Advertisment

IPL 2020 Guidelines: ପ୍ରଥମଥର କଟକଣା ଭିତରେ ଆଇପିଏଲ୍, ଲାଗୁ ହେବ ଏହିସବୁ ନିୟମ

ଆବୁ ଧାବି: କରୋନା ଭାଇରସକୁ ଆଖି ଆଗରେ ରଖି ଚଳିତବର୍ଷ ଆଇପିଏଲ୍ ବିନା ଦର୍ଶକରେ ଖେଳାଯିବ। ଅର୍ଥାତ୍ ଏଥର ଷ୍ଟାଡିୟମ ଭିତରେ ଦର୍ଶକଙ୍କ କୋହାହଳ ଶୁଣିବାକୁ ମିଳିବନି। ତା’ଛଡ଼ା ଚଳିତ ବର୍ଷ ଆଇପିଏଲରେ ଆଉ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ତେବେ ଆସନ୍ତୁ ଜାଣିବା, ଚଳିତ ଆଇପିଏଲରେ କେଉଁ ନୂଆ ନିୟମ ଲାଗୁ ହେବ। IPL 2020 New Guidelines ସାଧାରଣତ କ୍ରିକେଟ୍ ବଲ୍ ସୁଇଂ କରିବା ପାଇଁ ବୋଲରମାନେ ବଲରେ ନିଜର ଲାଳ ଲଗାଇଥାନ୍ତି। […]

ଅଦ୍ୟତନ ହୋଇଛି
IPL 2020 Guidelines: ପ୍ରଥମଥର କଟକଣା ଭିତରେ ଆଇପିଏଲ୍, ଲାଗୁ ହେବ ଏହିସବୁ ନିୟମ

ipl

Advertisment

ଆବୁ ଧାବି: କରୋନା ଭାଇରସକୁ ଆଖି ଆଗରେ ରଖି ଚଳିତବର୍ଷ ଆଇପିଏଲ୍ ବିନା ଦର୍ଶକରେ ଖେଳାଯିବ। ଅର୍ଥାତ୍ ଏଥର ଷ୍ଟାଡିୟମ ଭିତରେ ଦର୍ଶକଙ୍କ କୋହାହଳ ଶୁଣିବାକୁ ମିଳିବନି। ତା'ଛଡ଼ା ଚଳିତ ବର୍ଷ ଆଇପିଏଲରେ ଆଉ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ତେବେ ଆସନ୍ତୁ ଜାଣିବା, ଚଳିତ ଆଇପିଏଲରେ କେଉଁ ନୂଆ ନିୟମ ଲାଗୁ ହେବ।

Advertisment

IPL 2020 New Guidelines

  • ସାଧାରଣତ କ୍ରିକେଟ୍ ବଲ୍ ସୁଇଂ କରିବା ପାଇଁ ବୋଲରମାନେ ବଲରେ ନିଜର ଲାଳ ଲଗାଇଥାନ୍ତି। କିନ୍ତୁ କରୋନା ଭାଇରସ ଯୋଗୁ ଏଥର ଖେଳାଳିମାନେ ଏହାର ଉପଯୋଗ କରିବେ ନାହିଁ। କରୋନା ଯୋଗୁ ବଲକୁ ଚମକାଇବା ପାଇଁ ଲାଳର ବ୍ୟବହାର ଉପରେ ଆଇସିସି ବ୍ୟାନ୍ ଲଗାଇଛି। ପ୍ରତି ଟିମକୁ ଦୁଇଥର ଚେତାବନୀ ଦିଆଯିବ। ତୃତୀୟଥର ପେନାଲ୍ଟି ଆଧାରରେ ପ୍ରତିପକ୍ଷ ଟିମ୍ ଖାତାରେ ୫ ରନ୍ ଯୋଡ଼ି ଦିଆଯିବ। ଏହାସହ ଟସ୍ ପରେ ଦୁଇ ଟିମର କ୍ୟାପଟେନ୍ ପରସ୍ପର ସହ ହାତ ମିଳାଇବେ ନାହିଁ।
  • କରୋନା ମାମଲା ବଢ଼ୁଥିବାର ଦେଖି ଏଥର ଅନଲିମିଟେଡ୍ କରୋନା ସବଷ୍ଟିଚ୍ୟୁଟର ବ୍ୟବସ୍ଥା କରାଯାଇଛି। ଅର୍ଥାତ୍ ଟୁର୍ଣ୍ଣାମେଣ୍ଟରେ କୌଣସି ଖେଳାଳିଙ୍କୁ ଯଦି କରୋନା ହୁଏ, ତାହେଲେ ତାଙ୍କ ସ୍ଥାନରେ ଟିମରେ ବଦଳ ଖେଳାଳିଙ୍କୁ ସାମିଲ୍ କରାଯିବ। ନିୟମ ମୁତାବକ, ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଟ୍ସମ୍ୟାନ୍ ଏବଂ ବୋଲର ହିଁ ବୋଲରଙ୍କୁ ରିପ୍ଲେସ୍ କରିପାରିବେ।
  • ପ୍ରଥମଥର ଆଇପିଏଲରେ ଥାର୍ଡ ଅମ୍ପାୟାର ନୋ' ବଲର ନିୟମ ଲାଗୁ କରାଯାଇଛି। ଏବେ ମ୍ୟାଚରେ ବୋଲରଙ୍କ ଫ୍ରଣ୍ଟ ଫୁଟର ନୋ' ବଲ୍ ଫିଲ୍ଡ ଅମ୍ପାୟାରଙ୍କ ବଦଳରେ ଥାର୍ଡ ଅମ୍ପାୟାର ଦେଖିବେ। ଗତବର୍ଷ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜରେ ଏହି ନିୟମର ଟ୍ରାଏଲ୍ କରାଯାଇଥିଲା।
  • କରୋନା ଯୋଗୁ ଏଥର ଟୁର୍ଣ୍ଣାମେଣ୍ଟ ୫୩ ଦିନ ଧରି ଚାଲିବ। ଅର୍ଥାତ୍ ଗତ ଦୁଇଟି ସିଜନ୍ ତୁଳନାରେ ୩ ଦିନି ଅଧିକ ହେବ।
  • ଏଥର ଆଇପିଏଲରେ ୧୦ ଦିନ ଡବଲ୍ ହେଡର୍ ଅର୍ଥାତ୍ ଗୋଟିଏ ଦିନରେ ଦୁଇଟି ମ୍ୟାଚ୍ ହେବ।
  • ଚଳିତ ସଂସ୍କରଣରେ ମ୍ୟାଚ୍ ଖେଳାଯିବା ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୭.୩୦ ମିନିଟରେ ମ୍ୟାଚ୍ ଆରମ୍ଭ ହେବ। ଯେଉଁଦିନ ଦୁଇଟି ମ୍ୟାଚ୍ ଖେଳାଯିବ, ସେଦିନ ପ୍ରଥମ ମ୍ୟାଚ୍ ସାଢ଼େ ୩ଟା ବେଳେ ଆରମ୍ଭ ହେବ। ପୂର୍ବରୁ ରାତି ମ୍ୟାଚ୍ ୮ଟା ଏବଂ ଦିନ ମ୍ୟାଚ୍ ୪ଟା ବେଳେ ଆୟୋଜିତ ହେଉଥିଲା।
IPL 2020 News In Odia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ