Advertisment

Odisha Felicitates: ମୁଖ୍ୟମନ୍ତ୍ରୀଙ୍କ ଆଗରେ ବଖାଣିଲେ ଅଭୁଲା ଅନୁଭୂତି ,୧୧ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା

ପ୍ରଥମେ ଟିମ ଇଣ୍ଡିଆକୁ ବିଜେତା କରିବାର ସୌଭାଗ୍ୟ ଆଉ ଏହା ପରବର୍ତ୍ତି ମୂହୁର୍ତ୍ତ ଥିଲା ବେଶ କିଛି ଭିନ୍ନ। ଆଉ ଏ ହେଉଛି ବିମାନ ବନ୍ଦରର ଦୃଶ୍ୟ। ଦୃଷ୍ଟିହୀନ ମହିଳା ଟି -20 ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିବା ଚାରି ଓଡ଼ିଆଙ୍କୁ ଦିଆଯାଉଛି ସ୍ବାଗତ ସମ୍ବର୍ଦ୍ଧନା।

Odisha Felicitates

Odisha Felicitates Photograph: (OTV)

Advertisment

ବିଶ୍ବ ଦେଖିଲା ଓଡିଆ ଝିଅଙ୍କ କମାଲ । ଜନ୍ମମାଟିରେ ଗେହ୍ଲା ଝିଅଙ୍କୁ ସମ୍ବର୍ଦ୍ଧନା । ଟିମ ଇଣ୍ଡିଆ ବିଜୟର ମଙ୍ଗ ଧରିଥିଲେ ୪ ଓଡିଆ । ଗର୍ବର ମୁହୂର୍ତ୍ତକୁ ବଖାଣିଲେ, ପାକିସ୍ତାନକୁ ହରାଇବା ମଜା କହିଲେ । ପ୍ରତି ଖେଳାଳିଙ୍କୁ ମିଳିବ ୧୧ ଲକ୍ଷ ଟଙ୍କା । ବିଶ୍ବର ବଛା ବଛା ଦେଶ ସହିତ ଖେଳି ଜନ୍ମମାଟିକୁ ଫେରିଛନ୍ତି ୪ ଚାମ୍ପିଅନ୍।

Advertisment

ପ୍ରଥମେ ଟିମ ଇଣ୍ଡିଆକୁ ବିଜେତା କରିବାର ସୌଭାଗ୍ୟ ଆଉ ଏହା ପରବର୍ତ୍ତି ମୂହୁର୍ତ୍ତ ଥିଲା ବେଶ କିଛି ଭିନ୍ନ। ଆଉ ଏ ହେଉଛି ବିମାନ ବନ୍ଦରର ଦୃଶ୍ୟ। ଦୃଷ୍ଟିହୀନ ମହିଳା ଟି -20 ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିବା ଚାରି ଓଡ଼ିଆଙ୍କୁ ଦିଆଯାଉଛି ସ୍ବାଗତ ସମ୍ବର୍ଦ୍ଧନା। କିଏ ମିଠା ଖୁଆଇ ଦେଉଛି ତ କିଏ ଉପରକୁ ପୁଷ୍ପ ବୃଷ୍ଟି କରୁଛି। ଆଉ କିଏ ଫୁଲତୋଡା ଦେଇ ବଧେଇ ଜଣାଉଛି। ଦିନେ ଏମାନେ ଅଲୋଡା ଓ ଅପରିଚିତ ଥିଲେ, ହେଲେ ଗୋଟିଏ ମ୍ୟାଚ ଏମାନଙ୍କ ଭାଗ୍ୟ ବଦଳାଇ ଦେଇଛି।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଗେହ୍ଲା ଝିଅଙ୍କ ପାଇଁ ଗର୍ବିତ। ଟିମ ଇଣ୍ଡିଆରେ ସାମିଲ ହୋଇ ଚମତ୍କାର ପ୍ରଦର୍ଶନ କରିଥିବା ଏହି ଚାରି ଓଡ଼ିଆ ଖେଳାଳି ହେଉଛନ୍ତି ଫୁଲ ଶୋରେନ, ବାସନ୍ତୀ ହାଁସଦା, ଜମୁନା ରାଣୀ ଟୁଡୁ ଏବଂ ପାର୍ବତୀ ମାରାଣ୍ଡି। ପ୍ରଥମ ଥର ପାଇଁ ଏହି ବିଶ୍ୱକପ କଲମ୍ବୋରେ ଆୟୋଜିତ ହେଉଥିବା ବେଳେ ଫାଇନାଲରେ ନେପାଳକୁ ହରାଇ ଟାଇଟଲ ଜିତିଥିଲା ଭାରତ। କେବଳ ସେତିକି ନୁହେଁ ବିଶ୍ୱକପରେ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ନେପାଳ, ୟୁଏସଏ, ପାକିସ୍ତାନ ଭଳି ଟାଣୁଆ ଦେଶକୁ ପରାସ୍ତ କରିବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ।... 

ଓଡିଶାକୁ ଫେରିବା ପରେ ସମସ୍ତଙ୍କ ମନ କୁଣ୍ଢେମୋଟ। କାହିଁକି ନା କେବଳ ଟ୍ରଫି କି ମେଡାଲ ନୁହେଁ ଏମାନେ ସାଥିରେ ନେଇ ଆସିଛନ୍ତି ଗର୍ବ ଗୌରବ। ଦୃଷ୍ଟିବାଧିତ ଏ ପିଲାଙ୍କ ପାଇଁ ରାଜ୍ୟରେ ସ୍ବତନ୍ତ୍ର ଖେଳ ପଡିଆଟିଏ ନାହିଁ। ତାପରେ ବି ଏମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏମିତି ବି ଦେଖିବାକୁ ଗଲେ ଟିମ ଇଣ୍ଡିଆ ହେଉଛି ମାତ୍ର ତିନି ବର୍ଷର ଦଳ। ଆଉ ଏମାନେ ୧୦ ବର୍ଷ ପୁରୁଣା ଟିମ ସହ ଖେଳୁଥିଲେ। ଅଭିଜ୍ଞତା ଆଗରେ ହାର ମାନିଲା ଦକ୍ଷତା। ସେପଟେ ପାକିସ୍ତାନ ଟିମ ସହ ଖେଳିବାର ଏଭ ଭିନ୍ନ ଅନୁଭୂତିକୁ ବାଣ୍ଟିଛନ୍ତି ଚାରି ଖେଳାଳି। ପାକିସ୍ତାନ ବିପକ୍ଷ ମ୍ୟାଚ ବେଳେ ଭାରତୀୟ ଟିମକୁ କମେଣ୍ଟ ମାରୁଥିଲେ। ଟିମ ଇଣ୍ଡିଆର ମନୋବଳ ଭାଙ୍ଗୁଥିଲା ପାକିସ୍ତାନ । ହେଲେ ଖେଳ ଦେଖାଇ ପାନେ ଦେଲା ଟିମ ଇଣ୍ଡିଆ। ଏହାରି ଭିତରେ ସମସ୍ତ ଓଡିଆ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ସମ୍ବର୍ଦ୍ଧିତ କରିବା ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଭେଟି ୧୧ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।...

ତେବେ ଆଗକୁ ଯଦି ସରକାର ସହଯୋଗର ହାତ ବଢାଇଲେ ଏହି ତାରକା ଖେଳାଳି ପୁଣି ବିଶ୍ବ ଦରବାରରେ ନିଜ ଦକ୍ଷତା ଦେଖାଇ ପାରିବେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ