Advertisment

ସିବଲେ ଓ ଷ୍ଟୋକ୍ସଙ୍କ ଶତକ, ବଡ଼ ସ୍କୋର ଅଭିମୁଖେ ଇଂଲଣ୍ଡ

ମାଞ୍ଚେଷ୍ଟର: ଓପ୍ନର ଡମ୍ ସିବଲେ ଓ ବେନ୍ ଷ୍ଟୋକ୍ସଙ୍କ ଦମଦାର ଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟରେ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ରିପୋର୍ଟ ଲେଖା ହେଲା ବେଳକୁ ଇଂଲଣ୍ଡ ୩ ୱିକେଟ୍‌ ହରାଇ ୩୧୦ ରନ୍ କରିଛି। ଏହି ସମୟରେ ସିବଲେ ୧୧୮ ଓ ଷ୍ଟୋକ୍ସ ୧୨୮ ରନରେ ବ୍ୟାଟିଂ କରୁଥିଲେ। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୩ ୱିକେଟ୍ ହରାଇ ୨୦୭ ରନ୍ କରିଥିଲା। […]

ଅଦ୍ୟତନ ହୋଇଛି
ସିବଲେ ଓ ଷ୍ଟୋକ୍ସଙ୍କ ଶତକ, ବଡ଼ ସ୍କୋର ଅଭିମୁଖେ ଇଂଲଣ୍ଡ

eng

Advertisment

ମାଞ୍ଚେଷ୍ଟର: ଓପ୍ନର ଡମ୍ ସିବଲେ ଓ ବେନ୍ ଷ୍ଟୋକ୍ସଙ୍କ ଦମଦାର ଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟରେ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ରିପୋର୍ଟ ଲେଖା ହେଲା ବେଳକୁ ଇଂଲଣ୍ଡ ୩ ୱିକେଟ୍‌ ହରାଇ ୩୧୦ ରନ୍ କରିଛି। ଏହି ସମୟରେ ସିବଲେ ୧୧୮ ଓ ଷ୍ଟୋକ୍ସ ୧୨୮ ରନରେ ବ୍ୟାଟିଂ କରୁଥିଲେ।

Advertisment

ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୩ ୱିକେଟ୍ ହରାଇ ୨୦୭ ରନ୍ କରିଥିଲା। ଦଳ ଏକ ସମୟରେ ୮୧ ରନରେ ୩ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା ବେଳେ ସିବଲେ ଓ ଷ୍ଟୋକ୍ସ ଜବରଦସ୍ତ ବ୍ୟାଟିଂ କରି ଦଳକୁ ସଙ୍କଟରୁ ରକ୍ଷା କରିଛନ୍ତି। ଦୁହେଁ ତୃତୀୟ ୱିକେଟ୍ ପାଇଁ ଦ୍ୱିଶତୀୟ ଭାଗିଦାରୀ କରିଛନ୍ତି।

ପ୍ରଥମ ଦିବସରେ ଭ୍ରମଣକାରୀ ବୋଲର ପ୍ରାରମ୍ଭିକ ସଫଳତା ହାସଲ କରିବାରେ ସଫଳ ହୋଇଥିଲେ। ଇଂଲଣ୍ଡ ଓପ୍ନର ରୋରୀ ବର୍ନସ୍ ୧୫ ରନ୍ କରିଥିବା ବେଳେ ରୋଷ୍ଟନ୍ ଚେଜଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଜାକ୍ କ୍ରାଉଲୀ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ।

Advertisment

କମବ୍ୟାକ୍ କରିଥିବା କ୍ୟାପଟେନ୍ ଜୋ ରୁଟ୍ (୨୩) ନିଜର ନୈରାଶ୍ୟଜନକ ଫର୍ମ ଜାରି ରଖିଛନ୍ତି। ତାଙ୍କୁ ଅଲଜାରୀ ଜୋସେଫ୍ ଆଉଟ୍ କରିଥିଲେ। ଏହା ପରେ ସିବଲେ ଓ ଷ୍ଟୋକ୍ସ ସ୍ଥିତି ସମ୍ଭାଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ