hall-of-fame
ନୂଆଦିଲ୍ଲୀ: ଏସିଆର ବ୍ରାଡମ୍ୟାନ୍ କୁହାଯାଉଥିବା ପାକିସ୍ତାନର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜାହିର୍ ଆବାସଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) 'ହଲ୍ ଅଫ୍ ଫେମ'ରେ ସାମିଲ୍ କରିଛି। ତାଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଅଲରାଉଣ୍ଡର ଜ୍ୟାକ୍ କାଲିସ୍ ଏବଂ ପୁନେରେ ଜନ୍ମିତ ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍ ଦଳର ପୂର୍ବତନ କ୍ୟାପଟେନ୍ ଲିସା ଷ୍ଟାଲେକରଙ୍କୁ ମଧ୍ୟ ଏହି ସମ୍ମାନ ଦିଆଯାଇଛି। ଆଇସିସି ରବିବାର ଏହି ଘୋଷଣା କରିଛି। କୋଭିଡ୍-୧୯ ମହାମାରୀ କାରଣରୁ ଆଇସିସି ଭର୍ଚ୍ୟୁଆଲ୍ ସମାରୋହର ଆୟୋଜନ କରିଛି। ଏଥିରେ କାଲିସଙ୍କ ବ୍ୟତୀତ ଲମ୍ବା ସମୟ ଧରି ତାଙ୍କ ସହ ରହିଥିବା ଶନ୍ ପୋଲକ ଓ ଭାରତର କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ଭାଗ ନେଇଥିଲେ।
https://twitter.com/ICC/status/1297461591424798723?s=20
ଉଭୟ ଟେଷ୍ଟ ଓ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୧୦ହଜାରୁ ଅଧିକ ଲେଖାଏ ରନ୍ ଓ ୨୦୦ରୁ ଅଧିକ ଲେଖାଏ ୱିକେଟ୍ ନେଇଥିବା ଦକ୍ଷିଣ ଆଫ୍ରିକାର ୪୪ ବର୍ଷୀୟ ଜ୍ୟାକ୍ କାଲିସ୍ ୨୦୧୪ରେ ଶେଷଥର ଲାଗି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଟେଷ୍ଟ କ୍ରିକେଟରେ ସେ ୨୩ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। କାଲିସ୍ ଦକ୍ଷିଣ ଆଫ୍ରିକା ପକ୍ଷରୁ ଟେଷ୍ଟରେ ସର୍ବାଧିକ ୧୩,୨୦୬ ରନ୍ ଏବଂ ଦିନିକିଆରେ ୧୧,୫୫୦ ରନର ରେକର୍ଡ କରିଛନ୍ତି।
https://twitter.com/ICC/status/1297465450721312768?s=20
ଏହି ସମାରୋହରେ ସାମିଲ୍ ଥିବା ଏସିଆର ବ୍ରାଡମ୍ୟାନ୍ ୭୩ ବର୍ଷୀୟ ଜାହିର ଆବାସ ୭୮ ଟେଷ୍ଟ ମ୍ୟାଚରେ ୪୪.୭୯ ହାରରେ ୫୦୬୨ ରନ୍ କରିଛନ୍ତି, ଯେଉଁଥିରେ ୧୨ ଶତକ ଓ ୨୦ ଅର୍ଦ୍ଧଶତକ ସାମିଲ୍ ଅଛି। ରନ୍ ମେଶିନ୍ ଭାବେ ଖ୍ୟାତି ଅର୍ଜନ କରିଥିବା ଜାହିର୍ ଆବାସ ଲଗାତର ୫ଟି ଅନ୍ତର୍ଜାତୀୟ ଶତକ (ଟେଷ୍ଟ+ଦିନିକିଆ) ମାରିବାର ରେକର୍ଡ କରିଥିଲେ। ସେ ଦୁନିଆର ୨ୟ ବ୍ୟାଟ୍ସମ୍ୟାନ୍ ଏହି କାରନାମା କରିଥିଲେ। ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜର ଏଭଟର୍ନ ୱିକ୍ସ ଏହି ରେକର୍ଡ କରିଥିଲେ। ସେହିପରି ଆବାସ ଏକମାତ୍ର ଏସୀୟ କ୍ରିକେଟର୍ ଭାବେ ପ୍ରଥମଶ୍ରେଣୀ କ୍ରିକେଟରେ ୧୦୦ କିମ୍ବା ଏହାଠାରୁ ଅଧିକ ଶତକ ମାରିବାର ରେକର୍ଡ କରିଛନ୍ତି।
https://twitter.com/ICC/status/1297468862678605824?s=20
ସେହିପରି ଅଷ୍ଟ୍ରେଲିଆ କ୍ରିକେଟର ଲିସା ଷ୍ଟାଲେକର ପ୍ରଥମ ମହିଳା ଖେଳାଳି ଭାବେ ଦିନିକିଆରେ ୧୦୦୦ ରନ୍ ଏବଂ ୧୦୦ ୱିକେଟ୍ ହାସଲ କରିଥିଲେ। ସେ ୨୦୦୫ ଏବଂ ୨୦୧୩ରେ ବିଶ୍ୱବିଜେତା ଟିମର ସଦସ୍ୟ ଥିଲେ। ଏହାସହ ସେ ୨୦୧୦ ଓ ୨୦୧୨ରେ ମହିଳା ଟି-୨୦ ୱାର୍ଲ୍ଡ କପର ମଧ୍ୟ ବିଜେତା ରହିସାରିଛନ୍ତି। ଲିସା ଅଷ୍ଟ୍ରେଲିଆ ପକ୍ଷରୁ ୮ ଟେଷ୍ଟ, ୧୨୫ ଦିନିକିଆ ଏବଂ ୫୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି।
ଗତବର୍ଷ ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସ୍ ବୋଲର ଆଲାନ୍ ଡୋନାଲ୍ଡ ଏବଂ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍ କ୍ୟାଥରିନ୍ ଫିଜପ୍ୟାଟ୍ରିକଙ୍କୁ 'ହଲ୍ ଅଫ୍ ଫେମ୍'ରେ ସାମିଲ୍ କରାଯାଇଥିଲା। ଏହାସହ ଏବେ 'ହଲ୍ ଅଫ୍ ଫେମ୍'ରେ ମୋଟ ୯୩ଜଣ ଖେଳାଳି ସାମିଲ୍ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/hall-of-fame_1625401085.jpg)