Advertisment

ଆଇପିଏଲ୍: ୨ ସପ୍ତାହରେ ଖେଳାଳିଙ୍କ ୪ଟି କୋଭିଡ୍ ଟେଷ୍ଟ

ନୂଆଦିଲ୍ଲୀ: ଟି-୨୦ ୱାର୍ଲ୍ଡ କପ୍ ସ୍ଥଗିତ ହେବା ପରେ ବିସିସିଆଇ ଆଇପିଏଲ୍ ପ୍ରସ୍ତୁତିରେ ଲାଗି ପଡ଼ିଛି। ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁଥିବା ଆଇପିଏଲ୍ ଏବେ ସେପ୍ଟେମ୍ବରରୁ ଆରମ୍ଭ ହେବ। କରୋନାଭାଇରସ୍ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଜିଜ୍ୟୋର୍ (ଏସଓପି) ପ୍ରସ୍ତୁତ କରୁଛି। ଏସଓପିରେ କିଛି ବଡ଼ ସର୍ତ୍ତ ମାନିବାକୁ ପଡ଼ିବ। ବିସିସିଆଇର ଏହି ଏସଓପି ମୁତାବକ, ଯେଉଁ ଖେଳାଳି ଜୈବ ସୁରକ୍ଷା ପ୍ରୋଟୋକଲକୁ ଥରେ ପ୍ରବେଶ କରିବ, ସେ କୌଣସି ପ୍ରକାରର ନିୟମ […]

ଆଇପିଏଲ୍: ୨ ସପ୍ତାହରେ ଖେଳାଳିଙ୍କ ୪ଟି କୋଭିଡ୍ ଟେଷ୍ଟ

ipl

Advertisment

ନୂଆଦିଲ୍ଲୀ: ଟି-୨୦ ୱାର୍ଲ୍ଡ କପ୍ ସ୍ଥଗିତ ହେବା ପରେ ବିସିସିଆଇ ଆଇପିଏଲ୍ ପ୍ରସ୍ତୁତିରେ ଲାଗି ପଡ଼ିଛି। ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁଥିବା ଆଇପିଏଲ୍ ଏବେ ସେପ୍ଟେମ୍ବରରୁ ଆରମ୍ଭ ହେବ। କରୋନାଭାଇରସ୍ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଜିଜ୍ୟୋର୍ (ଏସଓପି) ପ୍ରସ୍ତୁତ କରୁଛି। ଏସଓପିରେ କିଛି ବଡ଼ ସର୍ତ୍ତ ମାନିବାକୁ ପଡ଼ିବ।

Advertisment

ବିସିସିଆଇର ଏହି ଏସଓପି ମୁତାବକ, ଯେଉଁ ଖେଳାଳି ଜୈବ ସୁରକ୍ଷା ପ୍ରୋଟୋକଲକୁ ଥରେ ପ୍ରବେଶ କରିବ, ସେ କୌଣସି ପ୍ରକାରର ନିୟମ ଭାଙ୍ଗିବା ପରେ ପୁଣିଥରେ କମବ୍ୟାକ୍ କରିପାରିବ ନାହିଁ। ଖେଳାଳିମାନେ ନିଜ ପରିବାର କିମ୍ବା ଗାର୍ଲଫ୍ରେଣ୍ଡଙ୍କ ସହ ରହିବେ କି ନାହିଁ, ତାହା ନିଷ୍ପତ୍ତି ଫ୍ରାଞ୍ଚାଇଜି ନେବ। ଯଦି ଫ୍ରାଞ୍ଚାଇଜି ଅନୁମତି ଦେବ, ତାହେଲେ ଖେଳାଳିଙ୍କ ପରିବାରକୁ ମଧ୍ୟ ଜୈବ ସୁରକ୍ଷା ପ୍ରୋଟୋକଲକୁ ମାନିବାକୁ ପଡ଼ିବ।

ଏସଓପି ଅନୁଯାୟୀ, ପ୍ରତି ଖେଳାଳିଙ୍କୁ ୧୪ ଦିନରେ ଚାରିଥର କୋଭିଡ୍ ଟେଷ୍ଟ କରିବାକୁ ପଡ଼ିବ। ପ୍ରଥମ ଦୁଇ ଟେଷ୍ଟ ୟୁଏଇ ଯିବା ପୂର୍ବରୁ ଭାରତରେ କରାଯିବ। ବାକି ଦୁଇଟି ଟେଷ୍ଟ ୟୁଏଇରେ କ୍ୱାରେଣ୍ଟିନ୍ ସମୟରେ କରାଯିବ। ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି)ର ଗାଇଡଲାଇନକୁ ଦେଖି ବିସିସିଆଇ ଏହି ଏସଓପି ପ୍ରସ୍ତୁତ କରିଛି। ଇଂଲଣ୍ଡ କ୍ରିକେଟ୍ ଟିମ୍ ଏହି ଗାଇଡ୍ ଲାଇନ୍ ପାଳନ କରି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜକୁ ସଫଳତାପୂର୍ବକ ସମ୍ପନ୍ନ କରିଥିଲା।

Advertisment

ଏସଓପି ଅନୁଯାୟୀ, ଟିମକୁ ଥରେ ଯେଉଁ ହୋଟେଲ ଦିଆଯିବ, ତାହା ବଦଳାଇବା ପାଇଁ ଅନୁମତି ମିଳିବ ନାହିଁ। କୋଭିଡ୍ ଟେଷ୍ଟ ନେଗେଟିଭ୍ ଆସିବା ପରେ କ୍ୟାଟରର୍ ହିଁ ହୋଟଲେ, ଡ୍ରେସିଂ ରୁମ୍ ଏବଂ ବାକି ଜରୁରୀ ଖାଦ୍ୟ ପରୋକ୍ଷିବେ କି ନାହିଁ, ତାହା ବିସିସିଆଇ ନିଷ୍ପତ୍ତି ନେବ। ବିସିସିଆଇର ଏହି ଏସଓପି ମ୍ୟାଚ୍ ଅଫିସିଆଲ୍ସ ଓ ବ୍ରଡକାଷ୍ଟର୍ସଙ୍କୁ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ