Advertisment

Once Unbeatable At Home: ଭାରତର ଶୋଚନୀୟ ପରାଜୟ ପଛର କାରଣ କଣ ? ଗମ୍ଭୀରଙ୍କ ଉପରେ ଅନେକ ପ୍ରଶ୍ନ

ଏକଦା ଘରୋଇ ମାଟିରେ ଭାରତୀୟ ଦଳ ଥିଲା ଅପରାଜେୟ। ସିରିଜ ଜିତିବା ତ ଦୂରର କଥା କୌଣସି ଟିମ ଗୋଟିଏ ମ୍ୟାଚ ଜିତିବା ଥିଲା କାଠିକର ପାଠ। ହେଲେ ଏବେ ବଦଳି ଯାଇଛି ସମୟ। ବିରାଟ କୋହଲି-ରବି ଶାସ୍ତ୍ରୀଙ୍କ ସମୟରେ ଭାରତ ବିଦେଶରେ ସିରିଜ ଜିତୁଥିବା ବେଳେ

TEAM INDIA

TEAM INDIA Photograph: (OTV)

Advertisment

ଏକଦା ଘରୋଇ ମାଟିରେ ଭାରତୀୟ ଦଳ ଥିଲା ଅପରାଜେୟ। ସିରିଜ ଜିତିବା ତ ଦୂରର କଥା କୌଣସି ଟିମ ଗୋଟିଏ ମ୍ୟାଚ ଜିତିବା ଥିଲା କାଠିକର ପାଠ। ହେଲେ ଏବେ ବଦଳି ଯାଇଛି ସମୟ। ବିରାଟ କୋହଲି-ରବି ଶାସ୍ତ୍ରୀଙ୍କ ସମୟରେ ଭାରତ ବିଦେଶରେ ସିରିଜ ଜିତୁଥିବା ବେଳେ ଘରୋଇ ପରିବେଶରେ ଥିଲା ଅପରାଜେୟ। ସମାନ ଧାରାକୁ ଆଗକୁ ନେଇଥିଲେ ରାହୁଲ ଦ୍ରାବିଡ-ରୋହିତ ଶର୍ମା ଯୋଡି। ମାତ୍ର ବର୍ଷକ ମଧ୍ୟରେ ବଦଳି ଯାଇଛି ସ୍ଥିତି। ଘରୋଇ ମାଟିରେ ଭାରତ ବର୍ତ୍ତମାନ କେବଳ ମ୍ୟାଚ ହାରୁ ନାହିଁ ସିରିଜ ମଧ୍ୟ ହ୍ବାଇଟ ୱାଶ କରୁଛି।

Advertisment

କୋଚଭାବେ ଗୌତମ ଗମ୍ଭୀର ଦାୟିତ୍ବ ନେବା ପରଠାରୁ ଟେଷ୍ଟ କ୍ରିକେଟରେ ପଛକୁ ଧାଇଁବା ଆରମ୍ଭ କରିଛି ଭାରତ। ଗମ୍ଭୀରଙ୍କ ଅଧୀନରେ ଭାରତ ଖେଳିଥିବା ଟେଷ୍ଟ ମ୍ୟାଚ ମଧ୍ୟରୁ ଦଳ ମାତ୍ର ୫ଟିରେ ବିଜୟ ହାସଲ କରିଛି। ଗୋଟିଏ ବିଜୟ ଅଷ୍ଟ୍ରେଲିଆ ବିପକ୍ଷରେ ଆସିଥିବା ବେଳେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଲେଖାଏ ବିଜୟ ଆସିଛି। କେବଳ ଦୁର୍ବଳ ୱେଷ୍ଟଇଣ୍ଡିଜକୁ ଛାଡିଲେ ଅନ୍ୟ କୌଣସି ଦଳ ବିପକ୍ଷରେ ସିରିଜ ଜିତିବାରେ ସଫଳ ହେଇନି ଭାରତ। ଅନ୍ୟ ପକ୍ଷରେ ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ ଭାରତୀୟ ଦଳର ଟ୍ରାଞ୍ଜିସନକୁ ଦାୟୀ କରିଛନ୍ତି ଗମ୍ଭୀର । ତେବେ ୧୨୪ ରନର ସାଧାରଣ ଲକ୍ଷ୍ୟ ଚେଜ କରି ନ ପାରିବା ବେଳେ ଏଭଳି ବାହାନା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଆସନ୍ତୁ ଜାଣିବା କଣ ରହିଛି ପରାଜ଼ୟର କାରଣ।

ଗମ୍ଭୀରଙ୍କ ଏକଛତ୍ରବାଦ: ଟିମ ଇଣ୍ଡିଆର ହେଡକୋଚ ରହିଥିବା ଗୌତମ ଗମ୍ଭୀରଙ୍କ ଏକଛତ୍ରବାଦ ପରାଜୟର ମୁଖ୍ୟ କାରଣ। ଦଳରେ ନିଜ ପସନ୍ଦର ଖେଳାଳିଙ୍କୁ ସାମିଲ କରିବାର ଅଭିଯୋଗ ଗମ୍ଭୀରଙ୍କ ନାମରେ ଆସିଛି। ଏପରିକି ଟି୨୦ ପ୍ରଦର୍ଶନ ଆଧାରରେ ଖେଳାଳିଙ୍କୁ ଟେଷ୍ଟ ଟିମରେ ଯାଗା ମିଳିଛି। ସାଇ ସୁଦର୍ଶନ ଓ ନୀତିଶ ରେଡ୍ଡୀ ଏହାର ମୁଖ୍ୟ ଉଦାହରଣ। ଉଭୟ ଘରୋଇ କ୍ରିକେଟ ବହୁତ କମ ଖେଳିଛନ୍ତି। ନୀତିଶ ୩୮ ଓ ସାଇ ସୁଦର୍ଶନ ୩୫ ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି।

Advertisment

ସ୍ପିନ ଖେଳିବାରେ ଦୁର୍ବଳତା: ଭାରତୀୟ ଖେଳାଳି ମାନେ ନିକଟ ଅତୀତରେ ସ୍ପିନ ଖେଳିବାରେ ବିଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଅବସ୍ଥା । ଦଳ ୩-୦ରେ ହାରିଥିବା ବେଳେ ବର୍ତ୍ତମାନ ଦକ୍ଷଣ ଆଫ୍ରିକା ବିପକ୍ଷରେ ମଧ୍ୟ ହ୍ବାଇଟୱାଶ ଦେଖିବାକୁ ମିଳିଛି। ଅଭିମନ୍ୟୁ ଇଶ୍ବରନ ଓ ସର୍ଫରାଜ ଖାନଙ୍କ ଭଳି ଖେଳାଳି ଯେଉଁମାନେ ସ୍ପିନ ବଲର ଭଲ ଖେଳାଳି ଅଟନ୍ତି ସେମାନଙ୍କୁ ସୁଯୋଗ ନ ମିଳିବା ପରାଜୟର ଆଉ ଏକ କାରଣ। ସେହିପରି ଶ୍ରେୟସ ଆୟର ମଧ୍ୟ ସ୍ପିନ ବିପକ୍ଷରେ ପ୍ରଭାବୀ ବ୍ୟାଟିଂ କରନ୍ତି କିନ୍ତୁ ତାଙ୍କୁ ମଧ୍ୟ ସୁଯୋଗ ମିଳୁନାହିଁ।

ଅଶ୍ବିନଙ୍କ ଅନୁପସ୍ଥିତି: ରବିଚନ୍ଦ୍ରନ ଅଶ୍ବିନଙ୍କ ଅବସର ପରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ଅପୂରଣୀୟ। ଅଶ୍ବିନ ଉଭୟ ବ୍ୟାଟ ଓ ବଲ ଜରିଆରେ ଯେଉଁ ଇମ୍ପାକ୍ଟ ପ୍ରଦାନ କରୁଥିଲେ ତାହା କୌଣସି ଖେଳାଳିଙ୍କ ଠାରୁ ମିଳି ପାରୁ ନାହିଁ। ଅନ୍ୟ ପକ୍ଷରେ ଗମ୍ଭୀର ସ୍ପେଶାଲିଷ୍ଟ ବୋଲର ଓ ବ୍ୟାଟରଙ୍କ ପରିବର୍ତ୍ତେ ଅଲରାଉଣ୍ଡରଙ୍କ ଉପରେ ଅଧିକ ନିର୍ଭର କରୁଛନ୍ତି। ଯାହା ଟିମ ଇଣ୍ଡିଆର ଲାଭ ଅପେକ୍ଷା ଅଧିକ କ୍ଷତି କରୁଛି। ଅଶ୍ବିନଙ୍କ ଅବସର ପରଠାରୁ ଟିମ ଇଣ୍ଡିଆକୁ ତାଙ୍କ କ୍ୟାଲିବରର ସ୍ପିନର ମିଳୁନଥିବା ବେଳେ ଆଗାମୀ ଦିନରେ ମିଳିବା ମଧ୍ୟ ସନ୍ଦେହ ଘେରରେ ରହିଛି।

Advertisment

ନ୍ୟୁଟ୍ରାଲ କ୍ୟୁରେଟର: ପରାଜୟର ଆଉ ଏକ ପ୍ରମୁଖ କାରଣ ହେଉଛି ନ୍ୟୁଟ୍ରାଲ କ୍ୟୁରେଟର। ପୂର୍ବରୁ ଭାରତର ସ୍ପିନର ମାନଙ୍କ ଦବଦବା ଦେଖିବାକୁ ମିଳୁଥିଲା। ପ୍ରତ୍ୟେକ ରଣଜୀ ଦଳ ସ୍ପିନକୁ ସୁହାଇବା ଭଳି ପିଚ ତିଆରି କରୁଥିଲେ। ମାତ୍ର ପେସ ବୋଲିଂ ପୁଲ ସୃଷ୍ଟି କରିବା ପାଇଁ ବିସିସିଆଇ ପକ୍ଷରୁ ନ୍ୟୁଟ୍ରାଲ କ୍ୟୁରେଟର ବ୍ୟବସ୍ଥା ଆପଣା ଯାଇଥିଲା। ଯାହା ଲାଭ ତ ଦେଇଥିଲା କିନ୍ତୁ ବର୍ତ୍ତମାନ ଏହାର କ୍ଷତି ଟିମ ଇଣ୍ଡିଆକୁ ସାମ୍ନା କରିବାକୁ ପଡୁଛି। ଭାରତ ନିକଟରେ କ୍ବାଲିଟି ସ୍ପିନର ନ ଥିବା ବେଳେ କ୍ବାଲିଟି ସ୍ପିନକୁ ଖେଳିବାକୁ ଆବଶ୍ୟକ ଟେକନିକ ମଧ୍ୟ ବ୍ୟାଟରଙ୍କ ପାଖରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ