Advertisment

ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକୀୟ ଇନିଂସ ସହ ଏକାଧିକ ରେକର୍ଡ

ବିଶାଖାପଟନମ : ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଶତକୀୟ ଇନିଂସ ଖେଳି ଏକାଧିକ ରେକର୍ଡ କରିଛନ୍ତି। ଆଜି ରୋହିତ ମାତ୍ର ୧୩୮ ବଲରେ ୧୫୯ ରନର ଇନିଂସ୍‌ ଖେଳିଛନ୍ତି। ଏହି ଇନିଂସରେ ରୋହିତ ୫ଟି ବିଶାଳ ଛକା ଓ ୧୭ଟି ଚୌକା ମାରିଛନ୍ତି। ଏହା ରୋହିତଙ୍କ ଦିନିକିଆ କ୍ୟାରିୟରର ୨୮ତମ ଶତକ। ସେହିପରି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ରୋହିତ ୭ଟି ଶତକ ମାରିବାର ରେକର୍ଡ କରିଛନ୍ତି। ୧୯୯୮ରେ […]

ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକୀୟ ଇନିଂସ ସହ ଏକାଧିକ ରେକର୍ଡ

Rohit-Sharma-800x500

Advertisment

ବିଶାଖାପଟନମ : ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଶତକୀୟ ଇନିଂସ ଖେଳି ଏକାଧିକ ରେକର୍ଡ କରିଛନ୍ତି। ଆଜି ରୋହିତ ମାତ୍ର ୧୩୮ ବଲରେ ୧୫୯ ରନର ଇନିଂସ୍‌ ଖେଳିଛନ୍ତି। ଏହି ଇନିଂସରେ ରୋହିତ ୫ଟି ବିଶାଳ ଛକା ଓ ୧୭ଟି ଚୌକା ମାରିଛନ୍ତି। ଏହା ରୋହିତଙ୍କ ଦିନିକିଆ କ୍ୟାରିୟରର ୨୮ତମ ଶତକ।

Advertisment

ସେହିପରି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ରୋହିତ ୭ଟି ଶତକ ମାରିବାର ରେକର୍ଡ କରିଛନ୍ତି। ୧୯୯୮ରେ ସଚିନ ତେନ୍ଦୁଲକର ଗୋଟିଏ କ୍ୟାଲେଣ୍ଡର ୟରରେ ୯ଟି ଶତକ ମାରିବାର ରେକର୍ଡ କରିଛନ୍ତି। ତେବେ ରୋହିତ ଆଜି ସୌରଭ ଗାଙ୍ଗୁଲି ଓ ଡାଭିଡ ୱାର୍ଣ୍ଣରଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଗାଙ୍ଗୁଲି ୨୦୦୦ ମସିହାରେ ୭ଟି ଶତକ ହାସଲ କରିଥିବା ବେଳେ ୱାର୍ଣ୍ଣର ୨୦୧୬ରେ ଗୋଟିଏ କ୍ୟାଲଣ୍ଡର ୟରରେ ୭ଟି ଶତକ ହାସଲ କରିଥିଲେ।

ଏହାପୂର୍ବରୁ ରୋହିତ ଶର୍ମା ପ୍ରଥମ ଖେଳାଳି ଭାବେ ଗୋଟିଏ ବିଶ୍ୱକପରେ ୫ଟି ଶତକ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିଥିଲେ। ଜାନୁଆରୀ ୧୨ରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ସିଡ୍‌ନୀ ଦିନିକିଆରେ ଚଳିତ କ୍ୟାଲେଣ୍ଡର ୟରର ପ୍ରଥମ ଶତକ ହାସଲ କରିଥିଲେ। ସେ ୧୩୩ ରନର ଇନିଂସ ଖେଳିଥିଲେ।

Advertisment

ଏହାପରେ ସେ ଗୋଟିଏ ପରେ ଗୋଟିଏ ଶତକ ହାସଲ କରିବାରେ ଲାଗିଛନ୍ତି। ଆଜିର ଶତକ ପରେ ରୋହିତ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ସନଥ ଜୟସୂରିୟାଙ୍କ ଶତକ ରେକର୍ଡ ସହ ସମକକ୍ଷ ହୋଇଛନ୍ତି।

ସେହିପରି ରୋହିତ ଏବେ ୨୦୧୯ରେ ସର୍ବାଧିକ ଦିନିକିଆ ରନ ସ୍କୋରର ହେବାର ରେକର୍ଡ କରିଛନ୍ତି।  ରୋହିତ ୨୦୧୯ରେ ୨୭ଟି ମ୍ୟାଚ ଖେଳି ୧୪୨୭ ରନ କରିଥିବା ବେଳେ ବିରାଟ ୨୫ଟି ମ୍ୟାଚ ଖେଳି ୧୨୯୨ ରନ୍‌ କରିଛନ୍ତି।

Advertisment

ରୋହିତ ୨୦୧୯ରେ ୭ଟି ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବିରାଟ ୫ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୦୧୯ରେ ଇଣ୍ଡିଜର ଶାଇ ହୋପ ୧୨୨୫ ରନ କରି ତୃତୀୟ ସ୍ଥାନରେ ଅଛନ୍ତି। ରୋହିତ ଆଜି ୮ମ ଥର ପାଇଁ ଦିନିକିଆ କ୍ରିକେଟରେ ୧୫୦ରୁ ଅଧିକ ରନ କରିବାର ରେକର୍ଡ କରିଛନ୍ତି। ଅଷ୍ଟ୍ରେଲିଆର ଡାଭିଡ ୱାର୍ଣ୍ଣର ୬ଥର ୧୫୦ରୁ ଅଧିକ ରନ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଆଜି ରୋହିତ ତାଙ୍କ ଲିଷ୍ଟ ଏ କ୍ୟାରିୟରର ୧୧ ହଜାର ମଧ୍ୟ ପୂରଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ