Advertisment

କ୍ରିକେଟକୁ ଫେରିବା ନେଇ ଚର୍ଚ୍ଚା ଉପରୁ ପରଦା ଉଠାଇଲେ ଧୋନି

ମୁମ୍ବାଇ : ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ନା ପୁଣିଥରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ। ଯଦି ପ୍ରତ୍ୟାବର୍ତ୍ତନ କରିବେ, ତାହେଲେ କେବେ ? ଏହି ପ୍ରଶ୍ନ ବର୍ତ୍ତମାନ ଭାରତୀୟ କ୍ରିକେଟରେ ଖୁବ୍ ଚର୍ଚ୍ଚିତ। ଧୋନିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଟିମର କୋଚ୍ ରବି ଶାସ୍ତ୍ରୀ ଅପେକ୍ଷା କରିବା କଥା କହିଥିବା ବେଳେ ଏମଏସକେ ପ୍ରସାଦଙ୍କ ମତରେ ଧୋନି ଭବିଷ୍ୟତ କଥା ଚିନ୍ତା କରୁଛନ୍ତି। କିନ୍ତୁ ବୁଧବାର ଖୋଦ୍ ଧୋନି […]

କ୍ରିକେଟକୁ ଫେରିବା ନେଇ ଚର୍ଚ୍ଚା ଉପରୁ ପରଦା ଉଠାଇଲେ ଧୋନି

ms-dhon

Advertisment

ମୁମ୍ବାଇ : ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ନା ପୁଣିଥରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ। ଯଦି ପ୍ରତ୍ୟାବର୍ତ୍ତନ କରିବେ, ତାହେଲେ କେବେ ? ଏହି ପ୍ରଶ୍ନ ବର୍ତ୍ତମାନ ଭାରତୀୟ କ୍ରିକେଟରେ ଖୁବ୍ ଚର୍ଚ୍ଚିତ। ଧୋନିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଟିମର କୋଚ୍ ରବି ଶାସ୍ତ୍ରୀ ଅପେକ୍ଷା କରିବା କଥା କହିଥିବା ବେଳେ ଏମଏସକେ ପ୍ରସାଦଙ୍କ ମତରେ ଧୋନି ଭବିଷ୍ୟତ କଥା ଚିନ୍ତା କରୁଛନ୍ତି। କିନ୍ତୁ ବୁଧବାର ଖୋଦ୍ ଧୋନି ଏହି ଚର୍ଚ୍ଚା ଉପରୁ ପର୍ଦ୍ଦା ଉଠାଇଛନ୍ତି। ଲମ୍ବା ସମୟ ବିଶ୍ରାମ କରିବା ପରେ ପୁଣିଥରେ କେବେ କ୍ରିକେଟ୍ ମଇଦାନକୁ ଫେରିବେ, ଏହାର ଜବାବରେ ଧୋନି କହିଛନ୍ତି, ଜାନୁଆରୀ ପର୍ଯ୍ୟନ୍ତ କିଛି ପଚାରନ୍ତୁ ନାହିଁ।

Advertisment

ଧୋନି ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ଖେଳିଥିଲେ। ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ହାରି ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଥିଲା ଏବଂ ଏହା ପରେ ଧୋନି ପ୍ରାୟ ୫ମାସ କ୍ରିକେଟରୁ ବ୍ରେକ୍ ନେଇସାରିଲେଣି। ବିଶ୍ୱକପ୍ ପରେ ତାଙ୍କର ସନ୍ନ୍ୟାସ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ଧୋନି କେବେବି ଏହା ଉପରେ ମନ୍ତବ୍ୟ ଦେଇନାହାନ୍ତି। ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଧୋନିଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ସେ କେବେ ଯାଏ କ୍ରିକେଟରୁ ବାହାରେ ରହିବେ? ଜବାବରେ ଧୋନି କହିଥିଲେ, ଜାନୁଆରୀ ପର୍ଯ୍ୟନ୍ତ କିଛି ପଚାରନ୍ତୁ ନାହିଁ।

ଏହା ପୂର୍ବରୁ ଧୋନିଙ୍କ ଜଣେ ନିକଟତର ବ୍ୟକ୍ତିଙ୍କ ଠାରୁ ମିଳିଥିବା ଖବର ଅନୁଯାୟୀ, ଆସନ୍ତାବର୍ଷ ଆଇପିଏଲ୍ ପରେ ଧୋନି ନିଜର ଭବିଷ୍ୟତ ନିଷ୍ପତ୍ତି ନେବେ। ବିଶ୍ୱକପ୍ ପରେ ଧୋନି ୱେଷ୍ଟଇଣ୍ଡିଜ୍ ଗସ୍ତ କରିନଥିଲେ ଏବଂ ଏହା ପରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ଘରୋଇ ସିରିଜରେ ମଧ୍ୟ ଭାଗ ନେଇନଥିଲେ। ଏହା ପରେ ଟିମ୍ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବାକୁଥିବା ସୀମିତ ଓଭର ସିରିଜ୍ ଖେଳିବ। କିନ୍ତୁ ଏହି ସିନିୟର ୱିକେଟକିପର ବ୍ୟାଟ୍ସମ୍ୟାନ୍ ନାଁ ଏହି ସିରିଜ ପାଇଁ ଚୟନ ହୋଇନାହିଁ। ତେଣୁ ଏଥିରୁ ସମସ୍ତେ ଅନୁମାନ କରିଛନ୍ତି ଯେ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ହୁଏତ ଶେଷ ହୋଇଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ