Advertisment

ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି କ୍ରିକେଟର, ଏବେ....

ନୂଆଦିଲ୍ଲୀ: ଗୁରୁବାର ଭାରତ ବିପକ୍ଷ ODI ଏବଂ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ସେମାନଙ୍କ ଦଳ ଘୋଷଣା କରିଛି। ଏହି ୧୮ ସଦସ୍ୟ ବିଶିଷ୍ଟ ଦଳରେ ଅଲରାଉଣ୍ଡର ମୋଇସ୍ ହେନରିକ୍ସଙ୍କୁ ସାମିଲ କରାଯାଇଛି। ୩ ବର୍ଷ ପରେ ଦଳକୁ ଫେରିଛନ୍ତି ମୋଇସ୍ । ଗୋଡ ଆଘାତରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇ ନ ଥିବା ମିଚେଲ ମାର୍ଶଙ୍କ ସ୍ଥାନରେ ମୋଇସ୍ ହେନରିକ୍ସଙ୍କୁ ଏହି ସୁଯୋଗ ମିଳିଛି। ଏଠି କହିରଖିବୁ, ମୋଇସ୍ ହେନରିକ୍ସ ୨୦୧୭ରେ ତାଙ୍କର ଶେଷ ଅନ୍ତର୍ଜାତୀୟ […]

ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି କ୍ରିକେଟର, ଏବେ....

moish

Advertisment

ନୂଆଦିଲ୍ଲୀ: ଗୁରୁବାର ଭାରତ ବିପକ୍ଷ ODI ଏବଂ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ସେମାନଙ୍କ ଦଳ ଘୋଷଣା କରିଛି। ଏହି ୧୮ ସଦସ୍ୟ ବିଶିଷ୍ଟ ଦଳରେ ଅଲରାଉଣ୍ଡର ମୋଇସ୍ ହେନରିକ୍ସଙ୍କୁ ସାମିଲ କରାଯାଇଛି। ୩ ବର୍ଷ ପରେ ଦଳକୁ ଫେରିଛନ୍ତି ମୋଇସ୍ । ଗୋଡ ଆଘାତରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇ ନ ଥିବା ମିଚେଲ ମାର୍ଶଙ୍କ ସ୍ଥାନରେ ମୋଇସ୍ ହେନରିକ୍ସଙ୍କୁ ଏହି ସୁଯୋଗ ମିଳିଛି।

Advertisment

ଏଠି କହିରଖିବୁ, ମୋଇସ୍ ହେନରିକ୍ସ ୨୦୧୭ରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଖରାପ ପ୍ରଦର୍ଶନ ପରେ ଏହି ଅଲରାଉଣ୍ଡରଙ୍କୁ ଦଳରୁ ବାହାର କରି ଦିଆ ଯାଇଥିଲା କିନ୍ତୁ ଗତ ବର୍ଷ ହେନରିକ୍ସ ବିଗ୍ ବେଶ୍‌ ଲିଗ୍‌ରେ ସିଡନୀ ସିକ୍ସର୍ସ ଟାଇଟଲ୍ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହା ପରେ ସେ ଅଷ୍ଟ୍ରେଲିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

୩୩ ବର୍ଷୀୟ ଅଲରାଉଣ୍ଡର ୪ଟି ଟେଷ୍ଟରେ ୨୩.୪୨ ହାରରେ ୧୬୪ ରନ୍ ସଂଗ୍ରହ କରିଛନ୍ତି । ଏହା ବ୍ୟତୀତ ସେ ୧୧ ଟି ୱାନ ଡେ ମ୍ୟାଚ୍‌ରେ ୮୧ ରନ୍ ସଂଗ୍ରହ କରିଥିଲେ। ହେନରିକ୍ସ ୧୧ ଟି -୨୦ ମ୍ୟାଚ୍ ରେ ୧୫୯ ରନ୍ ସ୍କୋର କରିଥିଲେ।  ୨୦୧୭, ଅକ୍ଟୋବର ୧୦ ରେ, ହେନରିକ୍ସ ଭାରତ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ।

Advertisment

ତେବେ ଏଠି ହେନରିକ୍ସଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  ଇଣ୍ଟରନାଶନାଲ କ୍ରିକେଟ୍‌ରେ ଖରାପ ପ୍ରଦର୍ଶନ ପରେ ସେ ବହୁତ ଡିପ୍ରେସନ୍‌ରେ ଥିଲେ। ଏପରିକି ସେ ଆତ୍ମହତ୍ୟା କରିବା କଥା ମଧ୍ୟ ଚିନ୍ତା କରିଥିଲେ। ଏକଥା ନିଜେ ହେନରିକ୍ସ ସ୍ୱୀକାର କରିଥିଲେ। ସେ କହିଛନ୍ତି, ଡିପ୍ରେସନ୍‌ କାରଣରୁ ସେ  ଦିନରେ ମାତ୍ର  ଦୁଇଘଣ୍ଟା ବି ଶୋଇ ପାରୁ ନ ଥିଲେ। ପ୍ରାୟ ୩ ମାସ ପର୍ଯ୍ୟନ୍ତ ଅତ୍ୟନ୍ତ ଖରାପ ସମୟ ଦେଇ ଗତି କରିଥିଲେ। ଗୋଟିଏ ମାସରେ ଓଜନ ୧୦ କିଲୋ କମ୍‌ ହୋଇ ଯାଇଥିଲା। ତଥାପି ନିଜକୁ ନିଜେ ସେ ସମ୍ଭାଳି ଥିଲେ ଏବଂ ଶେଷରେ ଟିମ୍‌କୁ ଫେରିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ