Advertisment

ସାଇକ୍ଲିଂରେ ଓଡ଼ିଶାକୁ ୨ୟ ପଦକ ଦେଲେ ସ୍ୱସ୍ତି

ଭୁବନେଶ୍ୱର: ଆସାମର ଗୌହାଟୀରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଓଡ଼ିଶାକୁ କ୍ରମାଗତ ଚତୁର୍ଥ ଦିନରେ ପଦକ ମିଳିଛି। ସୋମବାର ୨୧ ବର୍ଷରୁ କମ୍ ବାଳିକା ଇଣ୍ଡିଭିଜୁଆଲ୍ ରୋଡ୍ ରେସରେ ରାଉରକେଲା ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ରବିବାର ରାଉରକେଲାର ଅନ୍ୟତମ ସାଇକ୍ଲିଷ୍ଟ ଦିନେଶ କୁମାର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଓଡ଼ିଶା ପ୍ରଥମଥର ଲାଗି ସାଇକ୍ଲିଂ ଇଭେଣ୍ଟରେ ଦୁଇଟି ପଦକ ଜିତି ନୂଆ କୀର୍ତ୍ତିମାନ […]

ସାଇକ୍ଲିଂରେ ଓଡ଼ିଶାକୁ ୨ୟ ପଦକ ଦେଲେ ସ୍ୱସ୍ତି

play

Advertisment

ଭୁବନେଶ୍ୱର: ଆସାମର ଗୌହାଟୀରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଓଡ଼ିଶାକୁ କ୍ରମାଗତ ଚତୁର୍ଥ ଦିନରେ ପଦକ ମିଳିଛି। ସୋମବାର ୨୧ ବର୍ଷରୁ କମ୍ ବାଳିକା ଇଣ୍ଡିଭିଜୁଆଲ୍ ରୋଡ୍ ରେସରେ ରାଉରକେଲା ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ରୌପ୍ୟ ପଦକ ଅର୍ଜନ କରିଛନ୍ତି।

Advertisment

ରବିବାର ରାଉରକେଲାର ଅନ୍ୟତମ ସାଇକ୍ଲିଷ୍ଟ ଦିନେଶ କୁମାର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଓଡ଼ିଶା ପ୍ରଥମଥର ଲାଗି ସାଇକ୍ଲିଂ ଇଭେଣ୍ଟରେ ଦୁଇଟି ପଦକ ଜିତି ନୂଆ କୀର୍ତ୍ତିମାନ କରିଛନ୍ତି। ସ୍ୱସ୍ତି ନିର୍ଦ୍ଧାରିତ ଦୂରତାକୁ ୨:୧୧:୫୨.୨୧ ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ଏହି ଇଭେଣ୍ଟରେ ଆସାମର ଗଙ୍ଗୁତ୍ରୀ ବୋର୍ଡୋଲୋଇ ୨:୧୧:୫୨.୧୬ ସେକେଣ୍ଡ ସମୟରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଆୟୋଜକ ଦଳର ଚାୟାନିକା ଗୋଗୋଇ ୨:୧୧:୫୨.୩୧ ସେକେଣ୍ଡରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଚଳିତ ଗେମ୍ସରେ ଓଡ଼ିଶାର ପଦକ ସଂଖ୍ୟା ଏବେ ୪ରେ ପହଞ୍ଚିଛି। ଓଡ଼ିଶାର ଜଗଦୀଶ ବାରିକ ଜିମ୍ନାଷ୍ଟିକ୍ସରେ ଯଥାକ୍ରମେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି।

ପଦକ ତାଲିକାରେ ମହାରାଷ୍ଟ୍ର ଆଗରେ ରହିଛି। ମହାରାଷ୍ଟ୍ର ୧୪ ସ୍ୱର୍ଣ୍ଣ, ୧୪ ରୌପ୍ୟ ଓ ୨୬ ବ୍ରୋଞ୍ଜ ସହ ମୋଟ ୫୪ ପଦକ ଜିତି ପ୍ରଥମ ସ୍ଥାନରେ ରହିଛି। ଏହା ପରେ ହରିୟାଣା ୧୩ ସ୍ୱର୍ଣ୍ଣ ସମେତ ୩୯ ପଦକ  ସହ ଦ୍ୱିତୀୟ ଏବଂ ଦିଲ୍ଲୀ ୧୨ ସ୍ୱର୍ଣ୍ଣ ସମେତ ୩୨ ପଦକ ସହ ତୃତୀୟ ସ୍ଥାନରେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ