Advertisment

ଆଇପିଏଲ୍‌ରେ ପଶିଲା କରୋନା

ନୂଆଦିଲ୍ଲୀ: ଆଇପିଏଲର ୧୩ଶ ସଂସ୍କରଣ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଶକ୍ତ ଝଟକା ଲାଗିଛି। ଟିମର ଫିଲ୍ଡିଂ କୋଚ୍ ଦିଶାନ୍ତ ୟାଗନିକଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି। ଏ ନେଇ ରାଜସ୍ଥାନ ରୟାଲ୍ସ ଟ୍ୱିଟ୍ କରି ସୂଚନା ଦେଇଛି। ରୟାଲ୍ସ ପକ୍ଷରୁ କୁହାଯାଇଛି, ଟିମର ଫିଲ୍ଡିଂ କୋଚ୍ ଦିଶାନ୍ତଙ୍କର କରୋନା ଟେଷ୍ଟ ପଜିଟିଭ ଆସିଛି। ରାଜସ୍ଥାନ ପକ୍ଷରୁ ଆହୁରି କୁହାଯାଇଛି, ବିସିସିଆଇ ଦ୍ୱାରା କରାଯାଉଥିବା ଦୁଇଟି ଟେଷ୍ଟ ବ୍ୟତୀତ ଆମେ ୟୁଏଇ ଯାଉଥିବା ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ୍ […]

ଅଦ୍ୟତନ ହୋଇଛି
ଆଇପିଏଲ୍‌ରେ ପଶିଲା କରୋନା

ipl2020

Advertisment

ନୂଆଦିଲ୍ଲୀ: ଆଇପିଏଲର ୧୩ଶ ସଂସ୍କରଣ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଶକ୍ତ ଝଟକା ଲାଗିଛି। ଟିମର ଫିଲ୍ଡିଂ କୋଚ୍ ଦିଶାନ୍ତ ୟାଗନିକଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି। ଏ ନେଇ ରାଜସ୍ଥାନ ରୟାଲ୍ସ ଟ୍ୱିଟ୍ କରି ସୂଚନା ଦେଇଛି। ରୟାଲ୍ସ ପକ୍ଷରୁ କୁହାଯାଇଛି, ଟିମର ଫିଲ୍ଡିଂ କୋଚ୍ ଦିଶାନ୍ତଙ୍କର କରୋନା ଟେଷ୍ଟ ପଜିଟିଭ ଆସିଛି।

Advertisment

ରାଜସ୍ଥାନ ପକ୍ଷରୁ ଆହୁରି କୁହାଯାଇଛି, ବିସିସିଆଇ ଦ୍ୱାରା କରାଯାଉଥିବା ଦୁଇଟି ଟେଷ୍ଟ ବ୍ୟତୀତ ଆମେ ୟୁଏଇ ଯାଉଥିବା ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ମ୍ୟାନେଜମେଣ୍ଟର ଆଉ ଏକ ଟେଷ୍ଟ କରାଉଛୁ। ଯାହାଦ୍ୱାରା ଏହି ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ କରାଯାଇପାରିବ।

https://twitter.com/rajasthanroyals/status/1293439333051928576?s=20

ୟାଗନିକ ବର୍ତ୍ତମାନ ଉଦୟପୁରସ୍ଥିତ ନିଜ ଘରେ ଅଛନ୍ତି। ତାଙ୍କୁ ୧୪ ଦିନର କ୍ୱାରେଣ୍ଟିନ୍ ପାଇଁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦିଆଯାଇଛି। ୧୪ ଦିନ ପରେ ବିସିସିଆଇ ପ୍ରୋଟୋକଲ୍ ଆଧାରରେ ଦୁଇଥର ପରୀକ୍ଷା କରାଯିବ।

Advertisment

ଦୁଇଟି ନେଗେଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ୟୁଏଇ ଯିବାକୁ ଅନୁମତି ମିଳିବ। ସେଠାରେ ୬ ଦିନ ଆଇସୋଲେସନରେ ରହିବା ପରେ ଏବଂ ତିନୋଟି ନେଗେଟିଭ୍ ଟେଷ୍ଟ ଆସିବା ପରେ ହିଁ ସେ ଟିମ୍ ସହ ଯୋଗଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ