Advertisment

ଲକଡାଉନ୍ ବ୍ରେକ୍ ପରେ ପ୍ରଥମ ସିରିଜ୍ ଜିତିଲା ଇଂଲଣ୍ଡ

ମାଞ୍ଚେଷ୍ଟର୍: ଷ୍ଟୁଆର୍ଟ ବ୍ରଡଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ୨୬୯ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। କୋଭିଡ୍‌-୧୯ କାରଣରୁ ଲମ୍ବା ବ୍ରେକ୍ ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ସିରିଜ୍ ଥିଲା, ଯାହାକୁ ଇଂଲଣ୍ଡ ନିଜ ନାଁରେ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୬୯ ରନ୍ କରିଥିଲା। ଜବାବରେ ଇଣ୍ଡିଜ୍ ୧୯୭ ରନରେ ଅଲଆଉଟ୍ […]

ଲକଡାଉନ୍ ବ୍ରେକ୍ ପରେ ପ୍ରଥମ ସିରିଜ୍ ଜିତିଲା ଇଂଲଣ୍ଡ

eng-vs-wi

Advertisment

ମାଞ୍ଚେଷ୍ଟର୍: ଷ୍ଟୁଆର୍ଟ ବ୍ରଡଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ୨୬୯ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। କୋଭିଡ୍‌-୧୯ କାରଣରୁ ଲମ୍ବା ବ୍ରେକ୍ ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ସିରିଜ୍ ଥିଲା, ଯାହାକୁ ଇଂଲଣ୍ଡ ନିଜ ନାଁରେ କରିଛି।

Advertisment

ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୬୯ ରନ୍ କରିଥିଲା। ଜବାବରେ ଇଣ୍ଡିଜ୍ ୧୯୭ ରନରେ ଅଲଆଉଟ୍ ହୋଇଥିଲା। ଏହା ପରେ ଆୟୋଜକ ଦଳ ୨ୟ ଇନିଂସରେ ୨ ୱିକେଟ୍‌ ହରାଇ ୨୨୬ ରନରେ ପାଳି ଘୋଷଣା କରିଥିଲା। ଏହା ପରେ ଇଣ୍ଡିଜ୍ ଟିମ୍ ପଞ୍ଚମ ତଥା ଅନ୍ତିମ ଦିବସରେ ୧୨୯ ରନରେ ଅଲଆଉଟ୍ ହୋଇଥିଲା।

publive-image

ଏହା ପୂର୍ବରୁ ୨ୟ ଟେଷ୍ଟ ମଧ୍ୟ ମାଞ୍ଚେଷ୍ଟରରେ ଖେଳାଯାଇଥିଲା, ଯାହାକୁ ଇଂଲଣ୍ଡ ୧୧୩ ରନରେ ଜିତି ନେଇଥିଲା। ସାଉଥମ୍ପଟନରେ ସିରିଜ୍ ପ୍ରଥମ ଟେଷ୍ଟକୁ ଇଣ୍ଡିଜ୍ ୪ ୱିକେଟରେ ଜିତିଥିଲା। ତୃତୀୟ ଟେଷ୍ଟରେ ୩୯୯ ରନର ଲକ୍ଷ୍ୟର ପିଛା କରୁଥିବା ଇଣ୍ଡିଜ୍ ଟିମର ବ୍ୟାଟିଂ ବିଭାଗ ପୂରା କୋଲାପ୍ସ କରିଥିଲା।

Advertisment

publive-image

ଦଳ ପକ୍ଷରୁ ଶାଇ ହୋପ୍ ସର୍ବାଧିକ ୩୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ। ଇଂଲଣ୍ଡ ପକ୍ଷରୁ କ୍ରସ୍ ଓକ୍ସ ୫୦ ରନ୍ ଦେଇ ୫ଟି ଓ ବ୍ରଡ୍ ୩୬ ରନ୍ ଦେଇ ୪ଟି ସଫଳତା ଦେଇଥିଲେ। ମ୍ୟାଚରେ ମୋଟ ୧୦ଟି ୱିକେଟ୍‌ ନେଇଥିବା ବ୍ରଡ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ