Dhoni
ନୂଆଦିଲ୍ଲୀ: ୧୮୮ ରନରେ ସୀମତ ରହିଲା ଚେନ୍ନାଇ ସୁପର କିଙ୍ଗ୍ସ। ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୯ ରନର ବିଜୟ ଳକ୍ଷ୍ୟ। ମୋଟ ୭ଟି ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ଦଳ ୧୮୮ ରନ କରିବାରେ ସଫଳ ହୋଇଛି। ଆଇପିଏଲର ୧୪ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଛି। ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ତେଣୁ ବ୍ୟାଟ ଧରି ମଇଦାନକୁ ଓହ୍ଲାଇଥିଲା ଚେନ୍ନାଇ ।
ଦଳକୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଥିଲା। ମାତ୍ର ୬୦ ରନରେ ଦଳ ତିନୋଟି ୱିକେଟ ହରାଇସାରିଥିଲା। ରୁତୁରାଜ ଗାଇକ୍ୱାଡ଼ ମାତ୍ର ୮ଟି ବଲ ଖେଳି ୫ ରନ୍ କରି ପ୍ୟାଭିଲିୟନ ଫେରିଥିବା ବେଳେ ଡୁପ୍ଲେସିସ ତିନୋଟି ବଲ ଖେଳି ଖାତା ନଖୋଲି ପ୍ୟାଭିଲିୟନ ଫେରିଥିଲେ। ମୋଇନ ଅଲ୍ଲୀ ଦଳକୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଥିଲେ। ସେ ୨୪ ବଲରେ ୩୬ ରନ କରି ଆଉଟ୍ ହୋଇଥିଲେ। ଏଥିରେ ୪ଟି ଚୌକା ଓ ଦୁଇଟି ଛକା ସାମିଲ ଥିଲା।
ସେହିଭଳି ଅମ୍ବାତି ରାଇଡୁ ୧୬ଟିରେ ଖେଳି ୨୩ ରନ କରିଥିଲେ। ସେଥିରେ ଦୁଇଟି ଛକା ଓ ଗୋଟିଏ ଚୌକା ସାମିଲ ଥିଲା। ଦଳକୁ ଏକ ଭଲ ସ୍ଥିତିକୁ ଆଣିଥିଲେ ସୁରେଶ ରାଇନା। ସେ ଧୁଆଁଧାର ବ୍ୟାଟିଂ କରିବା ସହ ଦଳକୁ ଏକ ଭଲ ସ୍କୋର ଦେବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ। ସେ ୩୬ ବଲ ଖେଳି ୫୪ ରନ୍ କରିଥିଲେ। ଏଥିରେ ୪ଟି ଛକା ଓ ୩ ଚୌକା ସାମିଲ ଥିଲା। ରାଇନା ଓ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରେ ବୁଝାମଣା ଠିକ ନ ରହିବାରୁ ରାଇନା ରନ ଆଉଟ ହୋଇଥିଲେ।
ରାଇନାଙ୍କ ପରେ ମଇଦାନକୁ ଓହ୍ଲାଇଥିଲେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ହେଲେ ସେ ମଧ୍ୟ ଫ୍ଲପ୍ ହୋଇଛନ୍ତି। ଧୋନି ମାତ୍ର ଦୁଇଟି ବଲ ଖେଳି ଅଭେସ ଖାନଙ୍କ ବଲରେ ଶୂନ ରନ କରି ବୋଲ୍ଡ ହୋଇଛନ୍ତି। ୧୫.୩ ଓଭରରେ ଦଳ ୬ଟି ୱିକେଟ୍ ହରାଇ ୧୩୭ ରନ୍ କରିଥିଲା। ଧୋନିଙ୍କ ପରେ ସାମ କୁରନ ଓହ୍ଲାଇଥିଲେ ମଇଦାନକୁ। ସେ ୧୫ ବଲରେ ୩୪ ରନ୍ କରି ଆଉଟ ହୋଇଥିଲେ। ରବିନ୍ଦ୍ର ଜାଡେଜା ୧୭ ବଲରେ ୨୬ ରନ କରି ନଟ୍ ଆଉଟ ରହିଛନ୍ତି।
ପରେ ୧୮୯ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଦିଲ୍ଲୀ ପକ୍ଷରୁ ଶିଖର ଧାୱନ, ପ୍ରିଥବୀ ଶ’, ଆଜିଙ୍କ୍ୟ ରାହାଣେ, ରିଷଭ ପନ୍ଥ, ମାର୍କସ ଷ୍ଟୋଇନିସ, ଶିମ୍ରନ ହେଟମିୟର, କ୍ରିସ ୱୁକସ, ରବିଚନ୍ଦ୍ରନ ଅଶ୍ୱିନ, ଟମ କୁରନ, ଅମିତ ମିଶ୍ରା, ଆଭେଶ ଖାନ ଦଳକୁ ସମ୍ଭାଳିବେ। ଧାୱନ ଏବେ ଜବରଦସ୍ତ ଫର୍ମରେ ଥିବାରୁ ତାଙ୍କ ଉପରେ ସମସ୍ତଙ୍କର ରହିବ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-12_1626945295.jpg)