Advertisment

୫୦୦ ୱିକେଟ୍‌ କ୍ଲବରେ ଷ୍ଟୁଆର୍ଟ ବ୍ରଡ୍

ମାଞ୍ଚେଷ୍ଟର୍: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର୍ ଷ୍ଟୁଆର୍ଟ ବ୍ରଡ୍ ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ବ୍ରଡ୍ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ୍ ପୂରଣ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଅନ୍ତିମ ଦିବସରେ ବ୍ରଡ୍ ଭ୍ରମଣକାରୀ ଦଳର ଓପ୍ନର କ୍ରେଗ୍ ବ୍ରାଥୱେଟଙ୍କୁ ଆଉଟ୍ କରି ସଫଳତା ଅର୍ଜନ କରିଛନ୍ତି। ଏଥିସହ ବ୍ରଡ୍ ଦୁନିଆର ସପ୍ତମ ବୋଲର ଭାବେ ଟେଷ୍ଟରେ ୫୦୦ ୱିକେଟ୍ ପୂରଣ କରିଛନ୍ତି। ସେ ମଧ୍ୟ ଇଂଲଣ୍ଡର ୨ୟ ବୋଲର […]

୫୦୦ ୱିକେଟ୍‌ କ୍ଲବରେ ଷ୍ଟୁଆର୍ଟ ବ୍ରଡ୍

broad

Advertisment

ମାଞ୍ଚେଷ୍ଟର୍: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର୍ ଷ୍ଟୁଆର୍ଟ ବ୍ରଡ୍ ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ବ୍ରଡ୍ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ୍ ପୂରଣ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଅନ୍ତିମ ଦିବସରେ ବ୍ରଡ୍ ଭ୍ରମଣକାରୀ ଦଳର ଓପ୍ନର କ୍ରେଗ୍ ବ୍ରାଥୱେଟଙ୍କୁ ଆଉଟ୍ କରି ସଫଳତା ଅର୍ଜନ କରିଛନ୍ତି। ଏଥିସହ ବ୍ରଡ୍ ଦୁନିଆର ସପ୍ତମ ବୋଲର ଭାବେ ଟେଷ୍ଟରେ ୫୦୦ ୱିକେଟ୍ ପୂରଣ କରିଛନ୍ତି।

Advertisment

ସେ ମଧ୍ୟ ଇଂଲଣ୍ଡର ୨ୟ ବୋଲର ଭାବେ ଟେଷ୍ଟ କ୍ରିକେଟର ଏହି ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଏହା ପୂର୍ବରୁ ତାଙ୍କ ସାଥୀ ଖେଳାଳି ଜେମ୍ସ ଆଣ୍ଡରସନ୍ ପ୍ରଥମ ଇଂଲିଶ ଖେଳାଳି ଭାବେ ଟେଷ୍ଟରେ ୫୦୦ ୱିକେଟର ସଫଳତା ହାସଲ କରିଥିଲେ।

୩୪ ବର୍ଷୀୟ ବ୍ରଡ୍ ୧୪୦ ଟେଷ୍ଟରେ ଏହି ସଫଳତା ହାସଲ କରିଥିବା ବେଳେ ଆଣ୍ଡରସନ୍ ୧୨୯ ଟେଷ୍ଟରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟଧାରୀ ତାଲିକାରେ ଶ୍ରୀଲଙ୍କାର ମୁଥିଆ ମୁରଲିଧରନ (୮୦୦ ୱିକେଟ୍) ପ୍ରଥମ ସ୍ଥାନରେ ରହିଥିବା ବେଳେ ଶେନ୍ ୱାର୍ଣ୍ଣ (୭୦୮ ୱିକେଟ୍) ୨ୟ ଏବଂ ଭାରତର ଅନୀଲ କୁମ୍ବଲେ (୬୧୯ ୱିକେଟ୍) ତୃତୀୟ ସ୍ଥାନରେ ରହିଛନ୍ତି। ଏହାପରକୁ ଆଣ୍ଡରସନ୍ (୫୮୯), ଗ୍ଲେନ୍ ମ୍ୟାକଗ୍ରା (୫୬୩) ଓ କର୍ଟନୀ ୱାର୍ଲ୍ସ (୫୧୯) ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ