marsh1
ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ଅଲରାଉଣ୍ଡର ମିଚେଲ୍ ମାର୍ଶ ଆଇପିଏଲରୁ ଆଉଟ୍ ହୋଇଛନ୍ତି। ତାଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜର ଜେସନ୍ ହୋଲ୍ଡରଙ୍କୁ ହାଇଦ୍ରାବାଦ ଟିମରେ ସାମିଲ୍ କରାଯାଇଛି।
https://twitter.com/SunRisers/status/1308715299680608257?s=20
ରୟାଲ୍ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚରେ ବୋଲିଂ କରୁଥିବା ସମୟରେ ୨୮ ବର୍ଷୀୟ ମାର୍ଶ ଗୋଇଠି ମୋଡ଼ି ହୋଇଯାଇଥିଲା। ଯାହା ପରେ ତାଙ୍କ ପକ୍ଷେ ଛିଡ଼ା ହେବା କଷ୍ଟକର ହୋଇପଡ଼ିଥିଲା ଏବଂ ସେ ତୁରନ୍ତ ମଇଦାନ ଛାଡ଼ିଥିଲେ। ଏହା ପରେ ବିଜୟ ଶଙ୍କର ତାଙ୍କ ଓଭର ପୂରା କରିଥିଲା। ଆହତ କାରଣରୁ ମାର୍ଶ ଆଉ ବୋଲିଂ କରିବାକୁ ଆସିନଥିଲେ।
ହାଇଦ୍ରାବାଦ ଲକ୍ଷ୍ୟର ପିଛା କରୁଥିବା ବେଳେ ମାର୍ଶ ଦଶମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ବ୍ୟାଟିଂ କରିବାକୁ ଆସିବା ବେଳେ ସେ ଠିକ୍ ଭାବେ ଛିଡ଼ା ହୋଇପାରୁନଥିଲେ। ଯେଉଁ କାରଣରୁ ସେ ପ୍ରଥମ ବଲରେ ହିଁ ନିଜ ୱିକେଟ୍ ଦେଇ ବସିଥିଲେ। ଆଇପିଏଲରୁ ମାର୍ଶଙ୍କ ଆଉଟ୍ ହେବା ସନରାଇଜର୍ସ ପାଇଁ ବଡ଼ ଝଟକା। ମାର୍ଶ ୨ୟଥର ଲାଗି ଆହତ କାରଣରୁ ଆଇପିଏଲରୁ ବାଦ୍ ପଡ଼ିଛନ୍ତି। ଏହା ପୂର୍ବରୁ ସେ ୨୦୧୭ରେ କାନ୍ଧଜନିତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/marsh1_1625302713.jpg)