Advertisment

୧୫ ବର୍ଷ ପୂରଣ କଲେ ଧୋନି

ନୂଆଦିଲ୍ଲୀ: ଭାରତକୁ ଦୁଇଟି ବିଶ୍ୱକପ୍ ଜିତାଇଥିବା ପୂର୍ବତନ କ୍ୟାପଟେନ୍ ଏବଂ ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ବିଶ୍ୱ କ୍ରିକେଟରେ ଧୋନି ଏକମାତ୍ର କ୍ୟାପଟେନ୍‌, ଯିଏ ଆଇସିସିର ତିନି ବଡ଼ ଟ୍ରଫି ଉପରେ କବଜା କରିଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ଆଇସିସି ଟି-୨୦ ବିଶ୍ୱକପ୍ (୨୦୦୭), କ୍ରିକେଟ୍ ବିଶ୍ୱକପ୍ (୨୦୧୧) ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି (୨୦୧୩) ଟାଇଟଲ୍ ଜିତିସାରିଛି। ଏହାବ୍ୟତୀତ ଭାରତ ୨୦୦୯ରେ ପ୍ରଥମଥର ଟେଷ୍ଟରେ […]

୧୫ ବର୍ଷ ପୂରଣ କଲେ ଧୋନି

dhoni

Advertisment

ନୂଆଦିଲ୍ଲୀ: ଭାରତକୁ ଦୁଇଟି ବିଶ୍ୱକପ୍ ଜିତାଇଥିବା ପୂର୍ବତନ କ୍ୟାପଟେନ୍ ଏବଂ ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ବିଶ୍ୱ କ୍ରିକେଟରେ ଧୋନି ଏକମାତ୍ର କ୍ୟାପଟେନ୍‌, ଯିଏ ଆଇସିସିର ତିନି ବଡ଼ ଟ୍ରଫି ଉପରେ କବଜା କରିଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ଆଇସିସି ଟି-୨୦ ବିଶ୍ୱକପ୍ (୨୦୦୭), କ୍ରିକେଟ୍ ବିଶ୍ୱକପ୍ (୨୦୧୧) ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି (୨୦୧୩) ଟାଇଟଲ୍ ଜିତିସାରିଛି। ଏହାବ୍ୟତୀତ ଭାରତ ୨୦୦୯ରେ ପ୍ରଥମଥର ଟେଷ୍ଟରେ ଏକ ନମ୍ବର ଟିମ୍ ହୋଇଥିଲା।

Advertisment

ଅନ୍ତର୍ଜାତୀୟ କ୍ରିକେଟ୍ ଯାତ୍ରା: ଅନ୍ତର୍ଜାତୀୟ କ୍ରିକେଟରେ ଅନ୍ୟ କ୍ରିକେଟରଙ୍କ ତୁଳନାରେ ଧୋନିଙ୍କ ପ୍ରତିଭା ସମ୍ପୂର୍ଣ୍ଣ ଭିନ୍ନ ଥିଲ। ଜୁନିୟର କ୍ରିକେଟରେ ବିହାର କ୍ରିକେଟ୍ ଟିମ୍ ଟିମ୍‌, ଝାରଖଣ୍ଡ କ୍ରିକେଟ୍ ଟିମରୁ ଇଣ୍ଡିଆ-ଏ ଟିମ୍ ପର୍ଯ୍ୟନ୍ତ ଏବଂ ଏହିଠାରୁ ଭାରତୀୟ ଟିମ୍ ପର୍ଯ୍ୟନ୍ତ ଆସିବା ପାଇଁ ତାଙ୍କୁ ୫-୬ ବର୍ଷ ଲାଗି ଯାଇଥିଲା। ସେ ୧୯୯୮ରେ ଜୁନିୟର କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲା ଏବଂ ୨୩ ଡିସେମ୍ବର, ୨୦୦୪ରେ ବାଂଲାଦେଶ ବିପକ୍ଷ ଦିନିକିଆ ଖେଳି ନିଜର ଅନ୍ତର୍ଜାତୀୟ କ୍ୟାରିୟରର ଶୁଭାରମ୍ଭ କରିଥିଲେ।

ଧୋନି ବାଂଲାଦେଶ ବିପକ୍ଷ ନିଜର ପ୍ରଥମ ସିରିଜରେ କିଛି ଖାସ୍ କରିପାରିନଥିଲେ, କିନ୍ତୁ ପାକିସ୍ତାନ ବିପକ୍ଷ ପରବର୍ତ୍ତୀ ସିରିଜରେ ନିଜର ପଞ୍ଚମ ମ୍ୟାଚରେ ବିଶାଖାପାଟଣାରେ ୧୨୩ ବଲରେ ୧୪୮ ରନର ଇନିଂସ୍ ଖେଳି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ସେହି ଲମ୍ବା ଚୁଟି ଥିବା ବ୍ୟକ୍ତି (ଧୋନି) କିଏ? ଏହାପରେ ଧୋନି ଆଉ ପଛକୁ ନ ଚାହିଁ, ଆଗକୁ ମାଡ଼ି ଚାଲିଥିଲେ। ୨୦୦୭ରେ ଧୋନିଙ୍କୁ ଟି-୨୦ ଦଳର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଥିଲା।

Advertisment

୨୦୦୮ରେ ସେ ଯେତେବେଳେ ଦିନିକିଆ ଦଳର ନେତୃତ୍ୱ ଭାର ସମ୍ଭାଳିଲେ, ତାଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଥିଲା। ଯେପରିକି ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଏବଂ ଭବିଷ୍ୟତ ପାଇଁ ଟିମ୍ ପ୍ରସ୍ତୁତ କରିବା ଆଦି ଥିଲା। ଧୋନି ସେସବୁ ଚ୍ୟାଲେଞ୍ଜକୁ ସାମ୍ନା କରି ଭାରତୀୟ ଟିମକୁ ଅନେକ ଐତିହାସିକ ମୁହୂର୍ତ୍ତ ଦେଇଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଲାଗି ଟେଷ୍ଟରେ ଏକ ନମ୍ବର ଟିମର ସ୍ୱାଦ ଚାଖିଥିଲା। ଡିସେମ୍ବର ୨୦୧୪ରେ ଧୋନି ଟେଷ୍ଟ କ୍ରିକେଟରୁ ଅଚାନକ ସନ୍ନ୍ୟାସ ଘୋଷଣା କରିଥିଲେ। ଧୋନି ୨୦୧୭ ଆରମ୍ଭରୁ ହିଁ ଦିନିକିଆ ଓ ଟି-୨୦ କ୍ୟାପଟେନକୁ ମଧ୍ୟ ସେହି ଷ୍ଟାଇଲରେ ଅଲବିଦା କହିଥିଲେ।

୨୦୧୯ ବିଶ୍ୱକପରେ ଧୋନି ନିଜର ଧିମା ବ୍ୟାଟିଂ ପାଇଁ ଖୁବ୍ ସମାଲୋଚିତ ହୋଇଥିଲେ। ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସେମିଫାଇନାଲରେ ରନ୍ ଆଉଟ୍ ହୋଇଥିଲେ, ଯାହା ପରେ ଭାରତର ଆଶା ଧୂଳିସାତ୍ ହୋଇଯାଇଥିଲା। ଟିମ୍ ଇଣ୍ଡିଆ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବ୍ରେକ୍ ନେଇଥିଲେ। ଏହା ମଧ୍ୟରେ ସେ ଟେରିଟୋରିଆଲ୍ ଆର୍ମି ୟୁନିଟ୍ ସହ କଶ୍ମୀରରେ ୧୫ ଦିନ ବିତାଇଥିଲେ। ଧୋନି ବିଶ୍ୱକପ୍ ପରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ ଖେଳିନାହାନ୍ତି। ଏଭଳି ଲାଗୁଥିଲା ଯେ ଧୋନି ୨୦୧୯ ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଯିବେ, କିନ୍ତୁ ଏହା ହେଲା ନାହିଁ। ଏପରିକି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି।

Advertisment

ଦିନିକିଆ କ୍ୟାରିୟର: ଧୋନି ଭାରତ ପକ୍ଷରୁ ଏପର୍ଯ୍ୟନ୍ତ ୩୫୦ ମ୍ୟାଚ୍ ଖେଳି ୫୦.୫୭ ହାରରେ ୧୦,୭୭୩ ରନ୍ କରିଛନ୍ତି, ଯେଉଁଥିରେ ୧୦ ଶତକ ଓ ୭୩ ଅର୍ଦ୍ଧଶତକ ସାମିଲ୍ ଅଛି। ଏଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ଅପରାଜିତ ୧୮୩ ରହିଛି। ଦିନିକିଆରେ ଧୋନିଙ୍କ ନାଁରେ ଗୋଟିଏ ୱିକେଟ୍ ମଧ୍ୟ ରହିଛି।

ଟେଷ୍ଟ କ୍ୟାରିୟର: ଧୋନି ଭାରତ ପକ୍ଷରୁ ୯୦ ଟେଷ୍ଟ ମ୍ୟାଚରେ ୩୮.୦୯ ହାରରେ ୪୮୭୬ ରନ୍ କରିଛନ୍ତି, ଯେଉଁଥିରେ ୬ ଶତକ ଓ ୩୩ ଅର୍ଦ୍ଧଶତକ ସାମିଲ୍ ଅଛି। ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ୨୨୪ ରନ୍ ରହିଛି।

ଟି-୨୦ କ୍ୟାରିୟର: ଧୋନି ୯୮ ଟି-୨୦ ମ୍ୟାଚରେ ୩୭.୬୦ ହାରରେ ୧୬୧୭ ରନ୍ କରିଛନ୍ତି, ଯେଉଁଥିରେ ୨ଟି ଅର୍ଦ୍ଧଶତକ ସାମିଲ୍ ଅଛି। ଟି-୨୦ରେ ଧୋନିଙ୍କ ସର୍ବୋଚ୍ଚ ସ୍କୋର ୫୬ ରନ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ