Advertisment

ସୁନୀଲ୍‌ ସେଟ୍ଟିଙ୍କ ଝିଅକୁ ଡେଟ୍‌ କରୁଛନ୍ତି କ୍ରିକେଟର୍ ଲୋକେଶ ରାହୁଲ୍ !

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟିଙ୍କ ଝିଅ ଆଥିଆ ସେଟ୍ଟି ବର୍ତ୍ତମାନ ନିଜର ଆଫେୟାରକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏବେ ଖବର ମିଳିଛି ଯେ, ଆଥିଆ ସେଟ୍ଟି ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ସହ ସହ ଡେଟ୍ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଦୁହେଁ ରିଲେଶନଶିପରେ ଅଛନ୍ତି। ଖବର ମିଳିଛି ଯେ ରାହୁଲ୍ ବଲିଉଡର କୌଣସି ଅଭିନେତ୍ରୀଙ୍କ ସହ ସମ୍ପର୍କରେ ନାହାନ୍ତି, ଯାହାଙ୍କ ନାମ ତାଙ୍କ ସହ ଯୋଡ଼ା ଯାଉଛି। କିନ୍ତୁ ଜଣାପଡ଼ିଛି […]

ସୁନୀଲ୍‌ ସେଟ୍ଟିଙ୍କ ଝିଅକୁ ଡେଟ୍‌ କରୁଛନ୍ତି କ୍ରିକେଟର୍ ଲୋକେଶ ରାହୁଲ୍ !

pjimage-2019-06-28T120758.515

Advertisment

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟିଙ୍କ ଝିଅ ଆଥିଆ ସେଟ୍ଟି ବର୍ତ୍ତମାନ ନିଜର ଆଫେୟାରକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏବେ ଖବର ମିଳିଛି ଯେ, ଆଥିଆ ସେଟ୍ଟି ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ସହ ସହ ଡେଟ୍ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଦୁହେଁ ରିଲେଶନଶିପରେ ଅଛନ୍ତି।

Advertisment

ଖବର ମିଳିଛି ଯେ ରାହୁଲ୍ ବଲିଉଡର କୌଣସି ଅଭିନେତ୍ରୀଙ୍କ ସହ ସମ୍ପର୍କରେ ନାହାନ୍ତି, ଯାହାଙ୍କ ନାମ ତାଙ୍କ ସହ ଯୋଡ଼ା ଯାଉଛି। କିନ୍ତୁ ଜଣାପଡ଼ିଛି ଯେ, ଆଥିଆ ଓ ରାହୁଲ ପରସ୍ପରକୁ ଭଲ ପାଉଛନ୍ତି। କିନ୍ତୁ ଦୁହେଁ ଲୋକଙ୍କ ସାମ୍ନାକୁ ଏପର୍ଯ୍ୟନ୍ତ ଆସିନାହାନ୍ତି। ଦୁହିଁଙ୍କୁ ଏକାଠି ବୁଲୁଥିବାରୁ ଦେଖିବାକୁ ମଧ୍ୟ ମିଳିଛି। ଦୁହେଁ ଚଳିତ ବର୍ଷ ଫେବୃଆରୀର କିଛି ଦିନ ପୂର୍ବରୁ ଡେଟିଂ ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ଜଣେ ବନ୍ଧୁଙ୍କ ଜରିଆରେ ରାହୁଲ ଓ ଆଥିଆଙ୍କ ସାକ୍ଷାତ ହୋଇଥିଲା। ସେମାନଙ୍କ ଘନିଷ୍ଠ ବନ୍ଧୁ ଆକାଂକ୍ଷା ରଞ୍ଜନ ସୋଶାଲ ମିଡିଆରେ ଏକ ଫଟୋ ମଧ୍ୟ ଶେୟାର କରିଥିଲେ, ଯେଉଁଥିରେ ଆଥିଆ ଓ ରାହୁଲ ଏକାଠି ଅଛନ୍ତି। ଏହି ଫଟୋ ଚଳିତ ବର୍ଷ ଏପ୍ରିଲରେ ଶେୟାର କରାଯାଇଥିଲା।

Advertisment
View this post on Instagram

...n i’m so good with that ?

A post shared by ?Kanch (@akansharanjankapoor) on

ଏ ସମ୍ବନ୍ଧରେ ଆଥିଆଙ୍କୁ ପଚରାଯିବାରୁ ସେ କିଛି ବି କମେଣ୍ଟ ଦେବାକୁ ମନା କରିଥିଲେ। ଅନ୍ୟପକ୍ଷରେ ରାହୁଲଙ୍କ ସହ ଏ ସମ୍ବନ୍ଧରେ କୌଣସି ଆଲୋଚନା ହୋଇପାରି ନାହିଁ। ତେବେ ରାହୁଲ ଓ ଆଥିଆଙ୍କ ଡେଟିଂ ଖବରରେ କେତେ ସତ୍ୟତା ରହିଛି, ତାହା ଆଗାମୀ ଦିନରେ ଜଣାପଡ଼ିଯିବ।

Advertisment

ଏହା ପୂର୍ବରୁ ରାହୁଲଙ୍କ ନାମ ଅଭିନେତ୍ରୀ ସୋନଲ ଚୌହାନ୍, ନିଧି ଅଗ୍ରୱାଲଙ୍କ ସହ ଯୋଡ଼ା ଯାଉଥିଲା। ତେବେ ଦୁଇ ଅଭିନେତ୍ରୀ ଏହି ଖବରକୁ ଖଣ୍ଡନ କରିଛନ୍ତି। ଏପରିକି ନିଧି ଅଗ୍ରୱାଲ୍ ରାହୁଲଙ୍କୁ ଭାଇ ବୋଲି ସମ୍ବୋଧିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ