକିସ୍ତାନ। କଲମ୍ବୋ ମ୍ୟାଚ୍ ଜିତି ଟେବୁଲ ଟପ୍ କରିବାକୁ ଦମ୍ ଖଟାଇବେ ଉଭୟ ଟିମ୍। ଭାରତର ବିଜୟ ରଥ ରୋକିବାକୁ ସ୍ପିନ୍ ଚକ୍ରବ୍ୟୂହ ରଚିପାରେ ପାକିସ୍ତାନ।
ଉସମାନ୍ ତାରିକ ଭାରତ ରାସ୍ତାରେ କଣ୍ଟା ହେଲେ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପିନ ଜାଲରେ ପାକିସ୍ତାନ ବ୍ୟାଟରଙ୍କ ଅକଲ ଗୁଡୁମ୍ ହେବ। ରେକର୍ଡ କହୁଛି ଭାରତର ପଲ୍ଲା ଭାରୀ ରହିଛି। କାରଣ ଏଯାଏଁ ଉଭୟ ଟିମ୍ ଖେଳିଥିବା ୧୬ଟି T-20ରୁ ଭାରତ ୧୩ ଓ ପାକିସ୍ତାନ ଜିତିଛି ମାତ୍ର ୩ଟି। ସେହିପରି T-20 ବିଶ୍ବକପରେ ବି ଭାରତର ରେକର୍ଡ ଚମତ୍କାର। ୮ଟି ମୁକାବିଲାରୁ ଟିମ୍ ଇଣ୍ଡିଆ ୭ ଓ ପାକିସ୍ତାନ ଜିତିଛି ମାତ୍ର ଗୋଟିଏ ମ୍ୟାଚ୍। ସେହିପରି ଉଭୟ ଟିମ୍ ଖେଳିଥିବା ଗତ ୫ଟି ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟେଇଛି ଭାରତ। ...
ସନଡେ ମହାମୁକାବିଲାକୁ ନେଇ ଉତ୍ସାହ ଆକାଶଛୁଆଁ ହୋଇଥିବା ବେଳେ ବର୍ଷା ଭୟ ବି ଗୋଡ଼ାଇଛି। ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବର୍ଷା ଆଶଙ୍କା ରହିଛି। ବର୍ଷା ବାଧକ ସାଜିଲେ ଫିକା ପଡ଼ିପାରେ କ୍ରେଜ୍। ନିରାଶ ହେବେ କୋଟି କୋଟି ଫ୍ୟାନ୍। ଜମା ମ୍ୟାଚ୍ ନହେଲେ ପଏଣ୍ଟ ଭାଗ କରିବେ ଉଭୟ ଟିମ୍। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/14/india-vs-pak-2026-02-14-20-31-15.jpg)