Advertisment

King Kohli’s Subtle Message Leaves Fans Wondering: ଶେଷ ହେଉଛି କି କିଙ୍ଗ୍ କୋହଲିଙ୍କ ଯୁଗ? କାହିଁକି ଏମିତି ଦେଲେ ଇଶାରା

ଶେଷ ହେଉଛି କି କିଙ୍ଗ୍ କୋହଲିଙ୍କ ଯୁଗ? ଲଗାତାର ଦୁଇଟି ମ୍ୟାଚରେ ଡକ ଆଉଟ୍। ସୋସିଆଲ ମିଡିଆରେ ବିରାଟଙ୍କୁ କଡ଼ା ସମାଲୋଚନା। ଆଉଟ ହେବା ପରେ କ’ଣ ଇଙ୍ଗିତ କଲେ ଭିକେ ? ଆଗକୁ ....

Virat-Kholi

Virat-Kholi Photograph: (OTV)

Advertisment

ଶେଷ ହେଉଛି କି କିଙ୍ଗ୍ କୋହଲିଙ୍କ ଯୁଗ? ଲଗାତାର ଦୁଇଟି ମ୍ୟାଚରେ ଡକ ଆଉଟ୍ । ସୋସିଆଲ ମିଡିଆରେ ବିରାଟଙ୍କୁ କଡ଼ା ସମାଲୋଚନା ।  ଆଉଟ ହେବା ପରେ କଣ ଇଙ୍ଗିତ କଲେ ଭିକେ? କ୍ରିକେଟକୁ ଗୁଡ୍ ବାଏ କହିବ କି ଜର୍ସି ନଂ ୧୮ ? 

Advertisment

୭ ମାସ ଲଣ୍ଡନରେ ରହି ଫେରିଲେ । ପରେ ଦିନିକିଆ ଟିମରେ ସାମିଲ ହୋଇ ସିଧା ପଡିଆକୁ ଓହ୍ଲାଇଲେ। ନା ଥିଲା ପ୍ରାକ୍ଟିସ ନା ଥିଲେ ଆକ୍ଟିଭ। ଆଡିଲେଡ ଦିନିକିଆରେ ଜିରୋରେ ଆଉଟ ହେବା ପରେ ଏବେ ସାରା ଦେଶର ନଜର ରହିଛି ବିରାଟଙ୍କ ଉପରେ। ଦ୍ବିତୀୟ ଦିନିକିଆରେ ଖାତା ନଖୋଲିବା ଯୋଗୁଁ ନିଜ ଗ୍ଲୋବସ ଖୋଲି ଦର୍ଶକଙ୍କ ଆଡକୁ କିଛି ଭିନ୍ନ ଇସାରା ଦେଇଥିଲେ ବିରାଟ। ଯାହାକୁ ନେଇ ନାନା କଳ୍ପନାଜଳ୍ପନା ହେଉଛି।

ସଚିନ ତେନ୍ଦୁଲକରଙ୍କ ଅବସର ପରେ ଭାରତର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ ହେଉଛନ୍ତି କୋହଲି (Virat Kohli)। ସେ ନିଜକୁ ଏକ କିମ୍ବଦନ୍ତୀ ପ୍ଲେୟର ବୋଲି ପ୍ରମାଣିତ କରିସାରିଛନ୍ତି। ତେବେ ଟେଷ୍ଟ, T20ରୁ ଅବସର ନେବା ପରେ ଦିନିକିଆ ବିରାଟଙ୍କ ପ୍ରଦର୍ଶନ ଉପରେ ତାଙ୍କ ଫ୍ୟାନ୍ସଙ୍କ ସହ କ୍ରିକେଟ (Cricket) ସମୀକ୍ଷକଙ୍କ ରହିଛି ନଜର। ଏହାରି ଭିତରେ ଲଗାତର ଦୁଇଟି ଦିନିକିଆରେ ଖରାପ ପ୍ରଦର୍ଶନ ତାଙ୍କ ଉପରେ ପ୍ରବଳ ଚାପ ପକାଇଛି। ଏପରିକି ଅଷ୍ଟ୍ରେଲିଆ ଟୁର୍ ତାଙ୍କ ପାଇଁ ଶେଷ ସୁଯୋଗ ବୋଲି କୁହାଯାଉଛି। 

Advertisment

ଦ୍ୱିତୀୟ ସ୍ଥାନରେ ବିରାଟ 

ଏହାକୁ ଖୋରାକ ଯୋଗାଇଛି ଯେତେବେଳେ ଆଉଟ ହୋଇ ଗ୍ରାଉଣ୍ଡରୁ ଯିବା ବେଳର ଦୃଶ୍ୟ। ଆଡିଲେଡ ଦିନିକିଆରେ ମାତ୍ର ୪ଟି ବଲ ଖେଳି ଜିରୋରେ ଆଉଟ ହୋଇଥିବା ବିରାଟ ଦର୍ଶକଙ୍କ ଆଡକୁ ନିଜ ଗ୍ଲୋବସ ଖୋଲି ଦେଖାଇଥିଲେ। ଯାହାକି କିଛି ଭିନ୍ନ କଥା କହୁଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ହୁଏତ ଏହି ମ୍ୟାଚ ପରେ କିଛି ବଡ ଘୋଷଣା କରିପାରନ୍ତି କିଙ୍ଗ କୋହଲି। ଦିନିକିଆରେ କୋହଲି ଏବେ ବିଶ୍ବର ଦ୍ବିତୀୟ ଟପ ସ୍କୋରର ରହିଛନ୍ତି। କୁମାର ସାଙ୍ଗକରା ୧୪ ହଜାର ୨୩୪ ରନ କରି ଶୀର୍ଷରେ ରହିଛନ୍ତି। ଏହି ସ୍ଥାନ ପାଇଁ ବିରାଟ ଆଉ ୫୩ ରନ ଆବଶ୍ୟକ କରୁଛନ୍ତି।

କୁହାଯାଉଛି ଦିନିକିଆରେ ୧୫ ହଜାର ରନ ମାଇଲଖୁଣ୍ଟ ଛୁଇଁବା ପରେ ବିରାଟ ଅବସର ନେଇପାରନ୍ତି। ହେଲେ ଯେଉଁଭଳି ଚାପ ପଡୁଛି ତାପୂର୍ବରୁ ବି କିଛି ବଡ ନିଷ୍ପତ୍ତି ନେଇପାରନ୍ତି, ଏକଥା ବି ଚର୍ଚ୍ଚା ହେଉଛି। କୋହଲି ଏବେ ଦିନିକିଆରେ ୫୧ଟି ସେଞ୍ଚୁରୀ କରି ନିଜ ନାଁରେ ରେକର୍ଡ ରଖିଛନ୍ତି। ଯଦି କୋହଲି ଅବସର ନେଉଛନ୍ତି ତେବେ ଟିମ ଇଣ୍ଡିଆ ପାଇଁ ଏକ ବଡ ଶୂନ୍ୟସ୍ଥାନ ରହିବ।

Advertisment

ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଅନେକ ସମୟରେ ଏକ ବଡ ବାଲାନ୍ସ ରଖିବାରେ ସକ୍ଷମ ଥିବା ଏହି ଭେଟରାନ କ୍ରିକେଟରଙ୍କ ଜାଗାରେ ଟିମକୁ ଆଉ ଜଣେ ବିରାଟଙ୍କୁ ଖୋଜିବାକୁ ପଡିବ। ତେବେ ୨୦୨୭ ବିଶ୍ବକପ ପୂର୍ବରୁ ଯଦି କୋହଲି ଅବସର ନେଉଛନ୍ତି ତେବେ ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡର ସନ୍ତୁଳନ ଗଡବଡ ହୋଇପାରେ ।                   

Virat Kohli Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ