Advertisment

"ମୁଁ ଜାଣିଛି ତୁମେ ତୁମର ଆଖିର ଲୁହକୁ ରୋକି ଦେଇଥିବ"

ନୂଆଦିଲ୍ଲୀ: ଶନିବାର ସାରା ଦେଶ ଯେତେବେଳେ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଥିଲା। ଏହି ସମୟରେ ସନ୍ଧ୍ୟାରେ ହଠାତ୍ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ ଦେଇଥିଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଧୋନିଙ୍କ ଏହି ନିଷ୍ପତ୍ତି ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଭାବୁକ କରିଦେଇଥିଲା। ଖାଲି ପ୍ରଶଂସକ ନୁହେଁ, ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖରୁ ଆରମ୍ଭ କରି ବି-ଟାଉନର ଅନେକ କଳାକାର ମଧ୍ୟ କ୍ରିକେଟ ପାଇଁ ଧୋନିଙ୍କ ଯୋଗଦାନକୁ ଦେଶ କେବେ ଭୁଲିବ […]

msd

Advertisment

ନୂଆଦିଲ୍ଲୀ: ଶନିବାର ସାରା ଦେଶ ଯେତେବେଳେ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଥିଲା। ଏହି ସମୟରେ ସନ୍ଧ୍ୟାରେ ହଠାତ୍ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ ଦେଇଥିଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଧୋନିଙ୍କ ଏହି ନିଷ୍ପତ୍ତି ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଭାବୁକ କରିଦେଇଥିଲା। ଖାଲି ପ୍ରଶଂସକ ନୁହେଁ, ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖରୁ ଆରମ୍ଭ କରି ବି-ଟାଉନର ଅନେକ କଳାକାର ମଧ୍ୟ କ୍ରିକେଟ ପାଇଁ ଧୋନିଙ୍କ ଯୋଗଦାନକୁ ଦେଶ କେବେ ଭୁଲିବ ନାହିଁ ବୋଲି ମତ ରଖିଛନ୍ତି।

Advertisment


ଆଉ ଏହି ଧାରାରେ ସାମିଲ୍ ହୋଇଛନ୍ତି ଧୋନିଙ୍କ ପତ୍ନୀ ସାକ୍ଷୀ। ଧୋନିଙ୍କର ଏକ ଫଟୋ ଶେୟାର କରି ସାକ୍ଷୀ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ “ତୁମେ ଯାହା ବି ହାସଲ କରିଛ ସେଥିପାଇଁ ତୁମେ ଗର୍ବିତ ଅନୁଭବ କରିବା ଦରକାର। କ୍ରିକେଟ ପ୍ରତି ତୁମେ ତୁମର ସମସ୍ତ ପରିଶ୍ରମ ଦେଇଛ। ତୁମର ସଫଳତା ଏବଂ ତୁମର ବ୍ୟକ୍ତିତ୍ୱ ପାଇଁ ମୁଁ ଗର୍ବିତ। ମୁଁ ଜାଣେ ଯେ ତୁମର ପେଶାକୁ ବିଦାୟ ଦେବାବେଳେ ନିଶ୍ଚିତ ଭାବରେ ତୁମେ ତୁମ ଆଖିରୁ ଲୁହ ରୋକି ଦେଇଥିବ। ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା।”

Advertisment

ଏହି ଅବସରରେ ସାକ୍ଷୀ ଧୋନୀ ଆମେରିକାର ପ୍ରସିଦ୍ଧ କବି ମାୟା ଆଞ୍ଜେଲୋଙ୍କ ଏକ ରୁଢ଼ୀ ଲେଖିଛନ୍ତି। ସେ ଲେଖିଛନ୍ତି, "ତୁମେ ଯାହା କହିଥିଲ ଲୋକମାନେ ଭୁଲିଯିବେ, ତୁମେ ଯାହା କରିଛ ଲୋକମାନେ ଭୁଲିଯିବେ, କିନ୍ତୁ ତୁମେ ସେହି ଲୋକଙ୍କୁ କିଭଳି ଅନୁଭବ ଦେଇଛ ତାହା ଲୋକମାନେ କେବେ ଭୁଲିପାରିବେ ନାହିଁ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ