T-20 Worldcup Photograph: (OTV)
ଆଜିଠୁ ଟି-୨୦ ବିଶ୍ବକପ୍ ଟକ୍କର। ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯିବ ଟ୍ବେଣ୍ଟି-୨୦ ବିଶ୍ବକପର ଦଶମ ସଂସ୍କରଣ। ଉଦଘାଟନୀ ଦିବସରେ ଭାରତର ଦୁଇଟି ସହର କୋଲକାତା ଓ ମୁମ୍ବାଇ ଏବଂ ଶ୍ରୀଲଙ୍କାର କଲମ୍ବୋରେ ମୋଟ ୩ ମ୍ୟାଚ୍ ଖେଳାଯିବ। କଲମ୍ବୋରେ ଦିନ ୧୧ଟାରେ ଗ୍ରୁପ୍ -ଏ’ରେ ପାକିସ୍ତାନ ଓ ନେଦରଲାଣ୍ଡ୍ସ ମୁହାଁମୁହିଁ ହେବେ।
ଏହାପରେ ଅପରାହ୍ଣ ୩ଟାରେ ଗ୍ରୁପ୍ -ସି’ର ଏକ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଓ ସ୍କଟଲାଣ୍ଡ କୋଲକାତାରେ ଖେଳିବେ। ଶେଷ ମ୍ୟାଚ୍ ମୁମ୍ବାଇରେ ରାତି ୭ଟାରେ ଖେଳାଯିବ। ଏଥିରେ ଆୟୋଜକ ଭାରତ ଭେଟିବ ୟୁଏସଏକୁ। ପ୍ରଥମ ମ୍ୟାଚ୍ ଦୁର୍ବଳ ୟୁଏସ୍ଏ ବିପକ୍ଷରେ ଥିବାରୁ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ସୂର୍ଯ୍ୟକୁମାର ଯାଦବଙ୍କ ଦଳ।
ଅନ୍ୟପଟେ ୱାର୍ମ-ଅପ୍ ମ୍ୟାଚରେ ଆହତ ହୋଇଥିବା ହର୍ଷିତ ରାଣା ଦଳରୁ ବାଦ୍ ପଡିଛନ୍ତି। ଏଥର ଟ୍ବେଣ୍ଟି-୨୦ ବିଶ୍ବକପରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ବାଂଲାଦେଶ ବିତାଡ଼ିତ ହେବା ଏବଂ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ମନା କରିବା ଭଳି ବିବାଦୀୟ ଅଧ୍ୟାୟ ସାମ୍ନାକୁ ଆସିଛି।
ମାର୍ଚ୍ଚ ୮ ତାରିଖରେ ଫାଇନାଲ୍ ମ୍ୟାଚ୍ ସହ ଏହି ପ୍ରତିଯୋଗିତା ଶେଷ ହେବ। ଭାରତ ଗତ ସଂସ୍କରଣର ବିଜେତା ହୋଇଥିବାରୁ ଘରୋଇ ପରିବେଶରେ ଜିତି ନୂଆ ଧାରା ଆରମ୍ଭ କରିବ ବୋଲି ବିଶ୍ବାସ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/07/t-20-worldcup-2026-02-07-09-06-00.jpg)