Advertisment

ଦ୍ୱିତୀୟ ଦିନରେ ଭାରତକୁ ୨୭ ପଦକ

କାଠମାଣ୍ଡୁ: ଚଳିତ ୧୩ତମ ସାଉଥ୍ ଏସିଆନ୍ ଗେମ୍ସର ଦ୍ୱିତୀୟ ଦିବସରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଭାରତ ୨୭ ପଦକ ଜିତିଛି, ଯେଉଁଥିରେ ୧୧ ସ୍ୱର୍ଣ୍ଣ ସାମିଲ୍ ଅଛି। ଏଥିସହ ଭାରତ ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ମୋଟ ୪୩ (୧୮ ସ୍ୱର୍ଣ୍ଣ, ୧୬ ରୌପ୍ୟ, ୯ ବ୍ରୋଞ୍ଜ) ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଆୟୋଜକ ନେପାଳ ୨୩ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୨ ବ୍ରୋଞ୍ଜ ସହ ମୋଟ ୪୪ ପଦକ […]

ଦ୍ୱିତୀୟ ଦିନରେ ଭାରତକୁ ୨୭ ପଦକ

player

Advertisment

କାଠମାଣ୍ଡୁ: ଚଳିତ ୧୩ତମ ସାଉଥ୍ ଏସିଆନ୍ ଗେମ୍ସର ଦ୍ୱିତୀୟ ଦିବସରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଭାରତ ୨୭ ପଦକ ଜିତିଛି, ଯେଉଁଥିରେ ୧୧ ସ୍ୱର୍ଣ୍ଣ ସାମିଲ୍ ଅଛି। ଏଥିସହ ଭାରତ ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ମୋଟ ୪୩ (୧୮ ସ୍ୱର୍ଣ୍ଣ, ୧୬ ରୌପ୍ୟ, ୯ ବ୍ରୋଞ୍ଜ) ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି।

Advertisment

ଆୟୋଜକ ନେପାଳ ୨୩ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୨ ବ୍ରୋଞ୍ଜ ସହ ମୋଟ ୪୪ ପଦକ ଜିତି ପ୍ରଥମ ଏବଂ ଶ୍ରୀଲଙ୍କା ୪୬ (୫ ସ୍ୱର୍ଣ୍ଣ, ୧୪ ରୌପ୍ୟ, ୨୭ ବ୍ରୋଞ୍ଜ) ପଦକ ସହ ତୃତୀୟ ସ୍ଥାନରେ ରହିଛି। ମଙ୍ଗଳବାର ଭାରତ ଉଭୟ ଶୁଟିଂ ଓ ଆଥଲେଟିକ୍ସରେ ଚମତ୍କାର ପ୍ରଦର୍ଶନ କରିଛି। ଆଥଲେଟିକ୍ସରେ ଭାରତ ୧୦ (୪ ସ୍ୱର୍ଣ୍ଣ, ୪ ରୌପ୍ୟ, ୨ ବ୍ରୋଞ୍ଜ) ଏବଂ ଶୁଟିଂରେ ୯ (୪ ସ୍ୱର୍ଣ୍ଣ, ୪ ରୌପ୍ୟ, ୧ ବ୍ରୋଞ୍ଜ) ପଦକ ଜିତିଛି।

ସେହିପରି ଭଲିବଲରେ ଭାରତ ଉଭୟ ମହିଳା ଓ ପୁରୁଷ ବର୍ଗରେ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଥିବା ବେଳେ ଟାଏକ୍ୱୋଣ୍ଡୋରେ ଗୋଟିଏ ସ୍ୱର୍ଣ୍ଣ ଏବଂ ୩ ବ୍ରୋଞ୍ଜ ପଦକ ମିଳିଛି। ଅପରପକ୍ଷରେ ଭାରତ ମହିଳା ଓ ପୁରୁଷ ଟେବୁଲ୍ ଟେନିସ୍ ଟିମ୍ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ