Advertisment

ବାଂଲାଦେଶ ଟିମ୍ ୧୦୬ ରନରେ ଅଲଆଉଟ୍

କୋଲକାତା: ଇଡେନ୍ ଗାର୍ଡେନ୍ସରେ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଐତିହାସିକ ଦିବାରାତ୍ର ଟେଷ୍ଟ। ପିଙ୍କ୍ ବଲରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶ ଟିମ୍ ପ୍ରଥମ ଇନିଂସରେ ମାତ୍ର ୩୦.୩ ଓଭରରେ ୧୦୬ ରନରେ ଅଲଆଉଟ୍ ହୋଇଯାଇଛି। ବାଂଲାଦେଶ ପକ୍ଷରୁ ତିନିଜଣ ବ୍ୟାଟ୍ସମ୍ୟାନ୍ ଯଥା ଶାଦମାଦ୍ ଇସଲାମ୍ (୨୯), ଲିଟନ୍ ଦାସ (୨୪) ଓ ନୟିମ୍ […]

ବାଂଲାଦେଶ ଟିମ୍ ୧୦୬ ରନରେ ଅଲଆଉଟ୍

cricket

Advertisment

କୋଲକାତା: ଇଡେନ୍ ଗାର୍ଡେନ୍ସରେ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଐତିହାସିକ ଦିବାରାତ୍ର ଟେଷ୍ଟ। ପିଙ୍କ୍ ବଲରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶ ଟିମ୍ ପ୍ରଥମ ଇନିଂସରେ ମାତ୍ର ୩୦.୩ ଓଭରରେ ୧୦୬ ରନରେ ଅଲଆଉଟ୍ ହୋଇଯାଇଛି।

Advertisment

ବାଂଲାଦେଶ ପକ୍ଷରୁ ତିନିଜଣ ବ୍ୟାଟ୍ସମ୍ୟାନ୍ ଯଥା ଶାଦମାଦ୍ ଇସଲାମ୍ (୨୯), ଲିଟନ୍ ଦାସ (୨୪) ଓ ନୟିମ୍ ହାସନ୍ (୧୯) ଦୁଇଅଙ୍କ ଛୁଇଁଥିବା ବେଳେ ବାକି ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ । ତେବେ ଭାରତୀୟ ପେସ୍ ବୋଲରମାନେ ପିଙ୍କ୍ ବଲର ଭରପୂର ଫାଇଦା ଉଠାଇଛନ୍ତି ଏବଂ ଭ୍ରମଣକାରୀ ଦଳର କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ବେଶୀ ସମୟ ତିଷ୍ଠିବାକୁ ଦେଇନଥିଲେ। ଭାରତର ସଫଳ ବୋଲର ଭାବେ ଈଶାନ୍ତ ଶର୍ମା ୨୨ ରନ୍ ଦେଇ ୫ଟି ୱିକେଟ୍ ନେଇଥିବା ବେଳେ ଉମେଶ ଯାଦବ ୩ଟି ଓ ଘରୋଇ ବୋଲର ମହମ୍ମଦ ଶାମି ୨ଟି ୱିକେଟ୍ ନେଇଥିଲେ।

ବାଂଲାଦେଶ ପାଇଁ ଟସ୍ ଜିତି ବ୍ୟାଟିଂ ନେବା ମହଙ୍ଗା ପଡ଼ିଥିଲା । ପ୍ରଥମ ୬ ଓଭରରେ ଦୁଇ ଓପ୍ନର ଶାଦମାନ୍ ଓ ଇମରୁଲ୍ କାୟେସ୍ (୪) ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। କିନ୍ତୁ ବର୍ତ୍ତମାନ ଭାରତର ସବୁଠାରୁ ସଫଳ ପେସ୍ ବୋଲର ଈଶାନ୍ତ ଏହି ଯୋଡ଼ିକୁ ବେଶୀ ସମୟ ତିଷ୍ଠିବାକୁ ଦେଇନଥିଲେ। ଈଶାନ୍ତ କାୟେସଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରି ଭାରତ ପାଇଁ ପିଙ୍କ୍ ବଲରେ ପ୍ରଥମ ସଫଳତା ହାସଲ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବେଳେ କ୍ୟାପଟେନ୍ ମୋମିନୁଲ୍ ହକ୍ (୦) ଓ ମହମ୍ମଦ ମିଥୁନ୍ (୦)ଙ୍କୁ ଉମେଶ ଗୋଟିଏ ଓଭର ଭିତରେ ଆଉଟ୍ ଆଉଟ୍ ବାଂଲାଦେଶକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

Advertisment

ଦଳର ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମୁଶଫିକର୍ ରହିମ୍ (୦)ଙ୍କୁ ପୁଣିଥରେ ଶାମି ନିଜର ଶିକାର ବନାଇଥିଲେ। ଭଲ ଖେଳିଆସୁଥିବା ଶାଦମାନଙ୍କୁ ଆଉଟ୍ କରି ଉମେଶ ଭ୍ରମଣକାରୀ ଦଳର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ଫେରିଥିଲେ। ମହମ୍ମଦୁଲ୍ଲାଙ୍କ ଖରାପ ଫର୍ମ ଏଠାରେ ମଧ୍ୟ ଜାରି ରହିଥିଲା। ସେ ବ୍ୟକ୍ତିଗତ ୬ ରନ୍ କରି ଈଶାନ୍ତଙ୍କ ବଲରେ ଋଦ୍ଧିମାନ୍ ସାହାଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଲିଟନ୍ ଦାସ ନିଜର ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରି ଟିମ୍ ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଇନିଂସର ୨୨ତମ ଓଭରରେ ଲିଟନ୍ ଦାସ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିୟନ୍ ଫେରିବା ପରେ ବାଂଲାଦେଶ ଟିମ୍ ଭୁଶୁଡ଼ି ଯାଇଥିଲା। ଆହତ ଯୋଗୁ ସେ ମ୍ୟାଚରୁ ଆଉଟ୍ ହେଇଥିବା ବେଳେ ତାଙ୍କ ସ୍ଥାନରେ କନକସନ୍ ସବଷ୍ଟିଚ୍ୟୁଟ୍ ଭାବେ ମେହିଦୀ ହାସନ୍ ମିରାଜଙ୍କୁ ସାମିଲ୍ କରାଯାଇଥିଲା। ଶେଷଭାଗରେ ଇବାଦତ୍ ହୁସେନ୍ (୧), ମେହିଦୀ (୮) ଓ ଆବୁ ଜାୟେଦ୍ (୦) ଦୁଇଅଙ୍କ ଛୁଇଁପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ