Advertisment

ବାରବାଟୀରେ ମ୍ୟାଚ୍ : ୭ନଂ ଗ୍ୟାଲେରି ଟିକେଟ୍ ବିକ୍ରି ହେବନି

କଟକ : ଆସନ୍ତା ଡିସେମ୍ବର ୨୨ରେ ବାରବାଟୀରେ ହେବ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା । ଏଠାରେ ଖେଳାଯିବାକୁ ଥିବା ମ୍ୟାଚକୁ ସଫଳତାର ସହ ଆୟୋଜନ ପାଇଁ ଓସିଏ ଅଣ୍ଟାଭିଡ଼ିଛି । ଏଥିପାଇଁ ଜୋରଦାର ଚଳାଇଛି ପ୍ରସ୍ତୁତି।  ଏନେଇ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ୍‌ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା, ଜଳଯୋଗାଣ, ଗ୍ୟାଲେରୀ ଭିତରେ ଆବଶ୍ୟକ ଅନୁଯାୟୀ ଟଏଲେଟ ବ୍ୟବସ୍ଥା ସହ ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତାର ମରାମତି […]

ବାରବାଟୀରେ ମ୍ୟାଚ୍  : ୭ନଂ ଗ୍ୟାଲେରି ଟିକେଟ୍ ବିକ୍ରି ହେବନି

barabati

Advertisment

କଟକ : ଆସନ୍ତା ଡିସେମ୍ବର ୨୨ରେ ବାରବାଟୀରେ ହେବ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା । ଏଠାରେ ଖେଳାଯିବାକୁ ଥିବା ମ୍ୟାଚକୁ ସଫଳତାର ସହ ଆୟୋଜନ ପାଇଁ ଓସିଏ ଅଣ୍ଟାଭିଡ଼ିଛି । ଏଥିପାଇଁ ଜୋରଦାର ଚଳାଇଛି ପ୍ରସ୍ତୁତି।  ଏନେଇ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

Advertisment

ମ୍ୟାଚ୍‌ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା, ଜଳଯୋଗାଣ, ଗ୍ୟାଲେରୀ ଭିତରେ ଆବଶ୍ୟକ ଅନୁଯାୟୀ ଟଏଲେଟ ବ୍ୟବସ୍ଥା ସହ ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତାର ମରାମତି ଆଦି ବିଷୟ ଉପରେ ଆଲୋଚନା ହୋଇଛି । ଗ୍ୟାଲେରୀ ଭିତରେ ଦର୍ଶକଙ୍କୁ ଯେପରି ଖାଇବା ଜିନିଷ ଚଢ଼ା ଦରରେ ବିକ୍ରି କରାନଯାଏ, ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ଆରଡିସି। ଏଥିସହ ଖେଳାଳି ଆସୁଥିବା ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ସିଏମସିକୁ ନିର୍ଦ୍ଦେଶ ରହିଛି।

ଦୀର୍ଘ ଅଢେଇ ବର୍ଷ ପରେ ବାରବାଟୀରେ ପୁଣି ଅନ୍ତର୍ଜାତୀୟ ମ୍ୟାଚ୍‌ ହେଉଥିବାରୁ ସମସ୍ତେ ତତ୍ପର । ଫୋନି ବାତ୍ୟାରେ ଫ୍ଲଡ୍‌ଲାଇଟ୍ ଖରାପ ହୋଇଯାଇଥିବା ବେଳେ ସେସବୁର ମରାମତି କାମ ଶେଷ ପର୍ଯ୍ୟାୟରେ । ସେହିପରି ୭ନଂ ଗ୍ୟାଲେରୀ ଅବସ୍ଥା ଭଲ ନଥିବାରୁ, ତାହା ଦର୍ଶକଙ୍କ ପାଇଁ ବନ୍ଦ ରହିବ । ଏହି ଗ୍ୟାଲିରେ ଟିକେଟ୍ ବିକ୍ରି ହେବନି । ଆସନ୍ତା ୫ ତାରିଖରୁ ଅନଲାଇନରେ ମୋଟ ୯ ହଜାର ୩୧୦ ଟିକେଟ୍ ବିକ୍ରି କରାଯିବ । ୧୪ ଓ ୧୫ ତାରିଖରେ ଓସିଏ ଅନୁବନ୍ଧିତ ସଂସ୍ଥା ତଥା ସ୍କୁଲ , କଲେଜ ଆଦିଙ୍କୁ ଟିକେଟ ବିକ୍ରି କରାଯିବ।

Advertisment

ସେହିପରି ସାଧାରଣ ଦର୍ଶକଙ୍କୁ କାଉଣ୍ଟରରେ ୧୯ ଏବଂ ୨୦ ତାରିଖରେ ଟିକେଟ ବିକ୍ରି କରାଯିବ ।

ଗ୍ୟାଲେରୀ ନଂ 1- ୩ହଜାର ୬ଶହ ଟଙ୍କା,

ଗ୍ୟାଲେରୀ ନଂ ୨ ଓ ୪ ଟିକେଟ ଦର- ୫ଶହ ଟଙ୍କା ,

ଗ୍ୟାଲେରୀ ନଂ ୬- ୪ଶହ ଟଙ୍କା,

ସ୍ପେଶାଲ ଏନକ୍ଲୋଜର- ୩ ହଜାର ଟଙ୍କା

ନିଉ ପ୍ୟାଭିଲିୟନ - ୫ ହଜାର ଟଙ୍କା ଓ ଏସି ବକ୍ସ ୫ ହଜାର ଟଙ୍କା,

କର୍ପୋରେଟ ବକ୍ସ - ୮ହଜାର ଟଙ୍କା ।

ଟିକେଟ୍ ଦାମ ବ୍ୟତୀତ ଜିଏସଟି ମଧ୍ୟ ଲାଗୁ ହେବ।

ବାଇଟ- ସଞ୍ଚୟ ବେହେରା, ସମ୍ପାଦକ ଓସିଏ

ପ୍ରଶାସନିକ ସ୍ତରରେ ବସିଥିବା ବୈଠକରେ କଟକ ଜିଲ୍ଲାପାଳ, ସିଏମସି କମିଶନରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ ଓସିଏର ବିଭିନ୍ନ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ