Advertisment

ବ୍ରାଜିଲର ଷ୍ଟାର୍ ଫୁଟବଲର୍ ନେମାର କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ବ୍ରାଜିଲ ଓ ପ୍ୟାରିସ୍ ସେଣ୍ଟ ଜର୍ମେନ (ପିଏସଜି)ର ଷ୍ଟାର ଫୁଟବଲର ନେମାର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ପିଏସଜି ନେମାରଙ୍କ ନାଁରେ ଖୁଲାସା କରିନାହିଁ। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେମାରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ନେମାରଙ୍କ ବ୍ୟତୀତ ପିଏସଜିର ଆଉ କିଛି ଖେଳାଳି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ନେମାର ଏବେ ୧୪ ଦିନିଆ ସେଲ୍‌ଫ ଆଇସୋଲେସନରେ ରହିବେ। ନେମାରଙ୍କ ସାଥୀ ଖେଳାଳି ଆଞ୍ଜେଲ […]

ବ୍ରାଜିଲର ଷ୍ଟାର୍ ଫୁଟବଲର୍ ନେମାର କରୋନାରେ ଆକ୍ରାନ୍ତ

neymar

Advertisment

ନୂଆଦିଲ୍ଲୀ: ବ୍ରାଜିଲ ଓ ପ୍ୟାରିସ୍ ସେଣ୍ଟ ଜର୍ମେନ (ପିଏସଜି)ର ଷ୍ଟାର ଫୁଟବଲର ନେମାର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ପିଏସଜି ନେମାରଙ୍କ ନାଁରେ ଖୁଲାସା କରିନାହିଁ। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେମାରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି।

Advertisment

ନେମାରଙ୍କ ବ୍ୟତୀତ ପିଏସଜିର ଆଉ କିଛି ଖେଳାଳି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ନେମାର ଏବେ ୧୪ ଦିନିଆ ସେଲ୍‌ଫ ଆଇସୋଲେସନରେ ରହିବେ। ନେମାରଙ୍କ ସାଥୀ ଖେଳାଳି ଆଞ୍ଜେଲ ଡି'ମାରିଆ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହା ପରେ ସେ ନିଜକୁ ଆଇସୋଲେସନରେ ରଖିଛନ୍ତି।

୨୦୧୭ରେ ପିଏସଜି ନେମାରଙ୍କୁ ୧୯.୮ କୋଟି ଡଲାରରେ କିଣିଥିଲା। ଗତ ମାସରେ ଚାମ୍ପିୟନ୍ସ ଫାଇନାଲରେ ବାୟେର୍ନ ମ୍ୟୁନିକଠାରୁ ହାରିବା ପରେ ପିଏସଜି ଟିମ୍ କୌଣସି ମ୍ୟାଚ୍ ଖେଳିନାହିଁ।

Advertisment

ଟିମ୍ ଫ୍ରେଞ୍ଚ୍ ଲିଗରେ ତା'ର ଅଭିଯାନ ସେପ୍ଟେମ୍ବର ୧୦ ତାରିଖରୁ ଲେନ୍ସ ବିପକ୍ଷ ମ୍ୟାଚ୍ ଖେଳି ଆରମ୍ଭ କରିବ। ହେଲେ ଏହି ମ୍ୟାଚରେ ନେମାର ଖେଳିପାରିବେ ନାହିଁ। ବାୟେର୍ନ ବିପକ୍ଷ ପରାଜୟ ପରେ ଟିମର କିଛି ଖେଳାଳି ଛୁଟିରେ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ