Advertisment

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ୫୩ କେଜି ମହିଳା ଭାରୋତ୍ତଳନ ବର୍ଗରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ସଞ୍ଜିତା ଚାନୁ। ମଣିପୁରର ଏହି ୨୪ ବର୍ଷୀୟ ଭାରତ୍ତୋଳିକା ପପୁଆ ନିଉ ଗୁଏନାରର ଲୋଆ ଡିକାଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ସେହିପରି ଭାରୋତ୍ତୋଳନରେ ଆଉ ଏକ ପଦକ ଆସିଛି ଭାରତର ଖାତାକୁ। ପୁରୁଷ ୬୯ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି […]

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

chunu

Advertisment

ନୂଆଦିଲ୍ଲୀ : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ୫୩ କେଜି ମହିଳା ଭାରୋତ୍ତଳନ ବର୍ଗରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ସଞ୍ଜିତା ଚାନୁ। ମଣିପୁରର ଏହି ୨୪ ବର୍ଷୀୟ ଭାରତ୍ତୋଳିକା ପପୁଆ ନିଉ ଗୁଏନାରର ଲୋଆ ଡିକାଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି।

Advertisment

ସେହିପରି ଭାରୋତ୍ତୋଳନରେ ଆଉ ଏକ ପଦକ ଆସିଛି ଭାରତର ଖାତାକୁ। ପୁରୁଷ ୬୯ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତର ଦୀପକ ଲାଥେର। ୧୭ ବର୍ଷୀୟ ଲାଥେର ୨୯୫ କିଲୋଗ୍ରାମ ଓଜନ ଉଠାଇ ପଦକ ହାସଲ କରିଛନ୍ତି। ସେପଟେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅନ୍ୟତମ ପଦକ ଆଶାୟୀ ଓଡ଼ିଆ ୱେଟ୍ ଲିପଟର ସରସ୍ୱତୀ ରାଉତଙ୍କ ପ୍ରଦର୍ଶନ ଉପରେ ଆଜି ନଜର ରହିଛି। ୫୮ କେଜି ବର୍ଗରେ ଆଜି ଷ୍ଟେଜକୁ ଓହ୍ଲାଇବେ ସରସ୍ୱତୀ।

(ଫଟୋ ସୌଜନ୍ୟ : telegraphindia.com )

CWG 2018 Sanjita Chanu Wins India’s Second Gold Medal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ