Advertisment

କ୍ରିକେଟ୍‌କୁ ଇରଫାନ ପଠାନଙ୍କ ଅଲବିଦା

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ହେଲା ଖରାପ ଫର୍ମ ଯୋଗୁ ଜାତୀୟ ଦଳରୁ ବାଦ ପଡ଼ୁଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଇରଫାନ ଫଠାନ ଶେଷରେ କ୍ରିକେଟକୁ ବାଏବାଏ କହିଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଠାନ ଭାରତ ପାଇଁ ୨୯ଟି ଟେଷ୍ଟ, ୧୨୦ ଦିନିକିଆ ଓ ୨୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଶେଷଥର ପାଇଁ ସେ ୨୦୧୨ ଅକ୍ଟୋବର ୨ରେ ଭାରତ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚ ଖେଳିଥିଲେ। ୨୦୧୨ […]

କ୍ରିକେଟ୍‌କୁ ଇରଫାନ ପଠାନଙ୍କ ଅଲବିଦା

ir

Advertisment

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ହେଲା ଖରାପ ଫର୍ମ ଯୋଗୁ ଜାତୀୟ ଦଳରୁ ବାଦ ପଡ଼ୁଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଇରଫାନ ଫଠାନ ଶେଷରେ କ୍ରିକେଟକୁ ବାଏବାଏ କହିଛନ୍ତି।

Advertisment

୨୦୦୭ ଟି-୨୦ ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଠାନ ଭାରତ ପାଇଁ ୨୯ଟି ଟେଷ୍ଟ, ୧୨୦ ଦିନିକିଆ ଓ ୨୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଶେଷଥର ପାଇଁ ସେ ୨୦୧୨ ଅକ୍ଟୋବର ୨ରେ ଭାରତ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚ ଖେଳିଥିଲେ। ୨୦୧୨ ଟି-୨୦ ବିଶ୍ୱକପର ଏହି ମ୍ୟାଚ୍‌ ପରେ ପଠାନଙ୍କୁ ଆଉ ଜାତୀୟ ଦଳରେ ସୁଯୋଗ ମିଳି ନଥିଲା।

ଯେଉଁ ୩ ଜଣ ଭାରତୀୟ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇରଫାନ ପଠାନ। ସେ ୨୦୦୬ ମସିହାରେ ପାକିସ୍ତାନ ମାଟିରେ ହିଁ ଏହି ହ୍ୟାଟ୍ରିକ ଅର୍ଜନ କରିଥିଲେ। ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲରେ ପଠାନ ୧୬ ରନ୍‌ ଦେଇ ୩ଟି ୱିକେଟ ଦଖଲ କରିଥିଲେ। ସେଥିପାଇଁ ତାଙ୍କୁ ଫାଇନାଲ ଶ୍ରେଷ୍ଠ ଖେଳାଳି ସମ୍ମାନରେ ସମ୍ମାନୀତ କରାଯାଇଥିଲା।

Advertisment

ଆଜି ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଚଳିତ ବର୍ଷ ଆଇପିଏଲ ନିଲାମ ପ୍ରକ୍ରିୟାରେ ତାଙ୍କ ନାଁ ରହିଥିଲା। ହେଲେ ତାଙ୍କୁ କିମ୍ବା ତାଙ୍କ ବଡ଼ ଭାଇ ୟୁସୁଫ ପଠାନଙ୍କୁ କୌଣସି ଟିମ୍‌ କିଣିବାକୁ ଆଗ୍ରହ ପ୍ରକାଶ କରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ