Advertisment

Lionel Messi in Mumbai Today: ଆଜି ମୁମ୍ବାଇରେ ମେସି ସୋ, ୧୫ରେ ଦିଲ୍ଲୀ ଗସ୍ତ ସାରି ଆର୍ଜେଣ୍ଟିନା ଫେରିଯିବେ

ଫୁଟବଲ ଖେଳାଳି ଲିଓନେଲ୍ ମେସିଙ୍କ ଭାରତ ଗସ୍ତର ଦ୍ବିତୀୟ ଦିନ। କୋଲକାତା ଏବଂ ହାଇଦ୍ରାବାଦରେ ପରେ ଆଜି ମୁମ୍ବାଇ ଆସିବେ। ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ପ୍ୟାଡେଲ GOAT କପ୍ ପାଇଁ ସ୍ୱାଗତ।

Lionel Messi

Lionel Messi Photograph: (OTV)

Advertisment

କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍ ମେସୀଙ୍କ ଭାରତ ଗସ୍ତର ଆଜି ଦ୍ବିତୀୟ ଦିନ । କୋଲକାତା ଏବଂ ହାଇଦ୍ରାବାଦରେ ଯୋଗ ଦେବା ପରେ ଆଜି ମୁମ୍ବାଇ ଆସିବେ ମେସୀ । ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ପ୍ୟାଡେଲ GOAT କପ୍ ପାଇଁ ମେସିଙ୍କୁ ସ୍ୱାଗତ କରାଯିବ। ଏହା ପରେ ବଲିଉଡର ଅଭିନେତାମାନଙ୍କୁ ନେଇ ଏକ ସେଲିବ୍ରିଟି ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। 

Advertisment

ପ୍ୟାଡେଲ କାର୍ଯ୍ୟକ୍ରମରେ ଶାହରୁଖ ଖାନ ଏବଂ ସଚିନ ତେନ୍ଦୁଲକର ଉପସ୍ଥିତି ରହିପାରନ୍ତି । ମୁମ୍ବାଇ କାର୍ଯ୍ୟକ୍ରମ ସାରି ଆସନ୍ତାକାଲି ମେସୀ ଅରୁଣ ଜେଟଲି ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ନୂଆଦିଲ୍ଲୀ ଯାତ୍ରା କରିବେ। ଯେଉଁଥିରେ ଭାରତୀୟ କ୍ରିକେଟରମାନେ ଉପସ୍ଥିତ ରହିବେ। ଡିସେମ୍ବର ୧୫ରେ ଦିଲ୍ଲୀ ଗସ୍ତ ସାରି ଆର୍ଜେଣ୍ଟିନା ଫେରିଯିବେ।

•    ଆଜି ଲିଓନେଲ୍ ମେସିଙ୍କୁ ସ୍ବାଗତ କରିବ ମୁମ୍ବାଇ 
•    ଫୁଟବଲ ଖେଳାଳି ଲିଓନେଲ୍ ମେସିଙ୍କ ଭାରତ ଗସ୍ତର ଦ୍ବିତୀୟ ଦିନ 
•    କୋଲକାତା ଏବଂ ହାଇଦ୍ରାବାଦରେ ପରେ ଆଜି ମୁମ୍ବାଇ ଆସିବେ 
•    ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ପ୍ୟାଡେଲ GOAT କପ୍ ପାଇଁ ସ୍ୱାଗତ 
•    ବଲିଉଡର ଅଭିନେତାମାନଙ୍କୁ ନେଇ ସେଲିବ୍ରିଟି ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହେବ
•    ଉପସ୍ଥିତ ରହିପାରନ୍ତି ଶାହରୁଖ ଖାନ ଏବଂ ସଚିନ ତେନ୍ଦୁଲକର 
•    ଡିସେମ୍ବର ୧୫ରେ ଦିଲ୍ଲୀ ଗସ୍ତ ସାରି ଆର୍ଜେଣ୍ଟିନା ଫେରିଯିବେ

Advertisment
Lionel Messi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ