Advertisment

ଇତିହାସ ରଚିଲେ ଜେମ୍ସ ଆଣ୍ଡରସନ୍

ଲଣ୍ଡନ: ଇଂଲଣ୍ଡର ଭେଟେରାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି। ଆଣ୍ଡରସନ୍ ପ୍ରଥମ ପେସର୍ ଭାବେ ଟେଷ୍ଟ କ୍ରିକେଟରେ ୬୦୦ ୱିକେଟ୍ କ୍ଲବରେ ସାମିଲ୍ ହୋଇଛନ୍ତି। ପାକିସ୍ତାନ ବିପକ୍ଷ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଆଣ୍ଡରସନ୍ ୫୯୯ ୱିକେଟ୍ ନେଇଥିଲେ। ମଙ୍ଗଳବାର ଶେଷ ଦିବସରେ ପାକିସ୍ତାନ କ୍ୟାପଟେନ୍ ଆଝାର ଅଲୀଙ୍କୁ ଆଉଟ୍ କରି ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ୬୦୦ ୱିକେଟ୍ ପୂରଣ […]

ଇତିହାସ ରଚିଲେ ଜେମ୍ସ ଆଣ୍ଡରସନ୍

james

Advertisment

ଲଣ୍ଡନ: ଇଂଲଣ୍ଡର ଭେଟେରାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି। ଆଣ୍ଡରସନ୍ ପ୍ରଥମ ପେସର୍ ଭାବେ ଟେଷ୍ଟ କ୍ରିକେଟରେ ୬୦୦ ୱିକେଟ୍ କ୍ଲବରେ ସାମିଲ୍ ହୋଇଛନ୍ତି। ପାକିସ୍ତାନ ବିପକ୍ଷ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଆଣ୍ଡରସନ୍ ୫୯୯ ୱିକେଟ୍ ନେଇଥିଲେ।

Advertisment

ମଙ୍ଗଳବାର ଶେଷ ଦିବସରେ ପାକିସ୍ତାନ କ୍ୟାପଟେନ୍ ଆଝାର ଅଲୀଙ୍କୁ ଆଉଟ୍ କରି ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ୬୦୦ ୱିକେଟ୍ ପୂରଣ କରିଛନ୍ତି। ଏଥିସହ ଆଣ୍ଡରସନ୍ ବିଶ୍ୱର ଚତୁର୍ଥ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୬୦୦ରୁ ଅଧିକ ୱିକେଟ୍ ନେଇଛନ୍ତି। ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର୍ ମୁଥିଆ ମୁରଲିଧରନ ସର୍ବାଧିକ ୮୦୦ ୱିକେଟ୍ ନେଇ ଶୀର୍ଷ ସ୍ଥାନରେ ରହିଛନ୍ତି।

ସେହିପରି ଅଷ୍ଟ୍ରେଲିଆର ଶେନ୍ ୱାର୍ଣ୍ଣ (୭୦୮) ଦ୍ୱିତୀୟ ଏବଂ ଭାରତର ଅନୀଲ କୁମ୍ବେଲ (୬୧୯) ତୃତୀୟ ସ୍ଥାନରେ ରହିଛନ୍ତି। ଆଣ୍ଡରସନଙ୍କ ପରେ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକଗ୍ରା ୫୬୩ ୱିକେଟ୍ ସହ ପଞ୍ଚମ, ୱେଷ୍ଟଇଣ୍ଡିଜର କର୍ଟନୀ ୱାଲ୍ସ (୫୧୯) ଷଷ୍ଠ, ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍ (୫୧୪*) ସପ୍ତମ, ଦକ୍ଷିଣ ଆଫ୍ରିକାର (୪୩୯) ଅଷ୍ଟମ ଏବଂ ଭାରତର କପିଲ୍ ଦେବ (୪୩୪) ନବମ ସ୍ଥାନରେ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ