modi-and-virat
ନୂଆଦିଲ୍ଲୀ: ସେପ୍ଟେମ୍ବର ୨୪ ତାରିଖରେ 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ'ର ପ୍ରଥମ ବାର୍ଷିକୀ ଅବସରରେ ଦେଶବ୍ୟାପୀ ଅନଲାଇନ୍ ଫିଟ୍ ଇଣ୍ଡିଆ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। କୋହଲିଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଅଭିନେତା ମିଲିନ୍ଦ ସୋମନ୍ ମଧ୍ୟ ଅନଲାଇନ୍ ମାଧ୍ୟମରେ ଯୋଗଦେବେ।
ଏହି ଅବସରରେ ପିଏମ୍ ମୋଦି ସେହି ମାନଙ୍କ ସହ କଥା ହେବେ, ଯେଉଁମାନେ ନିଜ ନିଜର ଫିଟେନସ୍ ଦ୍ୱାରା ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇଛନ୍ତି। କ୍ରିକେଟର୍ ବିରାଟ୍ କୋହଲି ଓ ଅଭିନେତା ମିଲିନ୍ଦ ସୋମନଙ୍କ ଫିଟନେସକୁ ନେଇ ସମସ୍ତେ ଅବଗତ। ତେଣୁ ପ୍ରଧାନମନ୍ତ୍ରୀ ମୋଦି ଏହି ଦୁଇ ସେଲିବ୍ରିଟୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ଆହ୍ୱାନ ଦେଇଛନ୍ତି। ଉଭୟ କୋହଲି ଓ ସୋମନ୍ ଲୋକଙ୍କୁ ଫିଟନେସ୍ ସମ୍ବନ୍ଧରେ କିଛି ଟିପ୍ସ ଦେଇପାରନ୍ତି। ଅନଲାଇନ୍ ଆଲୋଚନାରେ ସାମିଲ୍ ହୋଇଥିବା ଲୋକେ ଫିଟନେସ୍ ଏବଂ ଉତ୍ତମ ସ୍ୱାସ୍ଥ୍ୟ ସମ୍ବନ୍ଧରେ ନିଜ ନିଜର ମତ ସାବ୍ୟସ୍ତ କରିବେ।
ଏହି କାର୍ଯ୍ୟକ୍ରମରେ ପୁଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ଉପରେ ଆଲୋଚନା କରାଯିବ। ଦେଶର ଲୋକଙ୍କୁ ଏକ ଫିଟ୍ ଦେଶ କରିବା ପାଇଁ 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ'ର ପରିକଳ୍ପନା କରାଯାଇଥିଲା। ଏହି ମୁଭମେଣ୍ଟର ଉନ୍ମୋଚନ ପରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟ ନେତୃତ୍ୱରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଫିଟ୍ ଇଣ୍ଡିଆ ଫ୍ରୀଡମ୍ ରନ୍, ଫ୍ଲଗ୍ ରନ୍, ସାଇକ୍ଲୋଥନ୍, ଫିଟ୍ ଇଣ୍ଡିଆ ୱିକ୍, ଫିଟ୍ ଇଣ୍ଡିଆ ସ୍କୁଲ୍ ସାର୍ଟିଫିକେଟ୍ ଆୟୋଜିତ କରାଯାଉଛି। ଏହି କାର୍ଯ୍ୟକ୍ରମରେ ସାଢ଼େ ୩ କୋଟିରୁ ଅଧିକ ଲୋକେ ସାମିଲ୍ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/modi-and-virat_1625306777.jpg)