Advertisment

IPL 2020 News: ଦମ୍ ଦେଖାଇଲେ ଷ୍ଟୋଇନିସ୍, ପଞ୍ଜାବକୁ ୧୫୮ ରନର ଟାର୍ଗେଟ୍

ଦୁବାଇ: ଚଳିତ ଆଇପିଏଲର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ମାର୍କସ୍ ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନର ସମ୍ମାନଜନକ ସ୍କୋର ଛିଡ଼ା କରିପାରିଛି। ଫଳରେ ଏହି ମ୍ୟାଚ୍ ଜିତିବା ପାଇଁ ପଞ୍ଜାବକୁ ୧୫୮ ରନ୍ କରିବାକୁ ପଡ଼ିବ। ଦିଲ୍ଲୀ ପକ୍ଷରୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟୋଇନିସ୍ ମାତ୍ର ୨୧ ବଲରେ ୫୩ […]

ଅଦ୍ୟତନ ହୋଇଛି
IPL 2020 News: ଦମ୍ ଦେଖାଇଲେ ଷ୍ଟୋଇନିସ୍, ପଞ୍ଜାବକୁ ୧୫୮ ରନର ଟାର୍ଗେଟ୍

IPL 2020 News in Odia

Advertisment

ଦୁବାଇ: ଚଳିତ ଆଇପିଏଲର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ମାର୍କସ୍ ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନର ସମ୍ମାନଜନକ ସ୍କୋର ଛିଡ଼ା କରିପାରିଛି। ଫଳରେ ଏହି ମ୍ୟାଚ୍ ଜିତିବା ପାଇଁ ପଞ୍ଜାବକୁ ୧୫୮ ରନ୍ କରିବାକୁ ପଡ଼ିବ।

Advertisment

ଦିଲ୍ଲୀ ପକ୍ଷରୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟୋଇନିସ୍ ମାତ୍ର ୨୧ ବଲରେ ୫୩ (୭ ଚୌକା, ୩ ଛକା) ରନର ଦ୍ରୁତ ଇନିଂସ୍ ଖେଳିଥିବା ବେଳେ କ୍ୟାପଟେନ୍ ଶ୍ରେୟସ ଆୟର୍ ୩୯ ଓ ଋଷଭ ପନ୍ତ ୩୧ ରନର ଯୋଗଦାନ କରିଛନ୍ତି। କିଙ୍ଗସ୍ ଇଲେଭେନ୍ ପକ୍ଷରୁ ମହମ୍ମଦ ଶାମି ୩ଟି ଓ ଶେଲଡନ୍ କଟ୍ଟରେଲ୍ ୨ଟି ସଫଳତା ପାଇଛନ୍ତି।

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କ୍ୟାପଟେନ୍ କେଏଲ୍ ରାହୁଲ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମି ପଞ୍ଜାବକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଦିଲ୍ଲୀ ଓପ୍ନର ଶିଖର ଧୱନ୍ ଖାତା ଖୋଲିବା ପୂର୍ବରୁ ରନଆଉଟ୍ ହୋଇଥିବା ବେଳେ ପୃଥ୍ୱୀ ଶ' (୫) ଓ ଶିମରନ୍ ହେଟମେୟର୍ (୭)ଙ୍କୁ ସାମି ପ୍ୟାଭିଲିୟନ୍ ପଠାଇଥିଲେ।

Advertisment

ଦିଲ୍ଲୀ କ୍ୟାପଟେନ୍ ଆୟର୍ ଓ ପନ୍ତ ଚତୁର୍ଥ ୱିକେଟ୍‌ ପାଇଁ ୭୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ଟିମକୁ ସଙ୍କଟରୁ ରକ୍ଷା କରିଥିଲେ। ଦୁହେଁ ସେଟ୍ ହୋଇ ଆସୁଥିବା ବେଳେ ରବି ବିଷ୍ଣୋଇ ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ପନ୍ତ ଖରାପ ଶଟ୍ ଖେଳିବାକୁ ଯାଇ ବିଷ୍ଣୋଇଙ୍କ ବଲରେ ବୋଲ୍ଡ ହୋଇଥିବା ବେଳେ ଆୟରଙ୍କୁ ଶାମି ଆଉଟ୍ କରିଥିଲେ। ଏହା ପରେ ଷ୍ଟୋଇନିସ୍ ଏକାକୀ ଦିଲ୍ଲୀ ପାଇଁ ଲଢ଼ିଥିଲେ ଏବଂ ଦଳକୁ ୧୫୭ ରନରେ ପହଞ୍ଚାଇଥିଲେ। ଦିଲ୍ଲୀ ତା'ର ଶେଷ ୪ ଓଭରରେ ୬୧ ରନ୍ କରି ପଞ୍ଜାବ ଆଗରେ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଛିଡ଼ା କରିଛି।

IPL 2020 News In Odia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ