Jadeja-Wife-Controversy Photograph: (OTV)
ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବାଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା। ସ୍ୱାମୀ ଜାଡେଜାଙ୍କ ପ୍ରଶଂସା କରିବା ସମୟରେ ଅନ୍ୟ ଭାରତୀୟ କ୍ରିକେଟରମାନଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ସେ। ଗୁଜରାଟର ଦ୍ୱାରକାରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ କ୍ରିକେଟରଙ୍କ ଖରାପ ଅଭ୍ୟାସ ସମ୍ପର୍କରେ କହିଛନ୍ତି। ରିଭାବା କହିଛନ୍ତି, “ମୋ ସ୍ୱାମୀ ମ୍ୟାଚ ଖେଳିବା ପାଇଁ ଲଣ୍ତନ, ଦୁବାଇ ଓ ଅଷ୍ଟ୍ରେଲିଆ ଭଳି ସ୍ଥାନକୁ ଯାଆନ୍ତି। ହେଲେ ଆଜି ଯାଏଁ କେବେ କୌଣସି ପ୍ରକାରର ନିଶା କିମ୍ବା ଖରାପ ଜିନିଷକୁ ଛୁଇଁ ନାହାନ୍ତି। କାରଣ ସେ ନିଜର ଦାୟିତ୍ୱକୁ ଠିକ ଭାବେ ବୁଝିଛନ୍ତି। ଦଳର ବାକି ସମସ୍ତ ସଦସ୍ୟ ଖରାପ ଅଭ୍ୟାସରେ ଲିପ୍ତ। କିନ୍ତୁ ସେମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ।
ମନ୍ତ୍ରୀ ରିଭାବା ଆହୁରି କହିଛନ୍ତି ଯେ “ମୋ ସ୍ୱାମୀ ୧୨ ବର୍ଷ ଧରି ଘରୁ ଠାରୁ ଦୂରରେ ରହୁଛନ୍ତି। ସେ ନିଜ ଇଚ୍ଛାରେ ଚାହିଁଲେ କିଛି ବି କରିପାରିବେ। କିନ୍ତୁ ସେ ନିଜର ନୈତିକ କର୍ତ୍ତବ୍ୟକୁ ଭଲ ଭାବେ ବୁଝିଛନ୍ତି। ତାଙ୍କ କ’ଣ କରିବାର ଅଛି, ସେବିଷୟରେ ସେ ବେଶ ଭଲ ଭାବେ ଅବଗତ।”
ତେବେ ଟିମର ବାକି ସମସ୍ତ ସଦସ୍ୟ ଖରାପ ଅଭ୍ୟାସରେ ଲିପ୍ତ ଥିବା ବୟାନ ଏବେ ଚର୍ଚ୍ଚା ପାଲଟିଛି। କ’ଣ ଟିମ ଇଣ୍ଡିଆର ବାକି ସଦସ୍ୟ କ୍ରିକେଟ ଟୁର ବେଳେ ନିଶା ସେବନ କରନ୍ତି? କ’ଣ ସେମାନେ ଖରାପ କାମରେ ଲିପ୍ତ ରୁହନ୍ତି ବୋଲି ସମସ୍ତେ ପ୍ରଶ୍ନ କରିବାରେ ଲାଗିଛନ୍ତି। ତେବେ ଏ ସମ୍ପର୍କରେ ଜାଡେଜା କିମ୍ବା ତାଙ୍କ ପତ୍ନୀ ଏଯାଏ କୌଣସି ପ୍ରକାରର ସ୍ପଷ୍ଟୀକରଣ ଦେଇ ନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/14/jadeja-wife-controversy-2025-12-14-09-02-31.jpg)