Advertisment

Pakistani Fans: ତାତିଲେ ପାକିସ୍ତାନୀ ଫ୍ୟାନ୍ସ, ଖେଳାଳିଙ୍କୁ ପୁଣି ଧୋଇଲେ

ଏସିଆ କପ ସୁପର ଫୋର୍ ମ୍ୟାଚରେ ପାକିସ୍ତାନ ହାରିବା ପରେ ପାକିସ୍ତାନୀ ଟିମ୍ ଉପରେ ପ୍ରବଳ ବର୍ଷିଲେ ପାକିସ୍ତାନୀ ଫ୍ୟାନ୍ସ। ଫ୍ୟାନ୍ସ କହିଲେ ଆମ କ୍ୟାପ୍ଟେନ ବଦଳାଅ। ଭାରତ ପୁଣି ପାକିସ୍ତାନକୁ ଧୋଇଦେଲା।

PAKISTAN-FAN-REACTION

ପାକିସ୍ତାନୀ Photograph: (OTV)

Advertisment

ଏସିଆ କପ୍ ସୁପର ଫୋର୍ ମ୍ୟାଚ୍‌ରେ ପାକିସ୍ତାନ ପୁଣି ପଡିଆରେ ଧୂଳିଚାଟିବା ବେଳେ ଏପରି ଭାବେ ପାକିସ୍ତାନୀ ଖେଳାଳିଙ୍କ ଉପରେ ବର୍ଷିଛନ୍ତି ପାକିସ୍ତାନୀ ଫ୍ୟାନ୍ସ । କ୍ୟାପ୍ଟେନ ସହ ସବୁ ଖେଳାଳିକୁ ଧୋଇଛନ୍ତି । ଆମେ ଟଙ୍କା ଖର୍ଚ୍ଚ କରି ଦୂରରୁ ଆସୁଛୁ । କିନ୍ତୁ ଆମେ ଖେଳାଳି ଏମିତି ଖେଳୁଛନ୍ତି । ପାକିସ୍ତାନ ସବୁବେଳେ କହୁଛି ଜିତିବୁ, ଜିତିବୁ.. ହେଲେ ଇଣ୍ଡିଆଠୁ ସବୁବେଳେ ଧୂଳି ଚାଟୁଛି ବୋଲି କହିଛନ୍ତି ପାକିସ୍ତାନୀ ଫ୍ୟାନ୍ସ । ଏପରିକି ଇଣ୍ଡିଆ ଫାଇନାଲ ଡିଜର୍ଭ କରୁଛି, ଇଣ୍ଡିଆ ହିଁ ଏସିଆ କପ୍ ଜିତିବ ବୋଲି ଆଉ କିଛି ପାକିସ୍ତାନୀ ଫ୍ୟାନ୍ସ ପ୍ରତିକ୍ରିୟା ଦେଇଛନ୍ତି।
ସେପଟେ ବାରମ୍ବାର ଇଣ୍ଡିଆଠୁ ହାରିଲା ପରେ ବି ଭାଙ୍ଗୁନି ପାକିସ୍ତାନୀ ଖେଳାଳିଙ୍କ ମୁହଁ ଫୁଟାଣି କି କମୁନି ଔଦ୍ଧତ୍ୟାମି । କାଲି ମ୍ୟାଚ୍ ବେଳେ ପଡିଆରେ ଦେଖିବାକୁ ମିଳିଥିଲା ପାକ୍‌ ଖେଳାଳୀଙ୍କ ଔଦ୍ଧତ୍ୟ ଆଚରଣ ।  ଅର୍ଦ୍ଧଶତକ ମାରିବା ପରେ ଗନ୍ ସେଲିବ୍ରେସନ୍ କରିଥିଲେ ପାକିସ୍ତାନ ଓପନର ସାହିବଜାଦା ଫରହାନ୍ । 
ବ୍ୟାଟ୍‌କୁ ବନ୍ଧୁକ ଭଳି ଧରିଥିଲେ, ଗୁଳି ଚଳାଇଲା ଭଳି ପ୍ରଦର୍ଶନ କରିଥିଲେ । ଯାହାର ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଫରହାନଙ୍କୁ କଡା ସମାଲୋଚନା କରିଛନ୍ତି କ୍ରିକେଟ ଫ୍ୟାନ୍ସ । ଏମିତିକି ଏହାକୁ ଆତଙ୍କବାଦୀ ଆଚରଣ କହି ସମାଲୋଚନା କରିଛନ୍ତି ଫ୍ୟାନ୍ସ ।

Advertisment
India Vs Pakistan Asia Cup Pakistani Cricketers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ