Advertisment

ପାକ୍ ସାମ୍ବାଦିକଙ୍କୁ ଏମିତି ଜବାବ ଦେଲେ ରୋହିତ୍

ଲଣ୍ଡନ: ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଆଉ ଶତକ ବଳରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଡିଏଲ୍ ନିୟମରେ ୮୯ ରନରେ ପରାସ୍ତ କରି ବିଶ୍ୱକପରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ବିଜୟ ଅଭିଯାନ ୭-୦ରେ ପହଞ୍ଚାଇଛି। ଭାରତ ବିଶ୍ୱକପରେ ଏପର୍ଯ୍ୟନ୍ତ ପ୍ରତିଥର ପାକିସ୍ତାନକୁ ହରାଇ ଆସିଛି ଏବଂ ବିରାଟ କୋହଲିଙ୍କ ଏହି ଟିମ୍ ଧାରା ବଜାୟ ରଖିଛି। ରବିବାର ମ୍ୟାଚ୍ ପରେ ରୋହିତ୍ ଶର୍ମା ସାମ୍ବାଦିକ ସମ୍ମିଳନୀ ପାଇଁ ପହଞ୍ଚିଥିଲେ। ସେ ଏକ ପ୍ରଶ୍ନର ଏମିତି ଜବାବ ଦେଲେ […]

ପାକ୍ ସାମ୍ବାଦିକଙ୍କୁ ଏମିତି ଜବାବ ଦେଲେ ରୋହିତ୍

yy

Advertisment

ଲଣ୍ଡନ: ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଆଉ ଶତକ ବଳରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଡିଏଲ୍ ନିୟମରେ ୮୯ ରନରେ ପରାସ୍ତ କରି ବିଶ୍ୱକପରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ବିଜୟ ଅଭିଯାନ ୭-୦ରେ ପହଞ୍ଚାଇଛି। ଭାରତ ବିଶ୍ୱକପରେ ଏପର୍ଯ୍ୟନ୍ତ ପ୍ରତିଥର ପାକିସ୍ତାନକୁ ହରାଇ ଆସିଛି ଏବଂ ବିରାଟ କୋହଲିଙ୍କ ଏହି ଟିମ୍ ଧାରା ବଜାୟ ରଖିଛି।

Advertisment

ରବିବାର ମ୍ୟାଚ୍ ପରେ ରୋହିତ୍ ଶର୍ମା ସାମ୍ବାଦିକ ସମ୍ମିଳନୀ ପାଇଁ ପହଞ୍ଚିଥିଲେ। ସେ ଏକ ପ୍ରଶ୍ନର ଏମିତି ଜବାବ ଦେଲେ ଯେ, ସେଠାରେ ଉପସ୍ଥିତ ସବୁ ସାମ୍ବାଦିକ ହସି ହସି ଗଡ଼ିଥିଲେ। ଜଣେ ପାକିସ୍ତାନୀ ସାମ୍ବାଦିକ ରୋହିତଙ୍କୁ ପଚରାଥିଲେ ଯେ, ଆପଣ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ କ’ଣ ପରାମର୍ଶ ଦେବାକୁ ଚାହିଁବେ, ଯଦ୍ଦ୍ୱାରା ସେମାନେ ସଙ୍କଟରୁ ବାହାରି ପାରିବେ? ଜବାବରେ ରୋହିତ୍ କହିଥିଲେ, “ଯଦି ମୁଁ ପାକିସ୍ତାନ କୋଚ୍ ହୁଏ, ତାହେଲେ ନିଶ୍ଚିତ କହିବି । ଏବେ କ’ଣ କହିବି।” ରୋହିତଙ୍କ ଏହି କଥା ଶୁଣି ସମସ୍ତେ ହସିଥିଲେ।

ଚଳିତ ସଂସ୍କରଣରେ ରୋହିତଙ୍କ ବ୍ୟାଟରୁ ଦୁଇଟି ଶତକ ବାହାରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ରୋହିତ୍ ଅପରାଜିତ ଶତକ ମାରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ପାକିସ୍ତାନ ବିପକ୍ଷରେ ୧୪୦ ରନର ମାରାଥନ୍ ଇନିଂସ୍ ଖେଳି ଭାରତକୁ ବିଜୟୀ କରାଇଥିଲେ।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ