Advertisment

ଦ୍ରୋଣାଚାର୍ଯ୍ୟ ପୁରସ୍କାର ନେବା ପୂର୍ବରୁ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧି ଖେଳ ରତ୍ନ’ ପୁରସ୍କାର ସହ ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଆଜୀବନ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମଧ୍ୟରୁ ଅନ୍ୟତମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଚଳିତ ବର୍ଷ ଆଥଲେଟିକ୍ସ କୋଚ୍ ପୁରୁଷୋତ୍ତମ ରାୟଙ୍କ ନାଁ ମଧ୍ୟ ଘୋଷଣା କରାଯାଇଥିଲା। କିନ୍ତୁ ପୁରସ୍କାର ନେବା ପୂର୍ବରୁ ଘଟିଲା ଅଘଟଣ। ଶୁକ୍ରବାର ବେଙ୍ଗାଲୁରୁରେ ହାର୍ଟ ଆଟାକ୍ ଯୋଗୁ ୭୯ […]

ଦ୍ରୋଣାଚାର୍ଯ୍ୟ ପୁରସ୍କାର ନେବା ପୂର୍ବରୁ ଚାଲିଗଲା ଜୀବନ

purusottam

Advertisment

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ 'ରାଜୀବ ଗାନ୍ଧି ଖେଳ ରତ୍ନ' ପୁରସ୍କାର ସହ ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଆଜୀବନ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମଧ୍ୟରୁ ଅନ୍ୟତମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଚଳିତ ବର୍ଷ ଆଥଲେଟିକ୍ସ କୋଚ୍ ପୁରୁଷୋତ୍ତମ ରାୟଙ୍କ ନାଁ ମଧ୍ୟ ଘୋଷଣା କରାଯାଇଥିଲା। କିନ୍ତୁ ପୁରସ୍କାର ନେବା ପୂର୍ବରୁ ଘଟିଲା ଅଘଟଣ। ଶୁକ୍ରବାର ବେଙ୍ଗାଲୁରୁରେ ହାର୍ଟ ଆଟାକ୍ ଯୋଗୁ ୭୯ ବର୍ଷରେ ଚାଲିଗଲା କୋଚ୍ ପୁରୁଷୋତ୍ତମଙ୍କ ଜୀବନ। ଶନିବାର ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥାନ୍ତା। କିନ୍ତୁ ତାହା ହୋଇପାରିଲା ନାହିଁ।

Advertisment

ଆଥଲେଟିକ୍ସ ଫେଡେରେସନ୍ ଅଫ୍‌ ଇଣ୍ଡିଆର ଶୀର୍ଷ ଅଧିକାରୀ କହିଛନ୍ତି, ପୁରୁଷୋତ୍ତମ ରାୟ କ୍ରୀଡ଼ା ପୁରସ୍କାର ପାଇଁ ପୂର୍ବାଭ୍ୟାସରେ ଭାଗ ନେଇଥିଲେ, କିନ୍ତୁ ପରେ ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଥିଲା। ୭୯ ବର୍ଷୀୟ ପୁରୁଷୋତ୍ତମ ରାୟ ୨୦୦୧ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର କୋଚ୍ ପଦବୀରୁ ରିଟାୟର ହୋଇଥିଲେ। ସେ ଭାରତର କିଛି ଷ୍ଟାର୍ ଆଥଲେଟ୍ ଯଥା ବନ୍ଦନା ରାଓ, ଅଶ୍ୱିନୀ ନାଚାପ୍ପା, ପ୍ରମିଳା ଆୟପ୍ପା, ରୋଜା କୁଟ୍ଟି, ଏମକେ ଆଶା, ବି, ଶାୟଲା ଏବଂ ମୁରଲୀ କୁଟ୍ଟନଙ୍କୁ କୋଚିଂ ଦେଇଥିଲେ।

୧୯୭୪ରେ ନେତାଜୀ ଇନଷ୍ଟିଚ୍ୟୁଟ୍ ଅଫ୍‌ ସ୍ପୋର୍ଟ୍ସରୁ ସେ ଡିପ୍ଲୋମା ହାସଲ କରିବା ପରେ ନିଜର କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ରାୟ ୧୯୮୭ରେ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ୍, ୧୯୮୮ରେ ଏସିଆନ୍ ଟ୍ରାକ୍ ଆଣ୍ଡ ଫିଲ୍ଡ ଚାମ୍ପିୟନଶିପ୍ ଏବଂ ୧୯୯୯ରେ ସାଫ୍ ଗେମ୍ସ ପାଇଁ ଭାରତୀୟ ଟିମକୁ କୋଚିଂ ଦେଇଥିଲେ। ଏହାଛଡ଼ା ସେ ସର୍ଭିସେସ୍ ଯୁବ ସଶକ୍ତିକରଣ ଓ କ୍ରୀଡ଼ା ବିଭାଗ (ଡିୱାଇଇଏସ୍) ଏବଂ ସାଇର କୋଚ୍ ଭାବେ କାର୍ଯ୍ୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ