modi
ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ବର୍ଷରେ ପାଦ ଥାପିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଦେଶ-ବିଦେଶରୁ ଶୁଭେଚ୍ଛାରୁ ସୁଅ ଛୁଟିଛି। ସୋସିଆଲ୍ ମିଡିଆରେ ମଧ୍ୟ ପିଏମ୍ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇବାରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ମଧ୍ୟ ସାମିଲ୍ ଥିଲେ।
https://twitter.com/narendramodi/status/1306652045387079681?s=20
ବିରାଟ୍ ଟୁଇଟରେ ମୋଦିଙ୍କୁ ଟ୍ୟାଗ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହା ଉପରେ ପିଏମ୍ ପ୍ରତିକ୍ରିୟା ଦେଇଛନ୍ତି ଏବଂ ଏହା ସହ ବିରାଟ୍ ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବଧେଇ ଜଣାଇଛନ୍ତି। ପିଏମ୍ ମୋଦି ଟୁଇଟରେ ଲେଖିଛନ୍ତି, "ଥ୍ୟାଙ୍କ୍ ୟୁ ବିରାଟ୍ କୋହଲି। ଆପଣଙ୍କୁ ଏବଂ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ବଧେଇ। ମୋର ପୂରା ବିଶ୍ୱାସ ଯେ ଆପଣ ଦୁହେଁ ନିଶ୍ଚୟ ଭଲ ମାତା-ପିତା ହେବେ।"
ନିକଟରେ ବିରାଟ୍ ଓ ଅନୁଷ୍କା ମାତା-ପିତା ହେବା ନେଇ ଘୋଷଣା କରିଥିଲେ। ଗୁରୁବାର କୋହଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଟୁଇଟ୍ କରିଥିଲେ, ଆମର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଜନ୍ମଦିନର ଶୁଭକାମନା। ଏହାସହ କୋହଲି ପିଏମ୍ ମୋଦି ଓ ପିଏମ୍ ଅଫିସକୁ ଟ୍ୟାଗ୍ କରିଥିଲେ।
କୋହଲିଙ୍କ ବ୍ୟତୀତ ସଚିନ୍ ତେନ୍ଦୁଲକର, ସାନିଆ ମିର୍ଜା, କେଏଲ୍ ରାହୁଲ୍ ମଧ୍ୟ ପିଏମ୍ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ତେବେ ପିଏମ୍ ମୋଦି ମଧ୍ୟ ସମସ୍ତ ଶୁଭକାମନାକୁ ଗୋଟିଏ ଗୋଟିଏ କରି ନିଜ ନିଆର ଅନ୍ଦାଜରେ ଜବାବ ଦେଇଥିଲେ। ବର୍ତ୍ତମାନ ବିରାଟ୍ କୋହଲି ୟୁଏଇରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ଆଇପିଏଲ୍ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଆଇପିଏଲର ଚଳିତ ସଂସ୍କରଣ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/modi-4_1625317639.jpg)