Amiya Mallick Photograph: (OTV)
ସ୍ପ୍ରିଣ୍ଟର ଅମିୟ ମଲ୍ଲିକଙ୍କ ବାହାଘର କାର୍ଡ ଛପାସରିଲାଣି। ନଭେମ୍ୱର ୨୨ ତାରିଖରେ ହେବ ମ୍ୟାରେଜ। କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଛି ପ୍ରେମ କାହାଣୀ । ଅମିୟ ଲିଡ୍ ଫିଜିଓଥେରାପିଷ୍ଟ ଶ୍ବେତା ଭେଙ୍କଟ ଅଟଲିଙ୍କୁ ବିବାହ କରିବେ । ଭୁବନେଶ୍ବରରୁ ମୁମ୍ବାଇ ଯିବେ ବରଯାତ୍ରୀ।
ଓଡ଼ିଶାର ଚିତା ବାଘ ନାମରେ ପରିଚିତ SPRINTER ଅମିୟ ମଲ୍ଲିକ ।କଳିଙ୍ଗ ଷ୍ଟାଡିୟମ ଟ୍ରାକରେ ଆଥଲେଟ ଭାବେ ଖ୍ୟାତି ଅର୍ଜନ କରିଥିଲେ। ଆଉ ସେହି କଳିଙ୍ଗ ଷ୍ଟାଡିୟମରେ ବାନ୍ଧବୀ ଲିଡ଼ ଫିଜିଓଥେରାପିଷ୍ଟ ଶ୍ୱେତା ଭେଙ୍କଟ ଅଟିଲଙ୍କ ସହ ପ୍ରେମ ହେଲା। ଏହି ଦୁଇ ପ୍ରେମପକ୍ଷୀ ଚଳିତ ମାସ ୨୨ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।
ମୁମ୍ୱାଇରେ ବାହାଘର
ଭୁବନେଶ୍ୱରର ଓଡିଆ ଇଣ୍ଟରନ୍ୟାସନାଲ ଆଥଲେଟ ଅମିୟ ମଲ୍ଲିକ ମୁମ୍ବାଇରେ ବାହା ହେବେ। ବାଣ ରୋଷଣୀ କରି ବିରାଟ ପଟୁଆର ଧରି ମୁମ୍ବାଇ ନିବାସୀ ଶ୍ୱେତା ଭେଙ୍କଟ ଅଟିଲଙ୍କ ଘର ଅଭିମୁଖେ ବାହାରିବେ ଅମିୟ। ଭାରତ ପାଇଁ ଶହେ ମିଟର ଏବଂ ଦୁଇ ଶହ ମିଟର ଦୌଡ ଇଭେଣ୍ଟରେ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଦେଶ ଓ ରାଜ୍ୟ ପାଇଁ ଅନେକ ମେଡାଲ ଜିଣିଛନ୍ତି ସେ ।
ଭାରତର ଦ୍ରୁତତମ ଧାବକ ଭାବେ ଶହେ ଏବଂ ଦୁଇ ଶହ ମିଟର ଦୌଡ ଇଭେଣ୍ଟରେ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ । ନିଜ ନାମରେ ବଜାୟ ରଖିଛନ୍ତି ଅନେକ ରେକର୍ଡ । କଳିଙ୍ଗ ଷ୍ଟାଡିୟମରେ ଅମିୟ ଅଭ୍ୟାସ କରନ୍ତି। ସେହି କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ସ୍ପୋର୍ଟସ ସାଇନ୍ସ ସେଣ୍ଟରରେ ଶ୍ୱେତା ଭେଙ୍କଟ ଲିଡ ଫିଜିଓଥେରାପିଷ୍ଟ ଭାବେ କାମ କରନ୍ତି ।
କଳିଙ୍ଗ ଷ୍ଟାଡିୟମରେ ଉଭୟଙ୍କ ମଧ୍ୟରେ ଦେଖା ହେଲା, ସେଇଠି ଦୁଇ ହୃଦୟରେ ପରସ୍ପରଙ୍କ ନାମ ଲେଖିଥିଲେ। ଅମିୟ ମଲ୍ଲିକଙ୍କୁ ବୈବାହିକ ଜୀବନ ପାଇଁ କ୍ରୀଡାପ୍ରେମୀମାନେ ଶୁଭକାମନା ଜଣାଉଛନ୍ତି । ଫିଲଡରେ ଯେପରି ହିଟ ହୋଇଛନ୍ତି ସେପରି ତାଙ୍କର ଆଗାମୀ ଜୀବନ ସୁନ୍ଦର ହେଉ, ଏହା କାମନା କରୁଛନ୍ତି କ୍ରୀଡାପ୍ରେମୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/15/amiya-mallick-2025-11-15-16-33-56.jpg)