Advertisment

Shubman Gil: ଗିଲଙ୍କୁ ଆସିଲା ଗୋଟିଏ ଫୋନ୍ କଲ୍ , ବାଦ ପଡ଼ିଲେ ଟି-୨୦ ବିଶ୍ୱକପ୍ ଦଳରୁ

ଶୁଭମନ ଗିଲ୍ ଅହମ୍ମଦାବାଦରୁ ଚଣ୍ଡିଗଡ଼ ଫେରୁଥିବା ସମୟରେ ହିଁ ତାଙ୍କୁ BCCIର ଜ-ଣେ ଅଧିକାରୀଙ୍କ କଲ୍ ଆସିଥିଲା। ଏଥିରେ ତାଙ୍କୁ ସ୍ପଷ୍ଟ ଭାବରେ ଜଣାଇ ଦିଆଯାଇଥିଲା ଯେ ଦଳ ଗଠନ ଏବଂ ରଣନୀତିକ ବିଚାର ଯୋଗୁଁ ତାଙ୍କୁ ଟି-୨୦ ବିଶ୍ୱକପ୍ ଦଳରୁ ବାଦ ଦିଆଯାଇଛି।

Gill-Phone-Call

Gill-Phone-Call Photograph: (OTV)

Advertisment

2026 T20 ବିଶ୍ୱକପ୍ ପାଇଁ ଭାରତୀୟ ଦଳରୁ ଶୁଭମନ ଗିଲଙ୍କୁ ବାଦ ଦିଆଯାଇଛି। ଏହି ନିଷ୍ପତ୍ତି ଟିମ ଇଣ୍ଡିଆ ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା। ତେବେ ଏକ ରିପୋର୍ଟ ଅନୁଯାୟୀ, ଏକଥା ଗିଲଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଥିଲା। କାରଣ ବିଶ୍ବକପ ଦଳର ଆନୁଷ୍ଠାନିକ ଘୋଷଣାର କିଛି ମିନିଟ୍ ପୂର୍ବରୁ ହିଁ ଗିଲ ଏ ବାବଦରେ ସୂଚନା ପାଇଥିଲେ। 

Advertisment

ସୂଚନା ଅନୁଯାୟୀ, ଶୁଭମନ ଗିଲ୍ ଅହମ୍ମଦାବାଦରୁ ଚଣ୍ଡିଗଡ଼ ଫେରୁଥିବା ସମୟରେ ହିଁ ତାଙ୍କୁ BCCIର ଜ-ଣେ ଅଧିକାରୀଙ୍କ କଲ୍ ଆସିଥିଲା। ଏଥିରେ ତାଙ୍କୁ ସ୍ପଷ୍ଟ ଭାବରେ ଜଣାଇ ଦିଆଯାଇଥିଲା ଯେ ଦଳ ଗଠନ ଏବଂ ରଣନୀତିକ ବିଚାର ଯୋଗୁଁ ତାଙ୍କୁ ଟି-୨୦ ବିଶ୍ୱକପ୍ ଦଳରୁ ବାଦ ଦିଆଯାଇଛି। ତେବେ ବିଶ୍ବକପ ପାଇଁ ଆୟୋଜିତ ପ୍ରେସକନଫରେନ୍ସ୍ ର କିଛି ସମୟ ପୂର୍ବରୁ ଏହି ସୂଚନା ପାଇଥିଲେ ଗିଲ୍। ସେ ଏ ନିଷ୍ପତ୍ତି ପାଇଁ ମାନସିକ ଭେବେ ପ୍ରସ୍ତୁତ ନଥିଲେ। କାରଣ ଗିଲ ନିଜକୁ T20 ବିଶ୍ୱକପ୍ ଏବଂ ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ପ୍ରସ୍ତୁତ ବୋଲି ଭାବୁଥିଲେ। ତାଙ୍କ ଡାହାଣ ଗୋଡ଼ରେ ଏକ ଛୋଟ ଆଘାତ ଯୋଗୁଁ ସେ ଦକ୍ଷିଣ ଆଫ୍ରିକା ବିରୋଧରେ ଚତୁର୍ଥ T20I ରୁ ବାଦ ପଡ଼ିଥିଲେ। ଏହା ସତ୍ତ୍ୱେ, ଆବଶ୍ୟକ ହେଲେ ସେ ଯନ୍ତ୍ରଣା ସହିତ ଖେଳିବାକୁ ପ୍ରସ୍ତୁତ ଥିଲେ। ତେବେ ଚୟନକର୍ତ୍ତାମାନେ ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ, ଶୁଭମନ ଗିଲଙ୍କ ପ୍ରତିଭା ଉପରେ କୌଣସି ପ୍ରଶ୍ନ ନାହିଁ। ଏହି ନିଷ୍ପତ୍ତି ବ୍ୟକ୍ତିଗତ ବିଚାର ଉପରେ ଆଧାରିତ ନୁହେଁ ବରଂ କେବଳ ଦଳର ଆବଶ୍ୟକତା ଉପରେ ଆଧାରିତ ଥିଲା।

ତଥାପି ଶେଷ ମୁହୂର୍ତ୍ତରେ ଫୋନ୍ କଲ୍ ମାଧ୍ୟମରେ ଜଣେ ଖେଳାଳିଙ୍କୁ ବାଦ ପଡ଼ିବା ବିଷୟରେ ଜଣାଇବା କେତେ ଉପଯୁକ୍ତ ତାହା ବିତର୍କ ସୃଷ୍ଟି କରିଛି। ଅନେକ ପୂର୍ବତନ ଖେଳାଳି ଏବଂ ବିଶେଷଜ୍ଞ ମତରେ ଗିଲଙ୍କୁ ଏନେଇ ପୂର୍ବରୁ ସ୍ପଷ୍ଟ ସୂଚନା ଦିଆଯିବା ଉଚିତ ଥିଲା। ଯାହା ଦ୍ୱାରା ସେ ମାନସିକ ଭାବରେ ପ୍ରସ୍ତୁତ ହୋଇପାରିବେ। ତେବେ ସେ ଯାହା ହେଉନା କାହିଁକି ବିଶ୍ୱକପ୍ ଦଳରୁ ବାଦ ପଡ଼ିବା ପରେ ଗିଲ୍ ଏବେ ଘରୋଇ କ୍ରିକେଟ୍ ଏବଂ ଅନ୍ୟାନ୍ୟ ଫର୍ମାଟ୍ ଉପରେ ଧ୍ୟାନ ଦେବେ। ଆଉ କ୍ରୀଡ଼ା ବିଶେଷଜ୍ଞମାନଙ୍କ ମତ ଗିଲ୍‌ଙ୍କ ଆଗକୁ ଏକ ଲମ୍ବା କ୍ୟାରିଅର୍ ଅଛି। ଗୋଟିଏ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ତାଙ୍କ ଭବିଷ୍ୟତ ନିର୍ଣ୍ଣୟ କରିପାରିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ