Advertisment

ଖୁସି ଖବର, ସେପ୍ଟେମ୍ବର ୧୯ରୁ ଆଇପିଏଲ୍

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ପାଇଁ ଏବେ ବାଟି ଫିଟିଛି। ଆଇପିଏଲର ୧୩ଶ ସଂସ୍କରଣ ଚଳିତ ବର୍ଷ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍ ନଭେମ୍ବର ୮ ତାରିଖରେ ଖେଳାଯିବା ନେଇ ଶୁକ୍ରବାର ଆଇପିଏଲ୍‌ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସ୍ପଷ୍ଟ କରିଛନ୍ତି। ଆସନ୍ତା ସପ୍ତାହରେ ଆଇପିଏଲ୍ ଗଭର୍ଣ୍ଣିଂ କମିଟିର ବୈଠକ ହେବ, ଯେଉଁଥିରେ ଏହାକୁ ଅନ୍ତିମ ରୂପ ଦିଆଯିବା […]

ଖୁସି ଖବର, ସେପ୍ଟେମ୍ବର ୧୯ରୁ ଆଇପିଏଲ୍

ipl

Advertisment

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ପାଇଁ ଏବେ ବାଟି ଫିଟିଛି। ଆଇପିଏଲର ୧୩ଶ ସଂସ୍କରଣ ଚଳିତ ବର୍ଷ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍ ନଭେମ୍ବର ୮ ତାରିଖରେ ଖେଳାଯିବା ନେଇ ଶୁକ୍ରବାର ଆଇପିଏଲ୍‌ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସ୍ପଷ୍ଟ କରିଛନ୍ତି।

Advertisment

ଆସନ୍ତା ସପ୍ତାହରେ ଆଇପିଏଲ୍ ଗଭର୍ଣ୍ଣିଂ କମିଟିର ବୈଠକ ହେବ, ଯେଉଁଥିରେ ଏହାକୁ ଅନ୍ତିମ ରୂପ ଦିଆଯିବା ସହ ଫିକ୍ସଚରକୁ ମଞ୍ଜୁରୀ ମିଳିଯିବ। ତେବେ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ତା'ର ଯୋଜନାକୁ ସବୁ ଫ୍ରାଞ୍ଚାଇଜିକୁ ଅବଗତ କରାଇସାରିଛି।

ଏହା ପୂର୍ବରୁ ଆଇପିଏଲ୍ ସେପ୍ଟେମ୍ବର ୨୬ରୁ ଆରମ୍ଭ ହେବା ନେଇ ଚର୍ଚ୍ଚା ହେଉଥିଲା, କିନ୍ତୁ ବିସିସିଆଇ ଏହାକୁ ଆଉ ସପ୍ତାହେ ପୂର୍ବରୁ କରିବାକୁ ନିଷ୍ପତ୍ତି ନେଇଛି, ଯାହାଦ୍ୱାରା ଭାରତୀୟ ଟିମର ଅଷ୍ଟ୍ରେଲିଆ ଗସ୍ତ ଉପରେ ଯେପରି କୌଣସି ପ୍ରଭାବ ନପଡ଼ିବ।

Advertisment

publive-imageଆଇପିଏଲ୍‌ ଚେୟାରମ୍ୟାନ୍ ବ୍ରିଜେଶ୍ ପଟେଲ କହିଛନ୍ତି, ଗଭର୍ଣ୍ଣିଂ କମିଟି ଖୁବଶୀଘ୍ର ବୈଠକ କରିବ, କିନ୍ତୁ ଆମେ କାର୍ଯ୍ୟସୂଚୀ ପ୍ରସ୍ତୁତ କରିସାରିଛୁ। ଆଇପିଏଲ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଆମେ ଟୁର୍ଣ୍ଣାମେଣ୍ଟ ପାଇଁ ସରକାରଙ୍କ ଅନୁମତି ମିଳିବା ନେଇ ଆଶାବାଦୀ ଅଛୁ। ଏହା ପୂରା ୫୧ ଦିନ ଧରି ଚାଲିବ। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପକୁ ସ୍ଥଗିତ କରିବାର ନିଷ୍ପତ୍ତି ନେବା ପରେ ଆଇପିଏଲ୍‌ ଆୟୋଜନର ସମ୍ଭାବନା ବଢ଼ିଥିଲା।

ପଟେଲ୍ ଆହୁରି କହିଛନ୍ତି, କୋଭିଡ୍-୧୯ ମହାମାରୀର ବିପଦରୁ ରକ୍ଷା ପାଇବା ପାଇଁ ଏସଓପି ପ୍ରସ୍ତୁତ କରୁଛୁ ଏବଂ ଏହା କିଛି ଭିତରେ ପ୍ରସ୍ତୁତ ହୋଇଯିବ। ତେବେ ଆଇପିଏଲ୍ ପାଇଁ ଷ୍ଟାଡିୟମକୁ ଦର୍ଶକ ଆସିବେ କି ନାହିଁ, ତାହା ଉପରେ ୟୁଏଇ ସରକାର ନିଷ୍ପତ୍ତି ନେବ। କରୋନା ଭାଇରସକୁ ଆଖି ଆଗରେ ରଖି ଆମକୁ ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ।

Advertisment

publive-imageୟୁଏଇରେ ତିନୋଟି ଷ୍ଟାଡିୟମ ରହିଛି। ସେଗୁଡ଼ିକ ହେଲା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ, ଶେଖ ଜାୟେଦ୍ ଷ୍ଟାଡିୟମ (ଆବୁଧାବି) ଓ ଶାରଜା ଷ୍ଟାଡିୟମ। ଆଇପିଏଲ୍ ଟିମର ଟ୍ରେନିଂ ପାଇଁ ବିସିସିଆଇ ଆଇସିସିର ଏକାଡେମୀକୁ ଭଡ଼ାରେ ନେଇପାରେ। ଆଇସିସି ଏକାଡେମୀରେ ଦୁଇଟି ବଡ଼ ଆକାରର କ୍ରିକେଟ୍ ଗ୍ରାଉଣ୍ଡ ରହିଛି। ଏହା ସହ ସେଥିରେ ୩୮ଟି ଟର୍ଫ ପିଚ୍, ୬ଟି ଇନଡୋର୍ ପିଚ୍, ୫୭୦୦ ବର୍ଗଫୁଟ ଆଉଟଡୋର୍ କଣ୍ଡିସନିଂ ଏରିଆ ରହିଛି, ଯେଉଁଥିରେ ଫିଜିଓଥେରାପିଷ୍ଟ ଏବଂ ଚିକିତ୍ସା କେନ୍ଦ୍ର ମଧ୍ୟ ଉପଲବ୍ଧ ରହିଛି।

ଦୁବାଇରେ ବର୍ତ୍ତମାନ ସ୍ୱାସ୍ଥ୍ୟ ପ୍ରୋଟୋକଲ୍ ଅନୁଯାୟୀ, ଯଦି କେହି ବ୍ୟକ୍ତି ନିଜର କୋଭିଡ୍‌-୧୯ ପରୀକ୍ଷଣ ରିପୋର୍ଟ ନେଗେଟିଭ୍ ସହ ଆସିବ, ତାହେଲେ ତାଙ୍କୁ କ୍ୱାରେଣ୍ଟାଇନରେ ରହିବାର ଆବଶ୍ୟକତା ନାହିଁ। କିନ୍ତୁ ଯଦି ଏଭଳି ନହୁଏ, ତାହେଲେ ତାଙ୍କୁ ଟେଷ୍ଟ କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ