rohit
ଆବୁ ଧାବି: ଫର୍ମକୁ ଫେରିଲେ ହିଟ୍ ମ୍ୟାନ୍ ରୋହିତ୍ ଶର୍ମା। ପ୍ରଥମ ମ୍ୟାଚରେ ଫେଲ୍ ମାରିଥିବା ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ୍ ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଟିମର ଦ୍ୱିତୀୟ ମୁକାବିଲାରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ରୋହିତଙ୍କ ସହ ସୂର୍ଯ୍ୟକୁମାର ଯାଦବଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୫ ରନ୍ କରି କେକେଆର୍ ଆଗରେ ୧୯୬ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଛିଡ଼ା କରିଛି।
/odishatv-khabar/media/post_attachments/photo-resources/IPL/photo/2020/09/23/8002763a-6f7e-49f4-b5cb-5b342bf151b0/PN_1587.jpg)
ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟର ପଞ୍ଚମ ମୁକାବିଲାରେ କେକେଆର୍ କ୍ୟାପଟେନ୍ ଦିନେଶ କାର୍ତ୍ତିକ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ପ୍ରଥମ ମ୍ୟାଚରେ ଦଳକୁ ଭଲ ଷ୍ଟାର୍ଟ ଦେଇଥିବା ବାମହାତୀ ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି'କକ୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କୁ ମିଳିଥିଲା
/odishatv-khabar/media/post_attachments/photo-resources/IPL/photo/2020/09/23/7d7c22d5-a4c9-496d-bddf-aef21a25601b/VRP0867.jpg)
ସୂର୍ଯ୍ୟକୁମାର ଯାଦବଙ୍କ ସାଥ୍। ସୂର୍ଯ୍ୟକୁମାର ଆସିବା ମାତ୍ରକେ ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ରୋହିତ୍ ମଧ୍ୟ ଚିରାଚରିତ ଢଙ୍ଗରେ ବ୍ୟାଟିଂ କରି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଦୁହେଁ ୨ୟ ୱିକେଟ୍ ପାଇଁ ୯୦ ରନର ପାର୍ଟନରଶିପ୍ କରିଥିଲେ। ରୋହିତ୍ ୩୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ସୂର୍ଯ୍ୟକୁମାର ବ୍ୟକ୍ତିଗତ ୪୭ (୨୮ ବଲ୍, ୬ ଚୌକା, ୧ ଛକା) ରନ୍ କରିଥିବା ବେଳେ ରନଆଉଟ୍ ହୋଇଯାଇଥିଲେ।
/odishatv-khabar/media/post_attachments/photo-resources/IPL/photo/2020/09/23/f8093a92-0300-456f-a425-6d5459761fb6/PN_1463.jpg)
ସୂର୍ଯ୍ୟକୁମାରଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସୌରଭ ତିୱାରୀ ମଧ୍ୟ ସ୍କୋରକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଥିଲେ। କିନ୍ତୁ ସେ ୨୧ (୧୩ ବଲ୍, ୧ ଚୌକା, ୧ ଛକା) କରିଥିବା ବେଳେ ସୁନୀଲ୍ ନରିନଙ୍କ ଶିକାର ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା (୧୮) ଦ୍ରୁତ ରନ୍ କରିବା ପ୍ରୟାସ ହିଟ୍ ୱିକେଟ୍ ହୋଇଥିଲେ। ଶେଷକ୍ରମରେ କାଇରନ୍ ପୋଲାର୍ଡ (୧୩*) ଓ କୃନାଲ୍ ପାଣ୍ଡ୍ୟା (୧*) ଅପରାଜିତ ରହି ମୁମ୍ବାଇ ସ୍କୋରକୁ ୧୯୫ ରନରେ ପହଞ୍ଚାଇଥିଲେ। କେକେଆର୍ ପକ୍ଷରୁ ଶିବମ ମାଭି ୨ଟି, ନରିନ୍ ଓ ଆନ୍ଦ୍ରେ ରସେଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rohit_1625302532.jpg)