Advertisment

Ahead of World Cup: ବିଶ୍ବକପ ଖେଳିବା ନେଇ ମିଳିଲା ବଡ଼ ସଙ୍କେତ , ଅଷ୍ଟ୍ରେଲିଆରେ ଚମକିଲେ ରୋ-କୋ

କୋହଲି କହିଛନ୍ତି, "ଏହି କ୍ରିକେଟ ଆମକୁ ବହୁତ କିଛି ଶିଖାଇଛି। ଯେତେବେଳେ ଜିନିଷ ଗୁଡ଼ିକ ଆପଣଙ୍କ ଇଚ୍ଛାରେ ଯାଉନାହିଁ ସେତେବେଳେ ଏହା ବହୁତ ଚ୍ୟାଲେଞ୍ଜିଂ। ଆଉ ଏହି ମଧ୍ୟମ ପରିସ୍ଥିତି ମୋତେ ଆହୁରି ଭଲ କରିଥାଏ।

Rohit--Kohli-Not-Finished

Rohit--Kohli-Not-Finished Photograph: (OTV)

Advertisment

ଭାରତ ବନାମ ଅଷ୍ଟ୍ରେଲିଆର ତୃତୀୟ ଦିନିକିଆର ପରିସମାପ୍ତି ଘଟିଛି। ଶେଷ ଦିନିକିଆରେ ଏକ ଚମକପ୍ରଦ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ। ଆଉ ଏହି ମ୍ୟାଚର ମୁଖ୍ ଆକର୍ଷଣ ସାଜିଥିଲେ ଭାରତୀୟ ଦଳର ଅଭିଜ୍ଞ ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଏବଂ ବିରାଟ କୋହଲି।

Advertisment

ଏହି ଦୁଇ ବ୍ୟାଟସମ୍ୟାନ ଦମଦାର ୧୯୫ ରନର ଭାଗୀଦାରୀ କରିଥିଲେ। ଯେଉଁଥିରୁ ରୋହିତ ଅପରାଜିତ ୧୨୧ ରନ୍ କରିଥିବା ବେଳେ କୋହଲି ଅପରାଜିତ ୭୪ ରନ୍ କରିଥିଲେ। ଆଉ ପ୍ରମାଣିତ କରିଦେଲେ ରୋ-କୋଙ୍କୁ କାହିଁକି କିଲର୍ ବ୍ୟାଟିଂ ଯୋଡ଼ି ଭାବେ ବିବେଚନା କରାଯାଏ। ଆଉ ନିନ୍ଦୁକ ମାନଙ୍କ ମୁହଁରେ ଲଗାଇ ଦେଇଥିଲେ ଫୁଲ ଷ୍ଟପ୍ ।

ତେବେ ଏହା ସମ୍ଭବତଃ ରୋହିତ ଏବଂ କୋହଲିଙ୍କ ଶେଷ ଅଷ୍ଟ୍ରେଲିଆ ଗସ୍ତ। କାରଣ ଆଗାମୀ ଦୁଇ ବର୍ଷ ପାଇଁ ଭାରତରେ କୌଣସି ଦିନିକିଆ ମ୍ୟାଚ୍ ଏଠାରେ ସୂଚୀବଦ୍ଧ ନାହିଁ। ଉଭୟ ଖେଳାଳି ସେମାନଙ୍କ କ୍ୟାରିୟରର ପ୍ରାୟ ଶେଷ ସମୟରେ ଅଛନ୍ତି। ତେଣୁ ମ୍ୟାଚ୍ ପରେ, ରୋହିତ ଓ କୋହଲି ଅଷ୍ଟ୍ରେଲିଆ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ। ରୋହିତ କହିଥିଲେ, "ଅଷ୍ଟ୍ରେଲିଆ ଆସି ଏଠାରେ ଖେଳିବା ସର୍ବଦା ଆନନ୍ଦଦାୟକ। ୨୦୦୮ର ମୋର ସ୍ମୃତି ଏବେ ବି ତାଜା। ମୁଁ ଜାଣିନାହିଁ ଯେ ଆମେ ଅଷ୍ଟ୍ରେଲିଆ ଫେରିବୁ କି ନାହିଁ।" ଆମେ କେତେବି ସଫଳତା ହାସଲ କରିଲେ ମଧ୍ୟ କ୍ରିକେଟକୁ ଉପଭୋଗ କରୁ । 

Advertisment

ସେହିପରି କୋହଲି କହିଛନ୍ତି, "ଏହି କ୍ରିକେଟ ଆମକୁ ବହୁତ କିଛି ଶିଖାଇଛି। ଯେତେବେଳେ ଜିନିଷଗୁଡ଼ିକ ଆପଣଙ୍କ ଇଚ୍ଛାରେ ଯାଉନାହିଁ ସେତେବେଳେ ଏହା ବହୁତ ଚ୍ୟାଲେଞ୍ଜିଂ। ଆଉ ଏହି ମଧ୍ୟମ ପରିସ୍ଥିତି ମୋତେ ଆହୁରି ଭଲ କରିଥାଏ। ରୋହିତଙ୍କ ସହିତ ବ୍ୟାଟିଂ କରିବା ସହଜ। ଆଉ ଆଜିର ମ୍ୟାଚ ଏକ ମ୍ୟାଚ୍-ଫିନିସିଂ ପାର୍ଟନରସିପ୍ ଥିଲା। ଯାହା ଆମେ ଖୁବ ଉପଭୋଗ କରିଥିଲୁ ।
ତେବେ ହୋଇପାରେ ଦୁହିଁ କ୍ରିକେଟରଙ୍କ ପାଇଁ ଏହା ଶେଷ ଅଷ୍ଟ୍ରେଲିଆ ଗସ୍ତ ହୋଇପାରେ। ହେଲେ ସବୁଠାରୁ ବଡ଼ କଥା ହେଉଛି ଦୁଇ ଖେଳାଳି ନିଜ ଦମଦାର ଫର୍ମ ଫେରି ପାଇଛନ୍ତି। ଯାହା ବିଶ୍ବକପ ପୂର୍ବରୁ ଏହା ଏକ ବଡ଼ ଆଶ୍ବସ୍ଥି ଆଣିଦେଇଛି। ଆଉ ରୋ-କୋ ଯୋଡ଼ି ବିଶ୍ବକପ ଖେଳିବେ ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ