Advertisment

ନିଦହାସ୍ ଟ୍ରଫି: ଆଜି ଫାଇନାଲ୍ ମ୍ୟାଚ୍

କଲମ୍ବୋ: ନିଦହାସ୍‌ ଟି ଟ୍ୱେଣ୍ଟି ତ୍ରିରାଷ୍ଟୀୟ ସିରିଜର ଆଜି ଫାଇନାଲ ମ୍ୟାଚ୍‌। କଲମ୍ବୋରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ରେକର୍ଡ ଦୃଷ୍ଟିରୁ ଟି ଟ୍ୱେଣ୍ଟିରେ ଭାରତ, ବାଂଲାଦେଶ ଠାରୁ ଗୋଟିଏ ବି ମ୍ୟାଚ ହାରିନି। ଉଭୟ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ମ୍ୟାଚ୍ ଭାରତ ଜିତିଛି। ତେଣୁ ଏହି ବିଜୟ ଧାରାକୁ ବଜାୟ ରଖି ଟାଇଟଲ ହାତେଇବାକୁ ଉଦ୍ୟମ କରିବ ଭାରତର ଯୁବ ବାହିନୀ। ଉଭୟ ବ୍ୟାଟିଂ ଓ ବୋଲିଂ ଦୃଷ୍ଟିରୁ ଭାରତ […]

ନିଦହାସ୍ ଟ୍ରଫି: ଆଜି ଫାଇନାଲ୍ ମ୍ୟାଚ୍

nidahas trophy final

Advertisment

କଲମ୍ବୋ: ନିଦହାସ୍‌ ଟି ଟ୍ୱେଣ୍ଟି ତ୍ରିରାଷ୍ଟୀୟ ସିରିଜର ଆଜି ଫାଇନାଲ ମ୍ୟାଚ୍‌। କଲମ୍ବୋରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ରେକର୍ଡ ଦୃଷ୍ଟିରୁ ଟି ଟ୍ୱେଣ୍ଟିରେ ଭାରତ, ବାଂଲାଦେଶ ଠାରୁ ଗୋଟିଏ ବି ମ୍ୟାଚ ହାରିନି।

Advertisment

ଉଭୟ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ମ୍ୟାଚ୍ ଭାରତ ଜିତିଛି। ତେଣୁ ଏହି ବିଜୟ ଧାରାକୁ ବଜାୟ ରଖି ଟାଇଟଲ ହାତେଇବାକୁ ଉଦ୍ୟମ କରିବ ଭାରତର ଯୁବ ବାହିନୀ।

ଉଭୟ ବ୍ୟାଟିଂ ଓ ବୋଲିଂ ଦୃଷ୍ଟିରୁ ଭାରତ ଭଲ ଫର୍ମରେ ଅଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ଅର୍ଦ୍ଧଶତକ କରି ଫର୍ମକୁ ଫେରିଛନ୍ତି। ଯାହାକି ବାଂଲାଦେଶ ପାଇଁ ବିପଦ ସୃଷ୍ଟି କରିପାରେ। ସେହିପରି ଓ୍ୱାସିଂଟନ୍ ସୁନ୍ଦରଙ୍କ ଆକ୍ରମଣାତ୍ମକ ବୋଲିଂ ବି ବିପକ୍ଷ ବ୍ୟାଟସମ୍ୟାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।

Advertisment

ଆଜି ଦଳରେ ଗୋଟିଏ ପରିବର୍ତ୍ତନ ହୋଇପାରେ ପେସ୍ ବୋଲର ସିରାଜଙ୍କ ସ୍ଥାନ ନେଇପାରନ୍ତି ଜୟଦେବ ଉନାଦକଟ। ତେବେ ଶେଷ ଲିଗରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିଥିବା ବାଂଲାଦେଶକୁ ହାଲୁକା ଭାବେ ନେବନି ଭାରତ।

India Cricket Team NIDAHAS T20 TRI-SERIES Nidahas Trophy Nidahas Trophy Final Bangladesh Cricket Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ