Advertisment

ଅଲିମ୍ପିୟାଡ୍ ଚେସରେ ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ଟିମ୍ ପ୍ରଥମଥର ଅନଲାଇନ୍ ଅଲିମ୍ପିୟାଡ୍ ଚେସ୍ ଜିତି ଇତିହାସ ରଚିଛି। ତେବେ ଭାରତ ଏକାକୀ ନୁହେଁ ରୁଷ୍ ସହ ଯୁଗ୍ମ ଭାବେ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ଫାଇନାଲରେ ଇଣ୍ଟରନେଟ୍ କନେକ୍ସନ୍ କଟିଯିବା କାରଣରୁ ଭାରତ ଓ ରୁଷକୁ ଯୁଗ୍ମ ଭାବେ ବିଜେତା ଘୋଷିତ କରାଯାଇଛି। ଫାଇନାଲରେ ଭାରତୀୟ ଟିମର ସଦସ୍ୟ ନିହାଲ୍ ସରିନ୍ ଓ ଦିବ୍ୟା ଦେଶମୁଖଙ୍କର ଇଣ୍ଟରନେଟ୍ କନେକ୍ସନ୍ କଟିଯାଇଥିଲା। ଯାହା ପରେ ରୁଷକୁ ବିଜେତା ଘୋଷଣା କରାଯାଇଥିଲା। ତେବେ ଏଭଳି […]

ଅଲିମ୍ପିୟାଡ୍ ଚେସରେ ଇତିହାସ ରଚିଲା ଭାରତ

india-chess

Advertisment

ନୂଆଦିଲ୍ଲୀ: ଭାରତୀୟ ଟିମ୍ ପ୍ରଥମଥର ଅନଲାଇନ୍ ଅଲିମ୍ପିୟାଡ୍ ଚେସ୍ ଜିତି ଇତିହାସ ରଚିଛି। ତେବେ ଭାରତ ଏକାକୀ ନୁହେଁ ରୁଷ୍ ସହ ଯୁଗ୍ମ ଭାବେ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ଫାଇନାଲରେ ଇଣ୍ଟରନେଟ୍ କନେକ୍ସନ୍ କଟିଯିବା କାରଣରୁ ଭାରତ ଓ ରୁଷକୁ ଯୁଗ୍ମ ଭାବେ ବିଜେତା ଘୋଷିତ କରାଯାଇଛି।

Advertisment

ଫାଇନାଲରେ ଭାରତୀୟ ଟିମର ସଦସ୍ୟ ନିହାଲ୍ ସରିନ୍ ଓ ଦିବ୍ୟା ଦେଶମୁଖଙ୍କର ଇଣ୍ଟରନେଟ୍ କନେକ୍ସନ୍ କଟିଯାଇଥିଲା। ଯାହା ପରେ ରୁଷକୁ ବିଜେତା ଘୋଷଣା କରାଯାଇଥିଲା। ତେବେ ଏଭଳି ବିବାଦୀୟ ନିଷ୍ପତ୍ତିକୁ ନେଇ ଭାରତ ବିରୋଧ କରିଥିଲା। ଯାହା ପରେ ଫିଡେ ଅଧ୍ୟକ୍ଷ ଉଭୟ ଟିମକୁ ହିଁ ସ୍ୱର୍ଣ୍ଣ ପଦକ ଦେବାକୁ ନିଷ୍ପତ୍ତି ନେଇଥିଲେ।

ଚେସ୍ ଅଲିମ୍ପିୟାଡ ଇତିହାସରେ ଭାରତ ପ୍ରଥମଥର ଚାମ୍ପିୟନ୍ ହୋଇଛି। ତେବେ ରୁଷ୍ ୨୪ (୧୮ଥର ସୋଭିଏତ୍ ସଂଘ)ଥର ଏହି ଟ୍ରଫି ଜିତିଛି। ପ୍ରଥମଥର ଲାଗି ଫିଡେ, ଅନ୍ତର୍ଜାତୀୟ ଚେସ୍ ମହାସଂଘ ଅନଲାଇନ୍ ଫର୍ମାଟରେ ଅଲିମ୍ପିୟାଡର ଆୟୋଜନ କରିଛି।

Advertisment

ଭାରତର ଏହି ସଫଳତା ପରେ କିମ୍ବଦନ୍ତୀ ଏବଂ ପୂର୍ବତନ ୱାର୍ଲ୍ଡ ଚାମ୍ପିୟନ୍ ବିଶ୍ୱନାଥନ ଆନନ୍ଦ ସୋସିଆଲ୍‌ ମିଡିଆରେ ଖୁସି ପ୍ରକାଶ କରିଛନ୍ତି। ସେ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ସେ ରୁଷକୁ ମଧ୍ୟ ବଧେଇ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ