Advertisment

ଭାଇରାଲ ହେଉଛି ଧୋନିଙ୍କ ଭିଡିଓ, ଆଇପିଏଲ୍ ପୂର୍ବରୁ ଅଭ୍ୟାସ ମ୍ୟାଚରେ ଚମତ୍କାର ଫର୍ମରେ ମାହି ଟିମ୍..

ଚେନ୍ନାଇ ସୁପରକିଙ୍ଗସ ଏଥର ଆଇପିଏଲରେ ପ୍ଲେ-ଅଫକୁ ଯାଇପାରିବନି, ଏନେଇ କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ଧୋନି ଏହାକୁ ଭୁଲ ପ୍ରମାଣିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଚେନ୍ନାଇ ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ପ୍ରଥମେ ଧୋନି ନେଟରେ ଅଭ୍ୟାସ କରୁଥିବା ବେଳେ ଲମ୍ଭା ଲମ୍ଭା ସଟ୍ ଖେଳୁଥିବା ଦେଖାଯାଇଥିଲା। କିନ୍ତୁ ଏବେ ସେ ମଇଦାନରେ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ବେଳେ ମଧ୍ୟ ଜୋରଦାର୍ ସଟ୍ ଖେଳିଛନ୍ତି। ଯେଉଁଭଳି ଖେଳ […]

ଭାଇରାଲ ହେଉଛି ଧୋନିଙ୍କ ଭିଡିଓ, ଆଇପିଏଲ୍ ପୂର୍ବରୁ ଅଭ୍ୟାସ ମ୍ୟାଚରେ ଚମତ୍କାର ଫର୍ମରେ ମାହି ଟିମ୍..

Mahendra Singh Dhoni

Advertisment

ଚେନ୍ନାଇ ସୁପରକିଙ୍ଗସ ଏଥର ଆଇପିଏଲରେ ପ୍ଲେ-ଅଫକୁ ଯାଇପାରିବନି, ଏନେଇ କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ଧୋନି ଏହାକୁ ଭୁଲ ପ୍ରମାଣିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଚେନ୍ନାଇ ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ପ୍ରଥମେ ଧୋନି ନେଟରେ ଅଭ୍ୟାସ କରୁଥିବା ବେଳେ ଲମ୍ଭା ଲମ୍ଭା ସଟ୍ ଖେଳୁଥିବା ଦେଖାଯାଇଥିଲା। କିନ୍ତୁ ଏବେ ସେ ମଇଦାନରେ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ବେଳେ ମଧ୍ୟ ଜୋରଦାର୍ ସଟ୍ ଖେଳିଛନ୍ତି। ଯେଉଁଭଳି ଖେଳ ପାଇଁ ଧୋନି ପରିଚିତ, ଠିକ୍ ସେହିଭଳି ଖେଳ ଏବେ ଧୋନି ଖେଳୁଥିବା ଦେଖାଯାଇଛି। ଧୋନିଙ୍କୁ ଅଭ୍ୟାସ ମ୍ୟାଚରେ ଜବରଦସ୍ତ ଫର୍ମରେ ଥିବା ଦେଖାଯାଇଛି। ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଧୋନିଙ୍କ ଏଭଳି ଫର୍ମ ସମସ୍ତଙ୍କୁ ଚକିତ କରିଛି। ଚେନ୍ନାଇ ସୁପର କିଙ୍ଗସକୁ ନେଇ କ୍ରିକେଟ ପ୍ରେମୀଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ, ଧୋନି ଏବେ ଦୂର କରିବାକୁ ଚେଷ୍ଟା କରିଛନ୍ତି। କେବଳ ବ୍ୟାଟିଂରେ ନୁହେଁ ୱିକେଟ୍ କିପିଂରେ ମଧ୍ୟ ଧୋନି ନିଜର କମାଲ ଦେଖାଇଛନ୍ତି। ତେବେ ଧୋନିଙ୍କ ଏଭଳି କମ୍ ବ୍ୟାକ୍ ଦେଖି କିଛି କ୍ରିକେଟ ବିଶେଷଜ୍ଞ କହିଛନ୍ତି ଏଥର ଚେନ୍ନାଇ ନିଶ୍ଚିତ ଭଲ ଖେଳିବ।

Advertisment

Mahendra Singh Dhoni

ବୁଧବାର ଏପ୍ରିଲ ୭ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ୍ ଖେଳାଯାଇଥିଲା। ଯାହାର ଏକ ଭିଡିଓ ଫ୍ରାଞ୍ଚାଇଜ୍ ତରଫରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଭିଡିଓଟି ୧ ମିନିଟ୍ ୪୮ ସେକେଣ୍ଡର ହୋଇଥିବା ବେଳେ ଏଥିରେ ଧୋନି ଖେଳୁଥିବା ଧୁଆଁଧାର ସଟ୍ ଦେଖିବାକୁ ମିଳିଛି। ଖାଲି ଧୋନିଙ୍କ ଖେଳ ନୁହେଁ ପୁରା ମ୍ୟାଚର ହାଇଲାଇଟସ ଏହି ଭିଡିଓରେ ଦେଖାଯାଇଛି। ଏଥିରେ ଧୋନି ଟିମ୍ ପୁରା ଜୋସରେ ଥିବା ଭଳି ଦେଖାଯାଉଛି।

Advertisment

ମ୍ୟାଚରେ ଚେନ୍ନାଇ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜ ଚିରାଚରିତ ଷ୍ଟାଇଲରେ ଷ୍ଟମ୍ପିଂ କରୁଥିବା ଦେଖାଯାଇଛି। ବାସ୍ତବରେ ସଟ୍ ମାରିବା ପାଇଁ ବ୍ୟାଟ୍ସମ୍ୟାନ କ୍ରିଜ୍ ବାହାରକୁ ଚାଲିଯାଇଥିଲେ। ଏହାସହ ବଲକୁ ମିସ୍ କରିଥିଲେ। ତେଣୁ ଏହି ସୁଯୋଗର ପୁରା ଫାଇଦା ନେଇଥିଲେ ଧୋନି। ୱିକେଟ କିପର ଭାବେ ବଲକୁ ଦୁଇ ହାତରେ ଧରିବା ସହ ଷ୍ଟମ୍ପିଂ କରିଥିଲେ।

Advertisment

ଖାଲି ସେତିକି ନୁହେଁ ଧୋନି ଭଲ ୱିକେଟ କିପିଂ କରିବା ସହ ସୁରଶ ରାଇନାଙ୍କ ସହ କ୍ରିଜରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ମିଶି ଦିଲ୍ଲୀ କ୍ୟାପିଟାଲ୍ସର ବୋଲରମାନଙ୍କୁ ନାକେଦମ କରିଛନ୍ତି। ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଧୋନିଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା। ଯେଉଁ ଭିଡିଓରେ ସେ ହେଲିକପ୍ଟର ସଟ୍ ଖେଳୁଥିଲେ।

IPL 2021 Cricket Mahendra Singh Dhoni
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ