Advertisment

ଓଡ଼ିଶାରେ ଆୟୋଜିତ ହେବ ୨୦୨୩ ପୁରୁଷ ହକି ବିଶ୍ୱକପ୍‌

ଭୁବନେଶ୍ୱର : ଲଗାତର ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜନ ହେବ ହକି ବିଶ୍ୱକପ୍। ୨୦୨୩  ପୁରୁଷ ହକି ବିଶ୍ୱକପ୍ ଓଡ଼ିଶା ଆୟୋଜନ କରିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ ବିଶ୍ୱକପ୍ ହକି ଉଦଘାଟନର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଅନ୍ତର୍ଜାତୀୟ ହକି ମହାସଂଘ FIH ସଭାପତି ନରିନ୍ଦର ବାତ୍ରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ତେବେ ଏଥର କେବଳ ଭୁବନେଶ୍ୱର ନୁହେଁ, […]

ଓଡ଼ିଶାରେ ଆୟୋଜିତ ହେବ ୨୦୨୩ ପୁରୁଷ ହକି ବିଶ୍ୱକପ୍‌

hhh

Advertisment

ଭୁବନେଶ୍ୱର : ଲଗାତର ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜନ ହେବ ହକି ବିଶ୍ୱକପ୍। ୨୦୨୩  ପୁରୁଷ ହକି ବିଶ୍ୱକପ୍ ଓଡ଼ିଶା ଆୟୋଜନ କରିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

୨୦୧୮ ବିଶ୍ୱକପ୍ ହକି ଉଦଘାଟନର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଅନ୍ତର୍ଜାତୀୟ ହକି ମହାସଂଘ FIH ସଭାପତି ନରିନ୍ଦର ବାତ୍ରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ତେବେ ଏଥର କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ହକି ଏନ୍ତୁଡ଼ିଶାଳ ସୁନ୍ଦରଗଡ଼କୁ ବ୍ୟାପିବ ବିଶ୍ୱକପ୍ ହକି ଫ୍ଲେବର।

publive-imageକାରଣ କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲାରେ ମଧ୍ୟ ବିଶ୍ୱକପ୍ ଖେଳାଯିବ। ଗତବର୍ଷ ନଭେମ୍ବର ୨୭ ଠିକ୍ ଆଜିର ଦିନରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୦୧୮ ହକି ବିଶ୍ୱକପ୍‌ର ଉଦଘାଟନ କରାଯାଇଥିଲା । ଏହାର ବର୍ଷ ପୂର୍ତ୍ତି ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରି ପୁଣି କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛନ୍ତି ।

Advertisment

publive-imageସେପଟେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୭ଟି ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ ତିଆରି କରାଯିବ । ଏହାସହ କଳିଙ୍ଗ ଷ୍ଟାଡିୟମରେ ଏକ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରାଯିବ।  ଆଜି ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରେ ଉଭୟ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ