Advertisment

'ପାକିସ୍ତାନକୁ ଦରକାର ଧୋନି'

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବାରେ ୫ ଦିନ ବିତି ଗଲାଣି। କିନ୍ତୁ ଏବେବି ସାରା ବିଶ୍ୱର କ୍ରିକେଟର ଧୋନିଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଉଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ପାକିସ୍ତାନ କ୍ରିକେଟ୍ ଟିମର ୱିକେଟକିପର କାମରାନ ଅକମଲ୍। କାମରାନ୍ ଧୋନିଙ୍କ ସନ୍ନ୍ୟାସରେ ତାଙ୍କୁ ବଧେଇ ଜଣାଇଛନ୍ତି। କାମରାନ ଧୋନିଙ୍କୁ ଖୁବ୍ ପ୍ରଶଂସା କରିବା ସହ ତାଙ୍କ ବିଷୟରେ କିଛି ବଡ଼ କଥା ମଧ୍ୟ କହିଛନ୍ତି। […]

ଅଦ୍ୟତନ ହୋଇଛି
'ପାକିସ୍ତାନକୁ ଦରକାର ଧୋନି'

kamarn-and-ms

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବାରେ ୫ ଦିନ ବିତି ଗଲାଣି। କିନ୍ତୁ ଏବେବି ସାରା ବିଶ୍ୱର କ୍ରିକେଟର ଧୋନିଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଉଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ପାକିସ୍ତାନ କ୍ରିକେଟ୍ ଟିମର ୱିକେଟକିପର କାମରାନ ଅକମଲ୍। କାମରାନ୍ ଧୋନିଙ୍କ ସନ୍ନ୍ୟାସରେ ତାଙ୍କୁ ବଧେଇ ଜଣାଇଛନ୍ତି। କାମରାନ ଧୋନିଙ୍କୁ ଖୁବ୍ ପ୍ରଶଂସା କରିବା ସହ ତାଙ୍କ ବିଷୟରେ କିଛି ବଡ଼ କଥା ମଧ୍ୟ କହିଛନ୍ତି।

Advertisment

ଏକ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲରେ ସାକ୍ଷାତକାର ଦେବା ଅବସରରେ କାମରାନ୍ କହିଛନ୍ତି, ପାକିସ୍ତାନ ଟିମକୁ ଧୋନିଙ୍କ ଭଳି କ୍ୟାପଟେନ୍ ଦରକାର, ଯିଏ ନିଜ ସ୍ଥାନ ବଞ୍ଚାଇବା ବଦଳରେ ଟିମ୍ କଥା ଅଧିକ ଚିନ୍ତା କରିପାରିବ। ଧୋନି ଏଭଳି ଜଣେ ଖେଳାଳି, ଯିଏ ସର୍ବଦା ଟିମକୁ ନେଇ ଚାଲିଥାନ୍ତି। ସେ କେବେବି ବିଜୟ ଓ ପରାଜୟ କଥା ଚିନ୍ତା କରନ୍ତି ନାହିଁ। ସେ ଟିମ୍ ପ୍ରସ୍ତୁତ କରିବା ସହ ନିଜ ପ୍ରଦର୍ଶନକୁ ମଧ୍ୟ ଉନ୍ନତ କରିଛନ୍ତି। ତାଙ୍କ କ୍ୟାପଟେନ୍ସିରେ ବାହାରିଥିବା ଖେଳାଳି ଏବେ ଦୁନିଆର ଏକ ନମ୍ବର ଖେଳାଳି।

କାମରାନ୍ ଆହୁରି କହିଛନ୍ତି, ମୁଁ ଆଶା କରୁଛି ପାକିସ୍ତାନକୁ ଧୋନିଙ୍କ ଭଳି କ୍ୟାପଟେନ୍ ମିଳୁ। ଆମ ପାଖରେ ଇଞ୍ଜାମାମ୍-ଉଲ୍-ହକ୍ ଓ ୟୁନୁସ୍ ଖାନଙ୍କ ଭଳି ଖେଳାଳି ଅଛନ୍ତି, ଯେଉଁମାନେ ଟିମକୁ ବହୁତ ସୁଧାରିଛନ୍ତି। ଧୋନି ଭାରତ ପକ୍ଷରୁ ଖେଳିବା ପାଇଁ ଜନ୍ମ ହୋଇଥିଲେ ଏବଂ ଦେଶ ପାଇଁ ବହୁତ କିଛି କରିଛନ୍ତି। ଧୋନି କେବଳ କ୍ରିକେଟ୍ ଖେଳିନାହାନ୍ତି ବରଂ ଏକ ମଜଭୁତ୍ ଟିମ୍ ପ୍ରସ୍ତୁତ କରିଛନ୍ତି।

Advertisment

ଧୋନିଙ୍କ ଭଳି ମାନସିକତା ପାକିସ୍ତାନ କ୍ୟାପଟେନଙ୍କ ଭିତରେ ରହିବା ଦରକାର। ମୁଁ ଚାହୁଁଛି ବର୍ତ୍ତମାନ ପାକିସ୍ତାନ କ୍ୟାପଟେନ୍ ନିଜ ପ୍ରଦର୍ଶନ ଜରିଆରେ ଟିମରେ ସ୍ଥାନ ପକ୍କା କରନ୍ତୁ। କାରଣ ଯେତେବେଳେ ଜଣେ କ୍ୟାପଟେନର ପ୍ରଦର୍ଶନ ଭଲ ହେବ ନାହିଁ, ସେ କେବେବି ଟିମକୁ ବିଜୟୀ କରାଇପାରିବ ନାହିଁ ଏବଂ ଟିମ୍ ମଧ୍ୟ ଉନ୍ନତ ପ୍ରଦର୍ଶନ କରିପାରିବ ନାହିଁ।

ସୂଚନାଯୋଗ୍ୟ, ଅଗଷ୍ଟ ୧୫ ତାରିଖରେ ଧୋନି ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଅନ୍ତର୍ଜାତୀୟ କ୍ରିକେଟରୁ ରିଟାୟରମେଣ୍ଟ ନେଇଥିଲେ। ଧୋନି ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୯ ୱାର୍ଲ୍ଡ କପ୍ ସେମିଫାଇନାଲରେ ଖେଳିଥିଲେ। ଉକ୍ତ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡ ନିକଟରୁ ହାରି ୱାର୍ଲ୍ଡ କପରୁ ବିଦାୟ ନେଇଥିଲା। ଏହି ମ୍ୟାଚରେ ଧୋନି ୫୦ ରନ୍ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ