lara
ମୁମ୍ବାଇ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କୁ ପୁଣିଥରେ କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିବ। ଆସନ୍ତାବର୍ଷ ଭାରତରେ ସଡ଼କ ସୁରକ୍ଷା ଅବସରରେ ୱାର୍ଲ୍ଡ ସିରିଜ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ।
/odishatv-khabar/media/post_attachments/indiatoday/images/story/201810/Tendulkar-Lara.jpeg)
ଏହି ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଦେଶର ଯଥା ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜର ଅବସରପ୍ରାପ୍ତ ଖେଳାଳି ଭାଗ ନେବେ।
ଭାରତର ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରାଙ୍କ ବ୍ୟତୀତ ବୀରେନ୍ଦ୍ର ସେହୱାଗ, ଅଷ୍ଟ୍ରେଲିଆର ବ୍ରେଟ୍ ଲି’, ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନ୍ ଓ ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍ସ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ।
/odishatv-khabar/media/post_attachments/indiatoday/images/story/201207/brett-lee660_071312091006.jpg)
ଏହି ଟୁର୍ଣ୍ଣାମେଣ୍ଟ ପୂରା ଭାରତରେ ଫେବୃଆରୀ ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୪୬ ବର୍ଷୀୟ ସଚିନଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନର ରେକର୍ଡ ରହିଛି।
/odishatv-khabar/media/post_attachments/weblab/sites/96c8b790-b593-bfda-0ba4-ecd3a9fdefc2/resources/images/site/_dilshan_040601.jpg)
ସଚିନ ନିଜର ୨୪ ବର୍ଷର କ୍ରିକେଟ୍ କ୍ୟାରିୟରରେ ୧୦୦ ଅନ୍ତର୍ଜାତୀୟ ଶତକ ସହ ମୋଟ ୩୪ହଜାରରୁ ଅଧିକ ରନ୍ କରିଛନ୍ତି। ୨୦୦୮ରେ ସଚିନ ଟେଷ୍ଟ କ୍ରିକେଟରେ ଲାରାଙ୍କ ସର୍ବାଧିକ ରନର ରେକର୍ଡକୁ ଭାଙ୍ଗିଥିଲେ।
/odishatv-khabar/media/post_attachments/wp-content/uploads/2016/10/Jonty-Rhodes.jpg)
ଲାରାଙ୍କ ନାଁରେ ଟେଷ୍ଟ କ୍ରିକେଟରେ ୧୧,୯୫୩ ରନ୍ ରହିଛି। ଲାରାଙ୍କ ନାଁରେ ମଧ୍ୟ ଟେଷ୍ଟ କ୍ରିକେଟର ସର୍ବାଧିକ ବ୍ୟକ୍ତିଗତ ରନର ରେକର୍ଡ ରହିଛି। ସେ ୨୦୦୪ରେ ଆଣ୍ଟିଗୁଆ ଟେଷ୍ଟରେ ଅପରାଜିତ ୪୦୦ ରନ୍ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lara_1627034648.jpg)